Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - “ଖେଳିବା ବୟସରେ ଜୀବନ ଯୁଦ୍ଧ! ୬ ବର୍ଷର ଝିଅ ନିଜେ ନିଜକୁ ଇଞ୍ଜେକ୍ସନ ଦେଉଥିବା ଭିଡିଓ ଭାଇରାଲ”

National

Child Health Struggle / “ଖେଳିବା ବୟସରେ ଜୀବନ ଯୁଦ୍ଧ! ୬ ବର୍ଷର ଝିଅ ନିଜେ ନିଜକୁ ଇଞ୍ଜେକ୍ସନ ଦେଉଥିବା ଭିଡିଓ ଭାଇରାଲ”

Ritu Das
Browse all articles by Ritu Das
·2 months ago·2 min read
“ଖେଳିବା ବୟସରେ ଜୀବନ ଯୁଦ୍ଧ! ୬ ବର୍ଷର ଝିଅ ନିଜେ ନିଜକୁ ଇଞ୍ଜେକ୍ସନ ଦେଉଥିବା ଭିଡିଓ ଭାଇରାଲ”
India

Key Points

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଭିଡିଓ ସେୟାର ହେଉଛି। କିନ୍ତୁ ଇଏ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ନିଶ୍ଚିତ ଆପଣଙ୍କୁ ବିଚଳିତ କରିବ। ଛୋଟ ଛୁଆଟେ ନିଜେ ନିଜକୁ ଇଞ୍ଜେକ୍ସନ ଦେଉଛି।
ସୋସିଆଲ ମିଡିଆରେ ପ୍ରତିଦିନ କିଛି ଭିଡିଓ ସେୟାର ହେଉଛି। କିନ୍ତୁ ଇଏ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ନିଶ୍ଚିତ ଆପଣଙ୍କୁ ବିଚଳିତ କରିବ। ଛୋଟ ଛୁଆଟେ ନିଜେ ନିଜକୁ ଇଞ୍ଜେକ୍ସନ ଦେଉଛି। ଦେଖିଲେ ଆପଣଙ୍କୁ ନିଶ୍ଚିତ କଷ୍ଟ ଲାଗିବ। ଜଣେ ୬ବର୍ଷର ଝିଅ ଯାହାର ବୟସ ହେଉଛି କେବଳ ଖେଳିବାର ସେହି ବୟସରେ ଭଗବାନ ତାକୁ ଏମିତି ଏକ ରୋଗ ଦେଇଛନ୍ତି ଯେଉଁଥିପାଇଁ ସେ ନିଜେ ଭଲ ହେବା ପାଇଁ ନିଜ ଶରୀରରେ ଇନସୁଲିନ ଦେଉଛି। ଯାହା ଆପଣଙ୍କୁ ପ୍ରେରଣା ଦେବ। ଭଗବାନ ଏହି କଅଁଳ ଶିଶୁ କାହିଁକି ଏତେ ବଡ଼ ରୋଗ ଦେଇଛନ୍ତି। ସତରେ ବଡ଼ କଷ୍ଟ...



ଜଣେ 6 ବର୍ଷର ଝିଅ ନିଜେ ଇନସୁଲିନ୍ ଡୋଜ୍ ଦେଇ ମଧୁମେହ ସହିତ ଲଢ଼ି ଅନଲାଇନରେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି। ଛୋଟ ଝିଅଟି ବିନା ଚିନ୍ତାରେ ଇଞ୍ଜେକ୍ସନ ଦେଉଥିବାର ଭିଡିଓ ଭାଇରାଲ ହୋଇଛି, ଏକ "ଯୋଦ୍ଧା" ପରି ସମଗ୍ର ପ୍ରକ୍ରିୟାକୁ ପରିଚାଳନା କରୁଛି। ଅନେକ ତାଙ୍କ ସାହସିକତାକୁ ପ୍ରଶଂସା କରୁଥିବା ବେଳେ, କିଛି ବ୍ୟବହାରକାରୀ ମଧ୍ୟ ଏକ ପିଲା ସମ୍ପୂର୍ଣ୍ଣ ଭାବରେ ଏହି ପ୍ରକ୍ରିୟା ନିଜେ କରୁଥିବା ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି।

