Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରକାଶୀରେ ବାଦଲ ଫଟା ବର୍ଷା ପରେ ଭୟଙ୍କର ସ୍ଥିତି: ଶତାଧିକ ନିଖୋଜ

Rashmita Mishra
Browse all articles by Rashmita Mishra
·11 months ago·1 min read
ଉତ୍ତରକାଶୀରେ ବାଦଲ ଫଟା ବର୍ଷା ପରେ ଭୟଙ୍କର ସ୍ଥିତି: ଶତାଧିକ ନିଖୋଜ

Key Points

ଉତ୍ତରକାଶୀରେ ବାଦଲ ଫଟା ବର୍ଷା ପରେ ଭୟଙ୍କର ସ୍ଥିତି
୪୮ ଘଣ୍ଟା ପରେ ବି କାଦୁଅ ତଳୁ ଚାଲିଛି ଜୀବନ ଖୋଜା
IAF, ARMY, ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଜାରି
ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ, ଶତାଧିକ ନିଖୋଜ

ଧରାଲିରେ କାଦୁଅ ତଳୁ ଚାଲିଛି ଜୀବନ ଖୋଜା। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିବାବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ଲଗାଣ ବର୍ଷା ସତ୍ତ୍ବେ IAF, ARMY, SDRF, NDRF ଓ ସ୍ଥାନୀୟ ପୋଲିସ୍ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଡିଏନଏ ନମୁନା ସଂଗ୍ରହ ପାଇଁ ଫରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍ ଉତ୍ତରକାଶୀ ଯାଇଛି। ଏପର୍ଯ୍ୟନ୍ତ 275 ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ସାରିଲାଣି। ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ବହୁ ସ୍ଥାନରେ ରାସ୍ତା ଧୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବିଭିନ୍ନ ଗାଁ ଗସ୍ତ କରି ସ୍ଥିତି ଅନୁଧ୍ୟାନ ରିବା ସହିତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଉତ୍ତରକାଶୀ ହସ୍ପିଟାଲକୁ ଯାଇ ସେଠାରେ ଆହତଙ୍କୁ ଭେଟିଛନ୍ତି। ସେପଟେ ବ୍ରିଜ ଭୁଶୁଡି ପଡିଥିବାରୁ ହେଲିକପ୍ଟର ଜରିଆରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ପୋଲ ନିର୍ମାଣ କରିବାକୁ ୩ରୁ ୪ ଦିନ ଲାଗିଯିବ। ରାସ୍ତା ଅନେକ ସ୍ଥାନରେ ଧୋଇ ଯାଇଥିବାରୁ ଉଦ୍ଧାରକାରୀ ଦଳ ପାଇଁ ଅନେକ ସମସ୍ୟା ହେଉଛି। ପାହାଡରୁ ବୋହି ଆସିଥିବା ଆବର୍ଜନା ଭିତରେ ଫସିଥିବା ଲୋକଙ୍କ ଉଦ୍ଧାର କରିବା ବଡ଼ ଚାଲେଞ୍ଜ ପାଲଟିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଧାମୀ ଉଦ୍ଧାରକାରୀ ଦଳର ସଦସ୍ୟଙ୍କ ସହ ଅପରେସନ ଜିନ୍ଦେଗୀ ନେଇ ଆଲୋଚନା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
situation-dire-after-torrential-rain-in-uttarkashi-hundreds-missing | Argus News