Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 କୁପୱାରାରେ ଲୁଚି ରହିଛନ୍ତି ଆତଙ୍କବାଦୀ

Manini Pattanayak
Browse all articles by Manini Pattanayak
·1 year ago
 କୁପୱାରାରେ ଲୁଚି ରହିଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ:  ଜମ୍ମୁ-କଶ୍ମୀର କୁପୱାରା ଅଞ୍ଚଳରେ ସେନା ପକ୍ଷରୁ ଅପରେସନ୍ ଜୋରଦାର୍ । କୁପୱାରାରେ ଲୁଚି ରହିଛନ୍ତି ଆତଙ୍କବାଦୀ । ଖବର ପାଇବା ପରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ୍‌ ଦ୍ବାରା ମିଳିତ ସର୍ଚ୍ଚ ଅପରେସନ ଜାରି ରହିଛି । ଗତକାଲି ରାତିରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।

ଏହା ପରେ ସେନା ତରଫରୁ ପାଲଟା ଗୁଳିରେ ଜଣେ  ଅତଙ୍କବାଦୀ ନିହତ ହୋଇଥିବାବେଳେ ଆତଙ୍କୀଙ୍କ ଗୁଳିରେ ଜଣେ ସେନା ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହରେ କୁପୱାରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବାବେଳେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Soldier Martyred, Terrorist Killed In Encounter In Kupwara | Argus News