Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବ୍ଲୁ ଅରିଜିନ୍‌ରେ ମହାକାଶ ଯିବେ ୬ ମହିଳା

National

ବ୍ଲୁ ଅରିଜିନ୍‌ରେ ମହାକାଶ ଯିବେ ୬ ମହିଳା

Rashmita Mishra
Browse all articles by Rashmita Mishra
·1 year ago·1 min read
ବ୍ଲୁ ଅରିଜିନ୍‌ରେ ମହାକାଶ ଯିବେ ୬ ମହିଳା

ଆଜି ମହାକାଶକୁ ଯିବେ ୬ଜଣ ମହିଳା । ବ୍ଲୁ ଅରିଜିନ୍ ପକ୍ଷରୁ ସେମାନଙ୍କୁ ମହାକାଶକୁ ନିଆଯିବ । ଆମାଜନ୍ ମୁଖ୍ୟ ଜେଫ୍ ବେଜୋସଙ୍କ ବାନ୍ଧବୀ ତଥା ଲେଖକ ସାଞ୍ଜେ ଲୌରେନ୍ ଏହି ୬ ଜଣିଆ ଟିମରେ ସାମିଲ ଅଛନ୍ତି । ଏଥିସହ ପପ୍ ଷ୍ଟାର କେଟି ପେରି, ସାମ୍ବାଦିକ ଗେଲ କିଙ୍ଗ, ସାମାଜିକ କର୍ମୀ ଅମନ୍ଦା ନୁୟେନ, ଫିଲ୍ମ ନିର୍ମାତା କେ. ଫ୍ଲିନ୍, ପୂର୍ବତନ ନାସା ବୈଜ୍ଞାନିକ ଐସା ବୋଓ୍ବେ ମହାକାଶକୁ ଯିବେ । ବ୍ଲୁ ଅରିଜିନର ନ୍ୟୁ ସେଫର୍ଡ ରକେଟରେ ସେମାନେ ମହାକାଶ ଅଭିମୁଖେ ଯାତ୍ରା କରିବେ ।


୧୦୦କିଲୋମିଟର ଉପରକୁ ଯାଇ ପୃଥିବୀର ଦୃଶ୍ୟକୁ ଉପଭୋଗ କରିବେ । କାରମାନ୍ ଲାଇନ୍ ଅତିକ୍ରମ ପରେ ସେମାନେ ୪ମିନିଟ୍ ପାଇଁ ଓଜନଶୂନ୍ୟ ଅନୁଭବ କରିବେ। ଏହାପରେ ପାରାଚୁଟରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ । ୬୦ ବର୍ଷ ପରେ କେବଳ ମହିଳା ଟିମଙ୍କୁ ନେଇ ମହାକାଶ ଯାତ୍ରାର ଆୟୋଜନ କରାଯାଇଛି । ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬ଜଣ ମହିଳାଙ୍କୁ ମହାକାଶ ମିଶନ ପାଇଁ ଚୟନ କରାଯାଇଛି । ଏହାପୂର୍ବରୁ ୧୯୬୩ରେ ଭାଲେଣ୍ଟିନା ଟେରେସ୍କୋଭା ପ୍ରଥମ ମହିଳା ଭାବେ ଏକାକୀ ମହାକାଶ ଯାତ୍ରା କରିଥିଲେ । ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ୍ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫୨ଜଣ ବ୍ୟକ୍ତିଙ୍କୁ ମହାକାଶକୁ ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
six-women-to-go-into-space-on-blue-origin | Argus News