Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମନସା ଦେବୀ ମନ୍ଦିରରେ ଦଳାଚକଟା: ୬ ଜଣଙ୍କ ମୃତ୍ୟୁ, ଅନେକ ଆହତ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ମନସା ଦେବୀ ମନ୍ଦିରରେ ଦଳାଚକଟା: ୬ ଜଣଙ୍କ ମୃତ୍ୟୁ, ଅନେକ ଆହତ

Key Points

ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା
୬ ଜଣଙ୍କ ମୃତ୍ୟୁ, ଅନେକ ଆହତ
ଚାଲିଛି ତନାଘନା 

ହରିଦ୍ୱାର ମନସା ଦେବୀ ମନ୍ଦିରରେ ଦଳାଚକଟା । ପ୍ରବଳ ଭିଡ ଯୋଗୁ ଘଟିଥିବା ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ ହେବାସହ ୩୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଗୁଜବ ପ୍ରଚାର କାରଣରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି । ସକାଳୁ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ବିଦ୍ୟୁତ କରେଣ୍ଟ କାରଣରୁ ଦଳାଚକଟା ଘଟିଥିବା ଅଭିଯୋଗକୁ ଖଣ୍ଡନ କରିଛି ମନ୍ଦିର ପ୍ରଶାସନ । ଦଳାଚକଟା ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ସହ ଗଢୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଆହତଙ୍କୁ ଆମ୍ବୁଲାନ୍ସରେ ନିଆଯାଉଛି ହସ୍ପିଟାଲ । ପ୍ରବଳ ଗହଳି ଯୋଗୁଁ ଦଳାଚକଟା ହୋଇଥିବା ସୂଚନା ।


ସୂଚନା ଅନୁଯାୟୀ, ମନସା ଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଅଧିକ ସଂଖ୍ୟା ହେତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହା ଏହି ଦୁର୍ଘଟଣାର କାରଣ ହୋଇଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏବଂ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗଡ଼ୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ ଏକ ବିବୃତିରେ କହିଛନ୍ତି, “ମନସା ଦେବୀ ମନ୍ଦିରରେ ଅତ୍ୟଧିକ ଭିଡ଼ ଯୋଗୁଁ ଏକ ଦଳାଚକଟା ଘଟଣା ଘଟିଛି, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୁଁ ଘଟଣାସ୍ଥଳକୁ ଯାଉଛି। ଏହି ଘଟଣାର ସବିଶେଷ ରିପୋର୍ଟ ଅପେକ୍ଷା କରାଯାଉଛି।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
six-people-have-died-in-a-stampede-at-the-mansa-devi-temple-in-haridwar | Argus News