Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସାମ ଓ ଅରୁଣାଚଳପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

National

ଆସାମ ଓ ଅରୁଣାଚଳପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ଆସାମ ଓ ଅରୁଣାଚଳପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କ। ହାତୀ ଓ ଗଣ୍ଡାଙ୍କ ପାଇଁ ପ୍ରସିଦ୍ଧ ଜାତୀୟ ଉଦ୍ୟାନ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏଠାରେ ରାତି କଟାଇଛନ୍ତି ନରେନ୍ଦ୍ର ମୋଦି। ଏଥିସହ ହାତୀ ପିଠିରେ ବସି ଜଙ୍ଗଲ ସଫାରୀ କରିଛନ୍ତି, ଗଜରାଜଙ୍କୁ ଖାଦ୍ୟ ଖୁଆଇଛନ୍ତି। ଏହି ସବୁ ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ଏଥିସହ ପୂର୍ବୋତ୍ତର ରାଜ୍ୟଗୁଡ଼ିକ ପାଇଁ 55 ହଜାର 600 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଇଟ୍ଟାନଗରରେ ଜନସଭାକୁ ସମ୍ବୋଧନ କରି ପିଏମ୍ କହିଛନ୍ତି ଭାରତ ଅଭିବୃଦ୍ଧିର ଇଞ୍ଜିନ ପାଲଟିବ ନର୍ଥ-ଇଷ୍ଟ। ହାତରେ କ୍ୟାମେରା, ମୁଣ୍ଡରେ କ୍ୟାପ୍‌।

ଭିନ୍ନ ଲୁକ୍‌ରେ ପିଏମ ମୋଦି। ହାତୀ ଉପରେ ବସି ବୁଲିଲେ, ଗଜରାଜଙ୍କୁ  ଆଖୁ ଖୁଆଇଲେ । ପୁଣି ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେଲେ ମୋଦି। ଆସାମର କାଜିରଙ୍ଗା ଜାତୀୟ ପାର୍କ ପରିଦର୍ଶନ କରିବା ବେଳେ ସାମ୍ନାକୁ ଆସିଛି ପ୍ରଧାନମନ୍ତ୍ରୀଙ୍କର ଏହି ଭିନ୍ନ ଅନ୍ଦାଜ । କାଜିରଙ୍ଗାରେ ରାତି କଟାଇବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଏସବୁର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ `X'ରେ ପୋଷ୍ଟ କରିଛନ୍ତି। ବିଶେଷ କରି ଗଣ୍ଡାହାତୀଙ୍କ ପାଇଁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ। ଏଠି ହାତୀ ସହ ଥିବା ଅନ୍ୟ ପଶୁପକ୍ଷୀଙ୍କ ଫଟୋ ଓ ଭିଡିଓ ବି ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ। ଜଙ୍ଗଲ ସଫାରୀ ପରେ ଆସାମ ଜୋରହାଟରେ ଜନସଭାକୁ ସମ୍ବୋଧନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିସହ ଆହୋମ ଜେନେରାଲ ଲଚିତ୍ ବୋରଫୁକାନଙ୍କ 84 ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପିଏମ୍ ମୋଦି। 


ଆସାମ ପରେ ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକଶିତ ଭାରତ, ବିକଶିତ ଉତ୍ତର-ପୂର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପିଏମ୍ ମୋଦି। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେଲା ଟନେଲର କରିଛନ୍ତି ଉଦଘାଟନ। ପିଏମ କହିଛନ୍ତି ପୁରା ଉତ୍ତର-ପୂର୍ବ ଭାରତରେ ବିକାଶ କାର୍ଯ୍ୟ ଚାରି ଗୁଣା ଦ୍ରୁତ ଗତିରେ ଆଗେଇ ଚାଲିଛି। ସମୁଦ୍ର ପତ୍ତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି ସେଲା ଟନେଲ। ଏହା ଦ୍ୱାରା ଚୀନ ସୀମାବର୍ତ୍ତୀ ତାୱାଙ୍ଗ ନିକଟରେ ଅତି ସହଜରେ ପହଞ୍ଚି ହେବ। ପୁଣି ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶ ଆଦି ଉତ୍ତର ପୂର୍ବ ରାଜ୍ୟକୁ ପ୍ରାୟ ୫୫,୬୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି ।  
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Snippets From PM Modi's "Memorable Visit To Kaziranga | Argus News