Videos
|
National

Husband Murder / କ୍ଷୀରରେ ନିଦ ଔଷଧ ତକିଆ ତଳେ ବିଷାକ୍ତ ସାପ ଆଉ ତା'ପରେ...

Rashmita Mishra
Browse all articles by Rashmita Mishra
·2 weeks ago·2 min read
କ୍ଷୀରରେ ନିଦ ଔଷଧ ତକିଆ ତଳେ ବିଷାକ୍ତ ସାପ ଆଉ ତା'ପରେ...
Husband Murder

Key Points

ସ୍ୱାମୀର ତକିଆ ତଳେ ବିଷାକ୍ତ ସାପ ରଖିଲା ସ୍ତ୍ରୀ !
ପ୍ରେମିକ ସହ ମିଶି ସାପ କାମୁଡ଼ାଇ ହତ୍ୟା ?
୧୫ ହଜାରରେ କିଣିଲେ ସାପ ସ୍ୱାମୀକୁ ମାରିବାକୁ ଷଡ଼ଯନ୍ତ୍ର
କ୍ଷୀରରେ ନିଦ ଔଷଧ ତକିଆ ତଳେ ବିଷାକ୍ତ ସାପ 

ସ୍ଵାମୀକୁ ହତ୍ୟା କରିବା ପାଇଁ ସ୍ତ୍ରୀର ସାଂଘାତିକ ଷଡ଼ଯନ୍ତ୍ର... ସ୍ଵାମୀର ତକିଆ ତଳେ ସ୍ତ୍ରୀ ରଖିଲା ବିଷାକ୍ତ ଚିତି ବୋଡ଼ା ସାପ । ସ୍ଵାମୀ ଶୋଇଥିବା ଅବସ୍ଥାରେ ସାପ ମାରିଲା ମୁହଁକୁ ଚୋଟ । ସାପୁଆଙ୍କୁ ୧୫ ହଜାର ଦେଇ ସ୍ତ୍ରୀ ଆଣିଥିଲା ବିଷାକ୍ତ ସାପ । ପୁରୁଷ ମାନେ ଏବେ ବିପଦରେ । କଣ ହୋଇଛି ଏ ସ୍ତ୍ରୀ ମାନଙ୍କୁ । ଗୋଟିଏ ପରେ ଗୋଟିଏ ସ୍ଵାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରୁଛନ୍ତି ସ୍ତ୍ରୀ ।

ଯେମିତି ଏବେ ଦେଖିବାକୁ ମିଳିଛି । ସ୍ଵାମୀକୁ ହତ୍ୟା କରିବା ପାଇଁ ସ୍ତ୍ରୀ କରିଛି ଅତି ସାଂଘାତିକ ଷଡ଼ଯନ୍ତ୍ର । ବିଷାକ୍ତ ସାପ ଆଣି ସ୍ଵାମୀର ତକିଆ ତଳେ ଛାଡ଼ି ଦେଇଥିଲା । ସ୍ଵାମୀ ଶୋଇପଡ଼ିଲା ପରେ ସାପ ମାରିଥିଲା ସ୍ଵାମୀର ମୁହଁକୁ ଚୋଟ ପରେ ଚୋଟ । ସ୍ଵାମୀର ଅତି ନୃସଂଶ ଭାବରେ ହତ୍ୟା କରାଯାଇଛି । ପ୍ରେମିକ ସହ ମିଶି ସ୍ତ୍ରୀ ରଚିଛି ଏମିତି ହତ୍ୟା ଷଡ଼ଯନ୍ତ୍ର ।

