Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶାର୍ଟ ବଟନ୍‌ ଖୋଲି କୋର୍ଟ ଆସିଥିବାରୁ ୬ ମାସ ଜେଲ୍‌ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା

National

ଶାର୍ଟ ବଟନ୍‌ ଖୋଲି କୋର୍ଟ ଆସିଥିବାରୁ ୬ ମାସ ଜେଲ୍‌ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଶାର୍ଟ ବଟନ୍‌ ଖୋଲି କୋର୍ଟ ଆସିଥିବାରୁ ୬ ମାସ ଜେଲ୍‌ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା

ଶାର୍ଟ ବଟନ୍‌ ଖୋଲି କୋର୍ଟ ଆସିଥିବାରୁ ୬ ମାସ ଜେଲ୍‌ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଲଗାଇଲେ ଅଦାଲତ। ଆହ୍ଲାବାଦ ହାଇକୋର୍ଟରେ ଏକ ଶୁଣାଣୀ ଚାଲିଥିବା ବେଳେ ଜଣେ ଓକିଲ କୋର୍ଟ ପୋଷାକ ନପିନ୍ଧି ତାଙ୍କ ଶାର୍ଟ ବଟନ୍ ଖୋଲାଥାଇ ଅଦାଲତକୁ ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ଅଦାଲତ ଦଣ୍ଡବିଧାନ କରିଛନ୍ତି। ତାଙ୍କ ଉପରେ ଲଗାଯାଇଥିବା ୨ ହଜାର ଟଙ୍କା ଜରିମାନା ଏକ ମାସ ମଧ୍ୟରେ ଜମା ନକଲେ ତାଙ୍କ କାରାଦଣ୍ଡ ଅବଧି ଆଉ ଗୋଟିଏ ମାସ ବୃଦ୍ଧି ହେବ ବୋଲି କୋର୍ଟ କହିଛନ୍ତି। ଏହା ସହ କୋର୍ଟ ଆହୁରି ମଧ୍ୟ କହିଛନ୍ତି ସମ୍ପୃକ୍ତ ଓକିଲ ଚାରି ସପ୍ତାହ ମଧ୍ୟରେ ଲକ୍ଷ୍ନୌ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜେଲ୍‌ ଦଣ୍ଡ ଭୋଗିବା ଉଚିତ୍‌।


୧୮ ଅଗଷ୍ଟ ୨୦୨୧ରେ ବିଚାର ଚାଲିଥିବା ବେଳେ ଓକିଲ ଜଣଙ୍କ ଓକିଲଙ୍କ ପୋଷାକ ନପିନ୍ଧି ପୋଡିୟମକୁ ଆସିଥିଲେ ଏବଂ ତାଙ୍କ ଶାର୍ଟର ବଟନ୍ ମଧ୍ୟ ଖୋଲା ଥିଲା। ଯେତେବେଳେ ତାଙ୍କୁ କୋର୍ଟରୁ ବାହାର କରିଦେବାକୁ କୁହାଯାଇଥିଲା, ସେ ବିଚାରପତିମାନଙ୍କୁ ଗୁଣ୍ଡା ବୋଲି କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶୁଣାଣି ସମୟରେ, କୋର୍ଟ ତାଙ୍କର ଉତ୍ତର ଦାଖଲ କରିବାକୁ ବାରମ୍ବାର ସୁଯୋଗ ଦେଇଥିଲେ, କିନ୍ତୁ ସେ ଅଭିଯୋଗ ବିରୁଦ୍ଧରେ କୌଣସି ଉତ୍ତର ଦେଇ ନଥିଲେ। କୋର୍ଟ କହିଛନ୍ତି ଯେ ପାଣ୍ଡେଙ୍କ ବିରୋଧରେ ଅନେକ ଅବମାନନା ମାମଲା ପଞ୍ଜିକୃତ ହୋଇଛି ଏବଂ ଚାଲିଛି। କୋର୍ଟ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ସମ୍ପୃକ୍ତ ଓକିଲଙ୍କୁ ୨୦୧୭ ମସିହାରେ ଏକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କୁ ଆହ୍ଲାବାଦ ହାଇକୋର୍ଟ ଏବଂ ଏହାର ଲକ୍ଷ୍ନୌ ବେଞ୍ଚରେ ଦୁଇ ବର୍ଷ ପାଇଁ ପ୍ରବେଶ କରିବାରୁ ବାରଣ କରାଯାଇଥିଲା। ଏସବୁ ସତ୍ତ୍ୱେ, ପାଣ୍ଡେଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏଥିପାଇଁ ସେ ଅନୁତାପ ମଧ୍ୟ କରୁ ନାହାନ୍ତି।

Argus Whatsapp Channel Mobile Top
Sponsored
Six months in jail for appearing in court with shorts on | Argus News