Sky Diving / ୧୫ ହଜାର ଫୁଟ୍ ଉପରେ ଝୁଲି ରହିଲେ ସ୍କାଇ ଡାଇଭର

Key Points
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାକିଛି ଭାଇରାଲ ହୋଇଥାଏ । କେତେବେଳେ ଛୋଟ ପିଲା ନାଚ ତ ଆଉ କେତେବେଳେ ଷ୍ଟଣ୍ଟ କରୁଥିବାର ଭିଡ଼ିଓ । ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏକ ଅଷ୍ଟ୍ରେଲିୟ ସ୍କାଇ ଡାଇଭର ୧୫ହଜାର ଫୁଟ ଆକାଶରେ ଏପରି ପରିସ୍ଥିତିର ସାମ୍ନା କରିଛନ୍ତି ଯାହାକୁ ଦେଖି ଲୋକଙ୍କ ନିଶ୍ୱାସ ଅଟକି ଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍କାଇଡାଇଭର ବିମାନରୁ ବାହାରକୁ ବାହାରିବାମାତ୍ରେ ତାଙ୍କ ପାରାସୁଟ ଖୋଲି ସେସନା କାରୱାଁ ବିମାନର ଟେଲରେ ଫଶି ଯାଉଥିବା ଦେଖା ଯାଇଛି ।
ଏପରି ହେବା ଯୋଗୁଁ ସ୍କାଇଡାଇଭର କିଛି ସେକେଣ୍ଡ ପରେ ପ୍ଲେନ ପଛରେ ଝୁଲି ରହିଥିବା ଦେଖା ଯାଉଛନ୍ତି । ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହି ଭିଡିଓ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଭାଇରାଲ ହେଉଥିବା ଭିଡିଓରେ ଦେଖା ଯାଉଛି ସ୍କାଇଡାଇଭର ଯେମିତି ବିମାନରୁ ବାହାରକୁ ବାହାରୁଛନ୍ତି ପବନରେ ତାଙ୍କ ପାରାସୁଟ୍ ଖୋଲି ଯାଉଛି ଓ ବିମାନ ପଛ ଟେଲରେ ଗୁଡେଇ ହୋଇ ଯାଉଛି। ଏହାପରେ ସ୍କାଇ ଡାଇଭର ବିମାନର ଟେଲରେ ଝୁଲି ରହୁଛନ୍ତି ।
🇦🇺 SKYDIVER CHEATS DEATH IN MID-AIR PARACHUTE SNAG INCIDENT – SHOCKING ATSB REPORT🚨
— Info Room (@InfoR00M) December 11, 2025
A Queensland skydiver survived a terrifying accident when his parachute snagged on a Cessna Caravan’s tail at 15,000ft.
Dragged out of the plane and suspended below it, he cut reserve… pic.twitter.com/QkfKzfULIN
ଏଥିରେ ସ୍କାଇଡାଇଭର ଭୟଭୀତନ ହୋଇ ନିଜର ସାହାସ ଦେଖାଇଛନ୍ତି । ପକେଟରୁ ଛୁରି କାଢ଼ି ପାରାସୁଟର ରଶି କାଟି ନିଜକୁ ମୁକ୍ତ କରୁଛନ୍ତି ଓ ତଳକୁ ଖସି ପାଖରେ ରଖିଥିବା ଏମାର୍ଜେନ୍ସୀ ପାରସୁଟ୍ ଖୋଲୁଛନ୍ତି । ଏହି ଦୃଶ୍ୟ କୌଣସି ଚମତ୍କାରଠୁ କମ ନୁହେଁ । ରିଜର୍ଭ ପାରାସୁଟ୍ ଦ୍ୱାରା ସ୍କାଇଡାଇଭର କିଛି ସମୟ ପରେ ଲ୍ୟାଣ୍ଡ କରିଯାଉଛନ୍ତି। ଏଥି ପାଇଁ ତାଙ୍କୁ ସାମାନ୍ୟ ଆଘତ ଲାଗିଛି । ହେଲେ ଏହି ଭିଡିଓ ଦେଖି ସୋସିଆଲ ମିଡିଆରେ ୟୁଜରଙ୍କ ନିଶ୍ୱାସ ଅଟକି ଯାଉଛି।
ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଲୋକେ ଭିଡିଓ ଦେଖି ଅନେକ ପ୍ରକାରର କମେଣ୍ଟ କରୁଛନ୍ତି। ଏଥିରେ ଜଣେ ୟୁଜର ସ୍କାଇ ଡାଇଭର ଲକି ଥିଲେ ବୋଲି କହିଛନ୍ତି । ନଚେତ ଏହା ତାଙ୍କ ଲାଗି ବିପଦଜନକ ହୋଇଥାନ୍ତା ବୋଲି ଲେଖିଛନ୍ତି । ଏଥିରେ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ଯଦି ସେ ନୂଆ ସ୍କାଏଡାଭର ହୋଇଥାନ୍ତେ ତେବେ ଏପରି କିଛି କରି ପାରିଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ଓ ସ୍କାଇଡାଇଭରଙ୍କ ପାଖରେ ଛୁରି ନଥିଲେ ସେ କଣ କରିଥାନ୍ତେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଅନ୍ୟ ଜଣେ ବ୍ୟବହାରକାରୀ ସ୍କାଇ ଡାଇଭରଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ବହୁତ ଭାଗ୍ୟବାନ, ନଚେତ୍ ଏହା ବିପଦପୂର୍ଣ୍ଣ ହୋଇପାରେ। ଏହା ସହିତ, ଅନ୍ୟ ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି ଯେ ସେ ବୁଦ୍ଧିମାନ... ତାଙ୍କ ଛୁରୀ ତାଙ୍କ ଜୀବନ ବଞ୍ଚାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories