Videos
|
National

ଖଜୁରୀ ଆମ ଶରୀର ପାଇଁ କେତେ ଲାଭଦାୟକ ?

Manini Pattanayak
Browse all articles by Manini Pattanayak
·2 years ago·2 min read
ଖଜୁରୀ ଆମ ଶରୀର ପାଇଁ କେତେ ଲାଭଦାୟକ ?

 ନୂଆଦିଲ୍ଲୀ:  ଆପଣ ଜାଣିଛନ୍ତି ଖଜୁରୀ ଆମ ଶରୀର ପାଇଁ କେତେ ଲାଭଦାୟକ..  ଯଦି  ଜାଣିନାହାନ୍ତି   ତେବେ ଆସନ୍ତୁ ଜାଣିବା।  ଖଜୁରୀ ଏକ ପୌଷ୍ଟିକ  ଏବଂ  ଟେଷ୍ଟି ଡ୍ରାଏ ଫ୍ରୁଟ।  ଯାହାର  ସେବନ  କାହିଁ କେଉଁ ଯୁଗରୁ କରାଯାଉଛି।  ଖଜୁରୀରେ  ପ୍ରଚୁର ମାତ୍ରାରେ  ପୋଷକ  ତତ୍ତ୍ୱ ,  ଭିଟାମିନ୍‌  ରହିଥାଏ ଯାହା ଶରୀରକୁ ଶକ୍ତି ଦେବା ସହ ରୋଗରୁ ରକ୍ଷା କରିଥାଏ।   ବିଶେଷ କରି ଖାଲିପେଟରେ ଖଜୁରୀ ଖାଇଲେ  ଚମତ୍କାର ଭାବେ ଲାଭ ମିଳିଥାଏ।  ଖଜୁରୀର ଲାଭ ଏତେ ଅଛି ଯେ ଏହାକୁ ଆପଣଙ୍କ ହେଲଦି ଡାଏଟରେ   ଆଡ କରିପାରିବେ। ଯଦି କେହି  ନିଜ ଶରୀରକୁ ଶକ୍ତିଶାଳୀ କରିବାକୁ  ଚାହୁଁଥିବେ  ତେବେ ଖଜୁରୀ କୌଣସି ରାମବାଣ ଫଳ ଠାରୁ କମ୍‌ ମଧ୍ୟ ନୁହେଁ। ତେବେ ଆସନ୍ତୁ ଜାଣିବା ଖାଲିପେଟରେ ଖଜୁରୀ ଖାଇବା ଦ୍ୱାରା କେଉଁ କେଉଁ ରୋଗୀଙ୍କୁ ଲାଭ ମିଳିଥାଏ। 

 ହଜମ ପ୍ରକ୍ରିୟା ସମସ୍ୟା

ଖଜୁରୀରେ ପ୍ରାକୃତିକ  ଫାଇବର ମାତ୍ରା ଭରପୁର ଥାଏ।  ଯାହା ପାଚନ ତନ୍ତ୍ରକୁ  ସୁସ୍ଥ ରଖିବାରେ ସହଯୋଗ କରିଥାଏ।  ପ୍ରତ୍ୟେକ  ଦିନ ଖାଲି ପେଟରେ  ଖଜୁରୀ ଖାଇଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ  ପେଟ ଫୁଲା ଭଳି  ସମସ୍ୟା ରୁ ମୁକ୍ତି  ମିଳିଥାଏ। ଏଥିସହିତ ମଳ ତ୍ୟାଗରେ ମଧ୍ୟ ସହଜ ହୋଇଥାଏ । 
 

ଏନିମିଆ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖଜୁରୀ ହେଉଛି  ଆଇରନର  ଗନ୍ତାଘର    ।  କାରଣ ଖଜୁରୀ ଖାଇଲେ  ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ।  ଖାଲି ପେଟରେ  ଖଜୁରୀ ଖାଇବା ଦ୍ୱାରା ଏନିମିଆ  ସମସ୍ୟା କମ ହୋଇଥାଏ ।  ଯେଉଁମାନଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ରହୁଛି  ଏବଂ ହାଡ ଦୁର୍ବଳ ରହୁଛି ସେମାନେ ଖାଲି ପେଟରେ  ଖଜୁରୀ ଖାଇବା ବହୁତ ଲାଭ ଦାୟକ।   ହିମୋଗ୍ଲୋବିନ  ଲେବଲ  ବଢାଇଥାଏ  ଖଜୁରୀ ।  

 ହାଡ ଏବଂ ମାଂସପେଶୀର ଦୁର୍ବଳତା 

 ଖଜୁରୀରେ କ୍ୟାଲସିୟମ,  ଫସଫରସ୍‌ ଏବ  ମ୍ୟାଗ୍ନେସିୟମ  ପରି  ଖଣିଜ  ପ୍ରଚୁର ମାତ୍ରାରେ ମିଳିଥାଏ।  ଯାହା ହାଡ ଏବଂ ମାଂସପେଶୀକୁ  ମଜଭୁତ  କରିବାରେ ସହାୟକ ହୋଇଥାଏ।  
 

ହାର୍ଟକୁ ସୁସ୍ଥ ରଖିଥାଏ ଖଜୁରୀ


ଖଜୁରୀରେ  ପୋଟାସିୟମ ଏବଂ ମ୍ୟାଗ୍ନେସିୟମ  ପରି ଖଣିଜ ଭରପୁର ଥାଏ  ଯାହା ହାର୍ଟକୁ  ସୁସ୍ଥ ରଖିଥାଏ।  ଖାଲି ପେଟରେ ଖଜୁରୀ ଖାଇବା ଦ୍ୱାରା ବ୍ଲଡ ପ୍ରେସର ଖଣ୍ଟ୍ରୋଲ  ରହିଥାଏ। କୋଲେଷ୍ଟ୍ରୋଲ  ଲେବଲ ମଧ୍ୟ କମ୍‌ ହୋଇଥାଏ।  ଯାହାଦ୍ୱାରା ହାର୍ଟ ସହିତ ଜଡିତ ସମସ୍ୟା କମ୍‌  ହୋଇଥାଏ।
 

ଡାଇବେଟିସ୍‌

ଖଜୁରୀରେ ନ୍ୟାଚୁରାଲ ସୁଗାର  ଥାଏ ଯାହା  ମଧୁମେହ ରୋଗୀଙ୍କ ପାଇଁ ଏହା ନିରାପଦ,  କିନ୍ତୁ ଏହା ସୀମିତ ପରିମାଣରେ  ସେବନ  କରିବା ଆବଶ୍ୟକ ।  ଖଜୁରି  ଇନ୍ସୁଲିନର ସେନ୍ସିଟିବିଟି କୁ ବଢାଇଥାଏ ଯାହା ଡାଇବେଟିସ୍‌ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।  ତେଣୁ ଖଜୁରୀକୁ ନିଜର ଡାଏଟ ପ୍ଲାନରେ ଆଡ କରିବାକୁ କେବେ ଭୁଲନ୍ତୁ ନାହିଁ।
ଅଧିକ ଦେଖନ୍ତୁ :