Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Social Media Viral: ଛୁଆ ନର୍ସରୀରେ ପାଠ ପଢ଼ିବା ପାଇଁ ବାପା ମାଆଙ୍କୁ ଅଢ଼େଇ ଲକ୍ଷର ବିଲ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Social Media Viral: ଛୁଆ ନର୍ସରୀରେ ପାଠ ପଢ଼ିବା ପାଇଁ ବାପା ମାଆଙ୍କୁ ଅଢ଼େଇ ଲକ୍ଷର ବିଲ !

Key Points

ହାଇଦ୍ରାବାଦାରେ ନର୍ସରୀ ପାଇଁ ୨,୫୧,୦୦୦ଟଙ୍କା ନେଉଛି ସ୍କୁଲ।

ହାଇଦ୍ରାବାଦର ଏକ ପ୍ରସିଦ୍ଧ ଘରୋଇ ସ୍କୁଲର ନର୍ସରୀ ଫି ପ୍ରସଙ୍ଗ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।

ବାପ୍‌ରେ ବାପ୍‌ । ଏତେ ଟଙ୍କା । ପିଲା ନର୍ସରୀ କ୍ଲାସ ଯିବେ ବୋଲି ବାପା ମାଆ ଏତେ ଟଙ୍କା ଖର୍ଚ୍ଚ କରିବେ । ଗୋଟଏ କି ଯୋଡ଼ିଏ ନୁହେଁ, ଏକାଥରକେ ଅଢ଼େଇ ଲକ୍ଷ ଟଙ୍କା ! ଆଜ୍ଞା ହଁ.. ବର୍ତ୍ତମାନ ପାଠ ପଢ଼ା ହିଁ ସବୁଠୁ ବଡ଼ ବ୍ୟବସାୟ ପାଲଟିଛି । ସାଧାରଣ ଘରର ପିଲା ପାଇଁ ଉଚ୍ଚଶିକ୍ଷା ସତେ ଯେମିତି ସାତ ସପନ ।

ହେଲେ କୁନି ପିଲାମାନଙ୍କୁ ସାମାନ୍ୟ ନର୍ସରୀ କ୍ଲାସ୍‌କୁ ପଠାଇବା ପାଇଁ ମଧ୍ୟ ବାପା ମାଆଙ୍କୁ ଗଣିବାକୁ ପଡ଼ୁଛି ଲକ୍ଷ ଲକ୍ଷ ଟଙ୍କା । ସୋସିଆଲ ମିଡିଆରେ ଏବେ ଏମିତି ଏକ ସ୍କୁଲର ବିଲ୍‌ ଭାଇରାଲ ହେଉଛି । ଯାହାକୁ ନେଇ ଏଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜଣେ ମହିଳା ନିଜ x ହ୍ୟାଣ୍ଡେଲ୍‌ରେ ଏଭଳି ଟ୍ୱିଟ୍‌ କରିଛନ୍ତି । ସେ ଲେଖିଛନ୍ତି ନର୍ସରୀରେ ପିଲା ପାଠ ପଢ଼ିବେ ବୋଲି ବାପା ମାଆଙ୍କୁ ମାସିକ ୨୧ ହଜାର ଟଙ୍କା ଗଣିବାକୁ ପଡ଼ୁଛି । କ'ଣ ହେଲାଣି ଏ ଶିକ୍ଷା ବ୍ୟବସ୍ଥା । ଛୋଟ ପିଲାଙ୍କ ନର୍ସରୀ ପାଇଁ ଏତେ ଟଙ୍କା ଦେବା ନିହାତି ପକ୍ଷେ କଷ୍ଟ ଦାୟକ ।

କିଛି ବର୍ଷ ତଳେ ପିଲାମାନେ ସ୍କୁଲ ଯିବା ଆରମ୍ଭ କରୁଥିଲେ ମାତାପିତାଙ୍କ ମନରେ ଖୁସି ଭରିଯାଉଥିଲା। ହେଲେ ଏବେ ପିଲା ଜନ୍ମ କରିବା ପୂର୍ବରୁ ହିଁ ସ୍କୁଲ ଫି’କୁ ନେଇ ମାତାପିତାଙ୍କ ମୁଣ୍ଡରେ ଚିନ୍ତା ପଶୁଛି । ଆଗରୁ ୫୦୦-୧୦୦୦ରେ କାମ ଚଳିଯାଉଥିବା ବେଳେ ଏବେ ପିଲା ସ୍କୁଲ ଦୁଆର ମୁହଁରେ ପହଞ୍ଚିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ପଢ଼ୁଛି। ହାଇଦ୍ରାବାଦରୁ ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏବିସିଡି ଶିଖାଇବାକୁ ସ୍କୁଲ ନେଉଛି ୨.୫୦ଲକ୍ଷ ଟଙ୍କା।

ହାଇଦ୍ରାବାଦାରେ ନର୍ସରୀ ପାଇଁ ୨,୫୧,୦୦୦ଟଙ୍କା ନେଉଛି ସ୍କୁଲ। ହାଇଦ୍ରାବାଦର ଏକ ପ୍ରସିଦ୍ଧ ଘରୋଇ ସ୍କୁଲର ନର୍ସରୀ ଫି ପ୍ରସଙ୍ଗ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Social Media Viral: Father and mother charged Rs 2.5 lakh for nursery education For Their Child ! | Argus News