Videos
|
National

ସାପ କାମୁଡାରେ ୪୭ ଜଣ ଲୋକଙ୍କୁ '୨୭୯'ଥର ମାରି ଲୁଟିନେଲେ ୧୧ କୋଟି ୨୬ ଲକ୍ଷ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସାପ କାମୁଡାରେ ୪୭ ଜଣ ଲୋକଙ୍କୁ '୨୭୯'ଥର ମାରି ଲୁଟିନେଲେ ୧୧ କୋଟି ୨୬ ଲକ୍ଷ

Key Points

ଜଣେ ବ୍ୟକ୍ତିକୁ ବାରମ୍ବାର ମୃତ ଦେଖାଇ ପାଖାପାଖି ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି ସେହି ବ୍ୟକ୍ତିଙ୍କ ପରିବାର ଲୋକେ । ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜ୍ୟରେ ।

ଜଣେ ବ୍ୟକ୍ତିକୁ ଥରେ ସାପ କାମୁଡିଲା । ତାକୁ ମୃତ ବୋଲି ଘୋଷଣା କରାଗଲା । ପୁଣି ସେ ବଞ୍ଚିଲା । ଆଉ ପୁଣି ତାକୁ ସାପ କାମୁଡିଲା ଆଉ ସେ ମରିଗଲା । ଏପରି ଥରେ ଦୁଇଥର ନୁହେଁ ୨୮ ଥର ମରିଥିବା ଘୋଷଣା କରାଗଲା । ସେହିପରି ଆଉ ଜଣେ ବ୍ୟକ୍ତିକୁ ମଧ୍ୟ ୨୯ ଥର ସାପ ଦଂଶିଥିବା ଆଉ ସବୁ ଥର ମରିକି ପୁଣି ଜୀବିତ ହେଉଥିବା କଥା ସାମ୍ନାକୁ ଆସିଥିଲା । ଆପଣ ମାନେ ଭାବୁଥିବେ, ଏମିତି ଅଦ୍ଭୁତ ଖବର ସମ୍ଭବ କେମିତି ? ହଁ, ଆଜ୍ଞା ସମ୍ଭବ, ଆଉ ତାହା କେବଳ କାଗଜରେ । ଜଣେ ବ୍ୟକ୍ତିକୁ ବାରମ୍ବାର ମୃତ ଦେଖାଇ ପାଖାପାଖି ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି ସେହି ବ୍ୟକ୍ତିଙ୍କ ପରିବାର ଲୋକେ । ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜ୍ୟରେ ।
୪୭ ଜଣ ଲୋକଙ୍କୁ ୨୭୯ ଥର ମୃତ୍ୟୁ ଦିଆଯାଇଛି । କାରଣ ସରକାରଙ୍କ ତରଫରୁ ଏପରି ମୃତ୍ୟୁ ପାଇଁ ବିପର୍ଯ୍ୟୟ ପାଇଁ ୪ ଲକ୍ଷ ଟଙ୍କା ରିଲିଫ ପାଣ୍ଠି ଦେବାର ବ୍ୟବସ୍ଥା ରହିଛି । ସେଥିପାଇଁ ବାରମ୍ବାର ଲୋକଙ୍କୁ ମାରିବା ପ୍ରମାଣ ଦେଇ ପରିବାର ଲୋକେ ପାଖାପାଖି ୧୧ କୋଟି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏପରି ଘୋଟାଲାରେ ଲୋକ କେବଳ ସାପ କାମୁଡା ନୁହେଁ, ବରି ପାଣିରେ ବୁଡି ମରିବା, ଘଡଘଡିରେ ମରିବା ନେଇ ଲୋକଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ୨୦୨୨ରେ ରାଜସ୍ଵ ବିଭାଗର ଅଡିଟ୍‌ରେ ଜଣା ପଡିଥିଲା , ସିବନିର କେଓଲାରୀ ଅଞ୍ଚଳର ତହସିଲ କାର୍ଯ୍ୟଳୟର କ୍ଲର୍କ ସଚିନ ଦହାୟତ ୨୭୯ ଜଣ ଲୋକଙ୍କୁ ସାପ କାମୁଡା, ପାଣିରେ ବୁଡି ମରିବା, ବିଜୁଳି ଦ୍ଵାରା ମୃତ୍ୟୁ ହୋଇଥିବା ଦେଖାଇ ସମସ୍ତଙ୍କ ନାଁରେ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇଛନ୍ତି ।

୨୭୯ ଜଣଙ୍କ ମୃତ୍ୟୁର ୧୧ କୋଟି ୨୬ ଲକ୍ଷ ଟଙ୍କା ମାତ୍ର ୪୭ଜଣଙ୍କ ଆକାଉଣ୍ଟକୁ ଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଯାଏଁ ଜୀବିତ ଥିବା ବେଳେ ଅଧିକାଂଶଙ୍କର ମୃତ କି ଜୀବିତ ନେଇ କୌଣସି ପ୍ରମାଣ ପତ୍ର ମିଳିପାରିନାହିଁ । ଏହି ମାମଲାରେ ମୁଖ୍ୟ ଆରୋପୀ କ୍ଲର୍କକୁ ବାହାର କରି ଦିଆଯାଇଛି । ଏଥିସହ ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି , ସେମାନଙ୍କ ନାଁରେ ମଧ୍ୟ FIR ଦାଖଲ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: