ଅପରେସନ ନାଦେର; ସୋପିଆନ ଏବଂ ତ୍ରାଲ ଏନକାଉଣ୍ଟରରେ ୬ ଆତଙ୍କୀ ନିହତ

Key Points
ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା
୪୮ ଘଣ୍ଟାରେ ୬ ଆତଙ୍କୀ ସଫା
ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୪୮ ଘଣ୍ଟାରେ ୬ ଆତଙ୍କୀ ସଫା କରିଛି ସେନା । ତ୍ରାଲ ଜଙ୍ଗଲରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅପରେସନ ନାଦେରରେ ଗତ ୪୮ ଘଣ୍ଟା ମଧ୍ୟରେ, ସୋପିଆନ ଏବଂ ତ୍ରାଲ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତ୍ରାଲ ଅଞ୍ଚଳରେ ଦ୍ୱିତୀୟ ଅପରେସନ୍ ଏକ ସୀମାନ୍ତ ଗାଁରେ କରାଯାଇଥିଲା ।
ତେବେ ଯେତେବେଳେ ଆମେ ଏହି ଗାଁରେ ଘେରାବନ୍ଦୀ କରୁଥିଲୁ, ଆତଙ୍କବାଦୀମାନେ ବିଭିନ୍ନ ଘରେ ଲୁଚି ରହି ଗୁଳି ଚଳାଇଥିଲେ । ଏହି ସମୟରେ ଗ୍ରାମବାସୀଙ୍କୁ ଉଦ୍ଧାର କରିବା ବଡ଼ ଚ୍ୟାଲେଞ୍ଜ ଥିଲା । ଏହା ପରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ଶାହିଦ କୁଟ୍ଟେ ନାମକ ଜଣେ ଆତଙ୍କୀ ଜଣେ ଜର୍ମାନ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ସମେତ ଦୁଇଟି ବଡ଼ ଆକ୍ରମଣରେ ସାମିଲ ଥିଲେ ବୋଲି କହିଛନ୍ତି ମେଜର ଜେନେରାଲ ଧନଞ୍ଜୟ ଯୋଶୀ ।
📱 Get Argus News App
✨A large cache of arms and ammunition was recovered by the Security Forces during a terrorist encounter in Tral, J&K
— ANI (@ANI) May 16, 2025
The Armed Forces neutralised three terrorists in the encounter.
(Photo source: Indian Army) pic.twitter.com/hvTNxMQ3gm
ସେହିପରି ଆତଙ୍କବାଦ ବିରୋଧରେ ଭାରତ ଲଢେଇ ଜାରି ରହିଛି । ଆତଙ୍କବାଦୀ ଯେଉଁଠି ବି ଥଆନ୍ତୁ ଖୋଜି ଖୋଜି ମାରିବ ଭାରତ । ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦିଆଯାଇଛି । ପ୍ରଥମେ ଶ୍ରୀନଗର ପରେ ଗୁଜୁରାଟର ଭୁଜ୍ ଏୟାରବେସ୍ ଗସ୍ତ କରି ଏକଥା ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଯେ ଆତଙ୍କବାଦକୁ ପ୍ରଶୟ ଦିଆଯିବ ନାହିଁ । ଏପର୍ଯ୍ୟନ୍ତ ଅପରେସନ ସିନ୍ଦୂର ସରିନି । ଏବେ ଟ୍ରେଲର ଦେଖାଯାଇଛି । ଆଗକୁ ଫିଲ୍ମ ଦେଖିବ ପୁରା ବିଶ୍ୱ ।