Videos
|
National

Smart Elephant / କେରଳ ଚିଡ଼ିଆଖାନାରେ ‘ସ୍ମାର୍ଟ’ ହାତୀ ଆଶା! ନିଜେ ପାଇପ ଧରି ଗାଧୋଉଛି...ଭିଡିଓ ଭାଇରାଲ୍

Ritu Das
Browse all articles by Ritu Das
·5 months ago·2 min read
କେରଳ ଚିଡ଼ିଆଖାନାରେ ‘ସ୍ମାର୍ଟ’ ହାତୀ ଆଶା! ନିଜେ ପାଇପ ଧରି ଗାଧୋଉଛି...ଭିଡିଓ ଭାଇରାଲ୍
India

Key Points

ନିଜେ ଗାଧୋଉଛି । ଶୁଣ୍ଢରେ ପାଣି ନେଉଛି । ଆପଣଙ୍କୁ ଏହି ଦୃଶ୍ୟଟି ନିଶ୍ଚିତ ଆଶ୍ଚର୍ଯ୍ୟ କରିବ।
ନିଜେ ଗାଧୋଉଛି । ଶୁଣ୍ଢରେ ପାଣି ନେଉଛି । ଆପଣଙ୍କୁ ଏହି ଦୃଶ୍ୟଟି ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଆମେ ସମସ୍ତେ ଜାଣିଛେ ମଣିଷ ଭାରି ବୁଦ୍ଧିଆ କିନ୍ତୁ ମଣିଷ ପରେ ଯଦି କେହି ବୁଦ୍ଧିଆ ଅଛନ୍ତି ସେ ହେଉଛି ହାତୀ। ଖୁବ ଚତୁର ମଧ୍ୟ। ଦକ୍ଷିଣ ଭାରତର କେରଳ କାପ୍ରିକଡ ଚିଡ଼ିଆଖାନାରେ ଗୋଟିଏ Asian elephant ନିଜେ ପାଇପ ଧରି ଗାଧୋଉଛି। ଭିଡିଓଟିକୁ ଦେଖିଲେ ନିଶ୍ଚିତ ଆପଣଙ୍କୁ ଭଲ ଲାଗିବ। କାରଣ ଏମିତିକି ବ୍ୟସ୍ତତା ଜୀବନରେ ଏଇଭଳି ପ୍ରାଣୀଙ୍କର କ୍ୟୁଟ ଭିଡିଓ ନିଶ୍ଚିତ କିଛି ମାତ୍ରାରେ ଦୁଃଖ ଏବଂ କଷ୍ଟ ଲାଘବ କରେ। ଏବଂ ଓଠକୁ ବାଧ୍ୟ କରେ ଏକ ସ୍ବିଟ ସା ସ୍ମାଇଲ ଦେବାକୁ। 

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି, ହାତୀଟି ଶୁଣ୍ଡରେ ପାଇପ ଧରି ପାଣିକୁ ନିଜ ଶରୀର ଉପରେ ଛିଞ୍ଚି ମଜାରେ ଗାଧୋଉଛି। କାହାର ସହାୟତା ଲୋଡୁନାହିଁ ବଂର ଆନନ୍ଦରେ ଗାଧୋଇବାକୁ ଉପଭୋଗ କରୁଛି । ଦେଖିଲେ ଖୁବ ମଜା ଲାଗିବ। ତେବେ ପ୍ରାଣୀ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ହାତୀମାନେ ଅତ୍ୟନ୍ତ ବୁଦ୍ଧିମାନ ଏବଂ ପରିସ୍ଥିତିକୁ ଶୀଘ୍ର ବୁଝି ନିଜେ ନିଜେ କାମ କରିବାରେ ସକ୍ଷମ।

ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ମତ ଅନୁସାରେ, ହାତୀଟି ନିୟମିତ ଭାବେ ଏଭଳି ସ୍ନାନ କରେ ଏବଂ ଏହା ତାହାର ଦୈନନ୍ଦିନ ଅଭ୍ୟାସର ଏକ ଅଂଶ। ଦର୍ଶନାର୍ଥୀମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଆନନ୍ଦିତ ହେଉଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ “ସ୍ମାର୍ଟ ଏଲିଫାଣ୍ଟ” ବୋଲି କହିବେ। ତେବେ ହାତୀଟିର ନାଁ ହେଉଛି ଆଶା। ହାତୀର ବୟସ ୨୩ ବର୍ଷ ବୋଲି କୁହାଯାଉଛି। ଏହି ଚିଡ଼ିଆଖାନୋରେ ଥିବା ହାତୀ ପ୍ରଶିକ୍ଷଣ ନେଇଛନ୍ତି । ସମସ୍ତେ ନିଜ ନିଜର ମାହୁନ୍ତଙ୍କ ବୋଲ ମାନିଥାନ୍ତି। ପ୍ରକୃତି ଓ ପ୍ରାଣୀମାନଙ୍କ ଅସାଧାରଣ ବୁଦ୍ଧିର ଏହା ଏକ ସୁନ୍ଦର ଉଦାହରଣ। ଏହି ଭିଡିଓ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଦର୍ଶାଉଛି ଯେ, ନିଜ କାମ ପାଇଁ କେବେ ବି କାହା ଉପରେ ନିର୍ଭର କରନ୍ତୁ ନାହିଁ। ହାତୀଟିଏ ହେଲେ ବି ଏହି କଥା ବେଶ ଭଲ ଭାବରେ ବୁଝିପାରିଛି।

ପ୍ରକୃତି ଓ ପ୍ରାଣୀମାନଙ୍କ ଅସାଧାରଣ ବୁଦ୍ଧିର ଏହା ଏକ ସୁନ୍ଦର ଉଦାହରଣ। ଏହି ଭିଡିଓ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଦର୍ଶାଉଛି ଯେ, ନିଜ କାମ ପାଇଁ କେବେ ବି କାହା ଉପରେ ନିର୍ଭର କରନ୍ତୁ ନାହିଁ। ହାତୀଟିଏ ହେଲେ ବି ଏହି କଥା ବେଶ ଭଲ ଭାବରେ ବୁଝିପାରିଛି।

ଏଥିସହ ପଢ଼ନ୍ତୁ: ଫୋନରେ ଜୋକ ପରି ଲାଗିଯାଉଛି କି ଆପଣଙ୍କ ଶିଶୁ ? ଜାଣନ୍ତୁ ଏହାର ଅସଲି କାରଣ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Smart Elephant Asha Bathes Herself at Kerala Zoo, Adorable Viral Video Wins Hearts | Argus News