ହେଉଛି ସେହି ବିଷାକ୍ତ ବୋଡ଼ା ସାପ । ଯେଉଁ ସାପକୁ ସ୍ଵାମୀର ତକିଆ ତଳେ ରଖି ଦେଇଥିଲା ସ୍ତ୍ରୀ । ଏହି ସାପ ସ୍ଵାମୀର ମୁହଁକୁ ମାରିଥିଲା ଚୋଟ । ଗୋଡ଼ରେ ମଧ୍ୟ ରହିଛି ସାପ କାମୁଡ଼ାର ଚିହ୍ନ । ଆଉ ଏ ହେଉଛି ସେହି ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ । ମୃତ ବ୍ୟକ୍ତିଙ୍କର ନାମ ହେଉଛି ଅତୁଲ କୁମାର ପନ୍ଓ୍ବାର । ହତ୍ୟାକାରୀ ସ୍ତ୍ରୀର ନାଁ ହେଉଛି ଦାମିନୀ ଏବଂ ପ୍ରେମିକର ନାଁ ହେଉଛି ତୁଷାର ।

ଯଦି ଦେଖିବା ସ୍ଵାମୀ ଅତୁଲ ଏକ ପ୍ଲେ ସ୍କୁଲ କରିଥିଲେ । ଆଉ ସେହି ସ୍କୁଲରେ ଡ୍ରାଇଭର ଥିଲା ତୁଷାର । ତେବେ ଡ୍ରାଇଭର ତୁଷାର ଏବଂ ଅତୁଲଙ୍କ ସ୍ତ୍ରୀ ମଧ୍ୟରେ ସୃଷ୍ଟି ହେଇଥିଲା ପ୍ରେମ ସମ୍ପର୍କ । ପୋଲିସର କହିବା ମୁତାବ ଅତୁଲଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ଦାମିନୀ ଏବଂ ପ୍ରେମିକ ତୁଷାର ମିଶି ଏହି ଷଡ଼ଯନ୍ତ୍ର ରଚିଥିଲେ । ପ୍ରଥମେ ଅତୁଲଙ୍କୁ କ୍ଷୀରରେ ଶୋଇବା ଔଷଧ ମିଶାଇ ଦିଆଯାଇଥିଲା ।

ଏହାପରେ ତାଙ୍କ ତକିଆ ତଳେ ବିଷାକ୍ତ ବୋଡ଼ା ସାପକୁ ରଖି ଦେଇଥିଲେ। ଅତୁଲ ଶୋଇପଡ଼ିବା ପରେ ତାଙ୍କୁ ସାପ ଦ୍ୱାରା କାମୁଡ଼ାଯାଇଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତୁଷାର ହସ୍ତିନାପୁରର ରହୁଥିବା ଦୁଇ ଜଣ ସାପୁଆଙ୍କ ସାହାଯ୍ୟ ନେଇଥିଲେ । ୧୫ ହଜାର ଟଙ୍କା ଦେଇ ସେମାନଙ୍କଠୁ କିଣିଥିଲା ସାପ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ମିରଟ୍‌ରେ ।

ସେପଟେ ପ୍ରାଥମିକ ତଦନ୍ତରୁ ଏହା ସାପ କାମୁଡ଼ାରୁ ମୃତ୍ୟୁ ହୋଇଥିଲା ଜଣା ପଡ଼ିଥିଲା। କିନ୍ତୁ ଅତୁଲଙ୍କ ବାପା ଅଜବ ସିଂହଙ୍କ ଅଭିଯୋଗ ସବୁ ସତ ବାହାରକୁ ନେଇ ଆସିଲା । ଅତୁଲଙ୍କ ବାପା ତାଙ୍କ ବୋହୂ ଉପରେ ପୁଅକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ ।

ତଦନ୍ତ ପରେ ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଅବିନାଶ ପାଣ୍ଡେ କହିଛନ୍ତିକି ତୁଷାର ଗତ ତିନି ମାସ ଧରି ସ୍କୁଲ ବସ୍ ଡ୍ରାଇଭର ଭାବେ କାମ କରୁଥିଲେ । ଏହା ପରେ ଦାମିନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହାପରେ ଏମିତି ହତ୍ୟାର ଷଡ଼ଯନ୍ତ୍ର କରିଥିଲେ ଦୁହେଁ ମିଶି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Husband Murder | Sleeping Pills in Milk, Venomous Snake Hidden Under Pillow | Argus News