Adventure Cycling / ୧୯ ବର୍ଷରେ ୧୯୧ ଦେଶ ଭ୍ରମଣ, ସାଥୀ କେବଳ ସାଇକେଲ୍
·44 mins ago·4 min read

Key Points
ଦୀର୍ଘ ୧୯ ବର୍ଷ ଧରି ସାଇକେଲ୍ରେ ବିଭିନ୍ନ ଦେଶ ବୁଲିଛନ୍ତି ପଶ୍ଚିମବଙ୍ଗର ସୋମେନ ଦେବନାଥ । ଏହି ସମୟ ମଧ୍ୟରେ ସେ ୧୯୧ଟି ଦେଶ ଭ୍ରମଣ କରିବା ସହ ୨ ଲକ୍ଷ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିଛନ୍ତି ସାଇକେଲ୍ରେ ।
କୋଲକାତା: ମନରେ ଥିଲା ଦୁନିଆ ବୁଲିବାର ସ୍ୱପ୍ନ । ହାତରେ ଥିଲା ସାଇକେଲ୍ ଏବଂ ଲକ୍ଷ୍ୟ ଥିଲା ଲୋକଙ୍କୁ HIV/AIDS ବିଷୟରେ ସଚେତନ କରିବା । ଆଉ ଏହି ଲକ୍ଷ୍ୟ ନେଇ ଦୀର୍ଘ ୧୯ ବର୍ଷ ଧରି ସାଇକେଲ୍ରେ ବିଭିନ୍ନ ଦେଶ ବୁଲିଛନ୍ତି ପଶ୍ଚିମବଙ୍ଗର ସୋମେନ ଦେବନାଥ । ଏହି ସମୟ ମଧ୍ୟରେ ସେ ୧୯୧ଟି ଦେଶ ଭ୍ରମଣ କରିବା ସହ ୨ ଲକ୍ଷ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିଛନ୍ତି ସାଇକେଲ୍ରେ ।
ତାଙ୍କର ଏହି ଯାତ୍ରା କେବଳ ଦେଶ ଦେଖିବା ପାଇଁ ନଥିଲା । HIV/AIDS ସମ୍ପର୍କରେ ଲୋକଙ୍କୁ ଜଣାଇବା ଏବଂ ବିଦେଶରେ ଭାରତୀୟ ସଂସ୍କୃତିର ପରିଚୟ ଦେବା ମଧ୍ୟ ତାଙ୍କର ଉଦ୍ଦେଶ୍ୟ ଥିଲା । ଏବେ ବିଶ୍ୱ ଯାତ୍ରା ପରେ ସେ ଭାରତର ଲୋକଙ୍କୁ ଏକାଠି କରିବାର ବାର୍ତ୍ତା ନେଇ ଦେଶବ୍ୟାପୀ ସାଇକେଲ୍ ଯାତ୍ରା କରୁଛନ୍ତି।
୨୦୦୪ ମେ’ ୨୭ରୁ ଆରମ୍ଭ ହୋଇଥିଲା ଯାତ୍ରା
ସୋମେନ ଦେବନାଥଙ୍କ ଘର ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ । ୨୦୦୪ ମେ’ ୨୭ ତାରିଖରେ ସେ ସାଇକେଲ୍ ଯାତ୍ରା ଆରମ୍ଭ କରିଥିଲେ । ବିଦେଶ ଯିବା ପୂର୍ବରୁ ସେ ଭାରତର ୨୮ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ଦିଲ୍ଲୀରେ ପହଞ୍ଚି ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଭେଟିଥିଲେ ସୋମେନ । ତାଙ୍କ କହିବା ଅନୁସାରେ, ପ୍ରଣବ ମୁଖାର୍ଜୀଙ୍କ ସହ ସାକ୍ଷାତ ପରେ ପ୍ରଥମ ୫ଟି ଦେଶ ପାଇଁ ଭିସା, ୫୦ ହଜାର ଟଙ୍କା ମିଳିଥିଲା ।
ଏସିଆରୁ ୟୁରୋପ, ଆଫ୍ରିକାରୁ ଆମେରିକା
