Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସମାଜସେବୀ ସୁଧା ମୁର୍ତ୍ତି ରାଜ୍ୟସଭାକୁ ମନୋନୀତ

National

ସମାଜସେବୀ ସୁଧା ମୁର୍ତ୍ତି ରାଜ୍ୟସଭାକୁ ମନୋନୀତ

Smruti Parija
Browse all articles by Smruti Parija
·2 years ago·1 min read
ସମାଜସେବୀ ସୁଧା ମୁର୍ତ୍ତି ରାଜ୍ୟସଭାକୁ ମନୋନୀତ

ଅର୍ଗସ ବ୍ୟୁରୋ:  ରାଜ୍ୟସଭା ଯିବେ ସୁଦ୍ଧା ମୂର୍ତ୍ତି । ଲେଖକ ତଥା ସମାଜସେବୀ ସୁଧା ମୁର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଶ୍ରୀମତୀ ମୁର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଆନ୍ତର୍ଜାତୀୟ ମହିଳା ଦିବସରେ ଏହି ଘୋଷଣା ଆସିବା ପରେ ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଦେଶର 'ନାରୀ ଶକ୍ତି'ର ଏକ ଶକ୍ତିଶାଳୀ ପ୍ରମାଣ ।

କଳା, ସାହିତ୍ୟ, ବିଜ୍ଞାନ ଏବଂ ସାମାଜିକ ସେବା ପ୍ରତି ଅବଦାନ ପାଇଁ ରାଷ୍ଟ୍ରପତି 12 ଜଣ ସଦସ୍ୟଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ।

ଶ୍ରୀମତି ସୁଧା ମୂର୍ତ୍ତିଙ୍କ ସ୍ୱାମୀ ନାରାୟଣ ମୁର୍ତ୍ତି ହେଉଛନ୍ତି ଇନଫୋସିସ୍ ର ପ୍ରତିଷ୍ଠାତା । ଗତ ବର୍ଷ ସୁଧା ମୁର୍ତ୍ତି ସାମାଜିକ କାର୍ଯ୍ୟ ପାଇଁ ପଦ୍ମଭୂଷଣ ସମ୍ମାନ, ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ଏବଂ 2006 ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Painting
Sponsored
Social worker Sudha Murthy was elected to the Rajya Sabha | Argus News