ସ୍ମାର୍ଟ ସିଟି ନୁହେଁ ଉତ୍ତରପ୍ରଦେଶର ଯୁବକ ବି ସ୍ମାର୍ଟ ହେବେ

ନୂଆଦିଲ୍ଲୀ: ସ୍ମାର୍ଟ ସିଟି ନୁହେଁ ଉତ୍ତରପ୍ରଦେଶର ଯୁବକ ବି ସ୍ମାର୍ଟ ହେବେ। ଗୋରଖପୁରରେ ରାଜକୀୟ ଜୁବଲୀ ଇଣ୍ଟର କଲେଜ ପଡିଆରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ଟାବଲେଟ୍ ବଣ୍ଟନ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶର ଯୁବଯୁବତୀଙ୍କୁ ଆଶ୍ବାସନା ଦେଇ ଯୋଗୀ କହିଛନ୍ତି, ସେମାନଙ୍କ ଭବିଷ୍ୟତ ନେଇ କେହି ବି ଖେଳି ପାରିବେ ନାହିଁ। ଯଦି ବି କେହି ଏଭଳି କରନ୍ତି ଜୀବନ ସାରା ଜେଲରେ ସଢିବାକୁ ପଡିବ ବୋଲି କହିଛନ୍ତି ଯୋଗୀ।
କାର୍ଯ୍ୟକ୍ରମରେ ୧୫୦୦ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ଏବଂ ୩୦୦୦ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ବିତରଣ କରାଯାଇଛି। ଏହି ଅବସରରେ ୨୬ ମାଧ୍ୟମିକ ସ୍କୁଲରେ ୧୭.୩୫ କୋଟି ଟଙ୍କାରେ ରୂପାନ୍ତରୀକରଣ ଏବଂ ୧୪୧ ମାଧ୍ୟମିକ ବିଦ୍ୟାଳୟରେ ୭.୫୮ କୋଟି ଟଙ୍କାରେ ୩୩୦ ପ୍ରିମିୟମ ସ୍ମାର୍ଟ କ୍ଲାସରୁମର ଶିଳାନ୍ୟାସ କରିଛନ୍ତି ଯୋଗୀ। ଡିଜିଟାଲ୍ କ୍ଷେତ୍ରରେ ସମକ୍ଷ ହେଉଛନ୍ତି ଛାତ୍ରଛାତ୍ରୀ। ଉତ୍ତରପ୍ରଦଶକୁ ଡିଜିଟାଲ ଇଣ୍ଡିଆର ଅଗ୍ରଣୀ ରାଜ୍ୟ କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଯୋଗୀ।
ଅଧିକ ପଢନ୍ତୁ ଭାରତ ଖବର