୨୦୦୪ରୁ ୨୦୦୯ ମଧ୍ୟରେ ସୋମେନ ଏସିଆର ଅନେକ ଦେଶ ବୁଲିଥିଲେ । ଏଥିରେ ନେପାଳ, ତିବ୍ବତ, ଚୀନ୍, ଭୁଟାନ, ବାଂଲାଦେଶ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଶ୍ରୀଲଙ୍କା ରହିଛି ।
ପରେ ସେ ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ତୁର୍କୀ ଓ ଅନ୍ୟ ଦେଶ ଦେଇ ୟୁରୋପରେ ପହଞ୍ଚିଥିଲେ । ୨୦୦୯ରୁ ୨୦୧୨ ମଧ୍ୟରେ ୟୁରୋପର ୪୮ଟି ଦେଶ ବୁଲିଥିଲେ । ଏହାପରେ ଆଫ୍ରିକାର ୫୪ଟି ଏବଂ ମଧ୍ୟପ୍ରାଚ୍ୟର ୧୦ଟି ଦେଶ ଯାତ୍ରା କରିଥିଲେ ।
୨୦୧୫ରୁ ୨୦୧୭ ମଧ୍ୟରେ ଦକ୍ଷିଣ ଆମେରିକାର ୧୩ଟି ଦେଶ ବୁଲିଥିଲେ । ୨୦୧୮ରେ କାରିବିଆନ୍ ଦ୍ୱୀପପୁଞ୍ଜ ଓ ମଧ୍ୟ ଆମେରିକାର କିଛି ଅଞ୍ଚଳ ଯାତ୍ରା କରିଥିଲେ । ୨୦୧୯-୨୦ରେ ଆମେରିକାର ୪୮ଟି ରାଜ୍ୟ ବୁଲିବା ପରେ କାନାଡା ଯାଇଥିଲେ । ତାଙ୍କ ଯାତ୍ରାରେ ରୁଷ୍ ଓ ଚୀନ୍ ମଧ୍ୟ ସାମିଲ ଥିଲା ।
କରୋନା ସମୟରେ ଚୀନ୍ରେ ଫସିଥିଲେ

ସୋମେନଙ୍କ ଏହି ଯାତ୍ରା ସବୁବେଳେ ସହଜ ନଥିଲା । କରୋନା ମହାମାରୀ ସମୟରେ ସେ ଚୀନ୍ରେ ଫସିଯାଇଥିଲେ । ସେଠାରେ ସେ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିଥିଲା ।
ସେ ନିଜ ଅନୁଭୂତି ବଖାଣି କହିଛନ୍ତି, "ଅସୁସ୍ଥ ଥିବା ସମୟରେ ଗରମ ପାଣି ପିଇବାକୁ ଚେଷ୍ଟା କରିବାରୁ ତାଙ୍କ ପାଟି ପୋଡ଼ି ଯାଇଥିଲା । ଏହାପରେ ପ୍ରାୟ ୭ରୁ ୮ ଦିନ ପର୍ଯ୍ୟନ୍ତ ସେ କିଛି ଖାଇପାରିନଥିଲେ । ସୁସ୍ଥ ହେବା ପରେ ପୁଣି ଯାତ୍ରା ଆରମ୍ଭ କରିଥିଲେ ।" ଚୀନ୍ରୁ ଦକ୍ଷିଣ କୋରିଆ ଓ ନ୍ୟୁଜିଲାଣ୍ଡ ଯାଇଥିଲେ। ନ୍ୟୁଜିଲାଣ୍ଡରେ ପ୍ରାୟ ଏକ ବର୍ଷ ରହିବା ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆ ଦେଇ ଭାରତ ଫେରିବା ଯାତ୍ରା କରିଥିଲେ।
୧୪ ବର୍ଷ ବୟସରୁ HIV/AIDS ସଚେତନତା ପାଇଁ ଉଦ୍ୟମ
ସୋମେନଙ୍କ ସାମାଜିକ କାର୍ଯ୍ୟର ଆରମ୍ଭ ହୋଇଥିଲା ତାଙ୍କର ୧୪ ବର୍ଷ ବୟସରୁ । ସେହି ସମୟରେ HIV ସମ୍ପର୍କିତ ଏକ ଘଟଣା ତାଙ୍କୁ ଏହି ବିଷୟରେ ଜାଣିବାକୁ ଆଗ୍ରହୀ କରିଥିଲା । ଏହାପରେ ସେ HIV/AIDS ବିଷୟରେ ପଢ଼ିବା ଆରମ୍ଭ କରିଥିଲେ।