ଭିଡିଓଟି ଲୀନା ବର୍ଗଟ କାମ୍ବଲେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯିଏ ଏହାର କ୍ୟାପସନ ଦେଇଛନ୍ତି, "ପ୍ରତ୍ୟେକ ଡୋଜ୍, ପ୍ରତ୍ୟେକ ଦିନ ... ସେ ଏକ ଚମ୍ପିଆନ୍ ପରି ଲଢୁଛି। ମୋର ଛୋଟ ଯୋଦ୍ଧା ତ୍ରିଶାଙ୍କ ପାଇଁ ମୋର ଗର୍ବ।" କ୍ଲିପରେ, ଝିଅଟି ଧ୍ୟାନର ସହିତ ତାଙ୍କ ଡାହାଣ ଜଙ୍ଘରେ ଇନସୁଲିନ୍ ପ୍ରସ୍ତୁତ କରି ଇଞ୍ଜେକ୍ସନ ଦେଉଥିବାର ଦେଖାଯାଉଛି। ଇଞ୍ଜେକ୍ସନ ସହିତ ସାଧାରଣତଃ ଅସୁବିଧା ସତ୍ତ୍ୱେ, ସେ ସହଜରେ ଏବଂ କୌଣସି ଯନ୍ତ୍ରଣା ନ ଦେଖାଇ ପ୍ରକ୍ରିୟାଟିକୁ ସମାପ୍ତ କରନ୍ତି।

ଏଥିସହ ପଢ଼ନ୍ତୁ: ଭିଡିଓ ଦେଖିଲେ ଲୁହ ଅଟକିବନି: ପତ୍ନୀର ଯୁଇ ଜଳୁଥିବାବେଳେ ବୃଦ୍ଧ ସ୍ବାମୀ ଏମିତି କଲେ...

ତେବେ ଭିଡିଓରେ ଗୋଟିଏ କଥା ଚିନ୍ତାଜନକ ତା' ପାଖରେ କଣ କେହି ନାହାନ୍ତି ଆଉ ଏକ ଦିଗରୁ ଦେଖନ୍ତୁ ନିଶ୍ଚିତ ଆପଣଙ୍କୁ ଏହି ଭିଡିଓ ଶିକ୍ଷା ଦେବ। କଷ୍ଟ ତ ନିଶ୍ଚିତ କିନ୍ତୁ ଛଆଟି ନିଜ କାମ ପାଇଁ କାହା ଉପରେ ନିର୍ଭର କରୁନି। ଘର ଲୋକ ଛୋଟରୁ ଶିକ୍ଷା ଦେଇଛନ୍ତି କଷ୍ଟ ହେଲେ ବି ସାରା ଜୀବନ ଯେହେତୁ ଏହି ରୋଗ କେବେ ଭଲ ହେବନି ସେଥିପାଇଁ କୁନି ଯୋଦ୍ଧାକୁ ଛୋଟରୁ ପ୍ରସ୍ତୁତ କରିଛନ୍ତି। ଆଉ ଏହା ମଧ୍ୟ ଶିକ୍ଷା ଦେଉଛି ଯଦି କିଛି ବଡ଼ ରୋଗ ହେଉଛି ଭାଙ୍ଗିପଡ଼ନ୍ତୁନି ଧୈର୍ଯ୍ୟର ସହିତ ସାମ୍ନା କରନ୍ତୁ ଦେଖିବେ ରୋଗକୁ ନିଶ୍ଚିତ ହରାଇବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Life Battle at Play Age: Six-Year-Old Girl Injects Herself, Viral Video Shocks Internet | Argus News