୧୬ରୁ ୨୦ ବର୍ଷ ବୟସ ମଧ୍ୟରେ ପଶ୍ଚିମବଙ୍ଗରେ ଏନେଇ ସଚେତନତା କାର୍ଯ୍ୟ କରିଥିଲେ । ପରେ ଏହି ଅଭିଯାନକୁ ଦେଶର ଅନ୍ୟ ଅଞ୍ଚଳକୁ ବଢ଼ାଇଥିଲେ । ତାଙ୍କ ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କୁ HIV/AIDS ବିଷୟରେ ସଠିକ୍ ତଥ୍ୟ ଦେବା ଏବଂ ଏହି ରୋଗ ସହ ଜଡ଼ିତ ସାମାଜିକ ଭେଦଭାବ ଦୂର କରିବା ।
ଏବେ 'ପୁନର୍ମିଳନ ଭାରତ' ଅଭିଯାନ
ବିଶ୍ୱର ୧୯୧ଟି ଦେଶ ବୁଲିବା ପରେ ଏବେ ସୋମେନଙ୍କ ନୂଆ ଲକ୍ଷ୍ୟ ହେଉଛି ଭାରତର ଲୋକଙ୍କୁ ଏକତାର ବାର୍ତ୍ତା ଦେବା । ଏଥିପାଇଁ ସେ 'ପୁନର୍ମିଳନ ଭାରତ' ନାମରେ ଦେଶବ୍ୟାପୀ ସାଇକେଲ୍ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅଭିଯାନରେ କାଶ୍ମୀରରୁ କନ୍ୟାକୁମାରୀ, ଦ୍ୱାରକାରୁ କାମାଖ୍ୟା ଏବଂ ଅରୁଣାଚଳ ପ୍ରଦେଶରୁ ମିଜୋରାମ ପର୍ଯ୍ୟନ୍ତ ଯାତ୍ରା କରିବାର ଯୋଜନା ରହିଛି ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ଏକତାର ବାର୍ତ୍ତା ପହଞ୍ଚାଇବା, 'ଗୋଟିଏ ଗଛ, ଗୋଟିଏ ଜୀବନ' ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ସଚେତନ କରିବା ଏବଂ ଯୁବପିଢ଼ିଙ୍କୁ ଖେଳ ପ୍ରତି ଆଗ୍ରହୀ କରିବା । ଏହି ଯାତ୍ରାକୁ ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।
ପ୍ରତିଦିନ ୭୦ରୁ ୮୦ କିଲୋମିଟର ସାଇକେଲ୍ ଚଲାନ୍ତି
ସୋମେନ ସାଧାରଣତଃ ପ୍ରତିଦିନ ୭୦ରୁ ୮୦ କିଲୋମିଟର ସାଇକେଲ୍ ଚଲାନ୍ତି । କେତେକ ଦିନରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି । ତେବେ ଦୀର୍ଘ ବର୍ଷ ଧରି ସାଇକେଲ୍ ଚଳାଇବା କାରଣରୁ ଏବେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହେଉଛି । ତେଣୁ ସେ ଯାତ୍ରାର ଗତି କମ୍ ରଖୁଛନ୍ତି ।
ଯାତ୍ରା ସମୟରେ ନିଜର ସମସ୍ତ ଆବଶ୍ୟକୀୟ ଜିନିଷ ସାଇକେଲ୍ରେ ନେଇ ଚାଲନ୍ତି । ତାଙ୍କ ପାଇଁ ସାଇକେଲ୍ ହିଁ ଘର ଭଳି । ୧୯୧ଟି ଦେଶ ଓ ୨ ଲକ୍ଷ କିଲୋମିଟରରୁ ଅଧିକ ଯାତ୍ରା ପରେ ମଧ୍ୟ ସୋମେନଙ୍କ ଅଭିଯାନ ଜାରି ରହିଛି । ଏବେ ତାଙ୍କ ଲକ୍ଷ୍ୟ ଦେଶର ଯୁବପିଢ଼ିଙ୍କୁ ଏକତା, ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ଦେବା ।