Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Modi Speech / ହଜାରେ ବର୍ଷର ସଂଘର୍ଷ, ଅତୁଟ ଆସ୍ଥାର ବିଜୟ: ସୋମନାଥ ମନ୍ଦିର ନେଇ ମୋଦିଙ୍କ ଐତିହାସିକ ଆଲେଖ୍ୟ

Ritu Das
Browse all articles by Ritu Das
·6 months ago·3 min read
ହଜାରେ ବର୍ଷର ସଂଘର୍ଷ, ଅତୁଟ ଆସ୍ଥାର ବିଜୟ: ସୋମନାଥ ମନ୍ଦିର ନେଇ ମୋଦିଙ୍କ ଐତିହାସିକ ଆଲେଖ୍ୟ
india

Key Points

ସୋମନାଥ ମନ୍ଦିର । ହଜାରେ ବର୍ଷର ଅତୁଟ ଆସ୍ଥାର ପ୍ରତୀକ । ସୋମନାଥ ମନ୍ଦିର ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶେଷ ଆଲେଖ୍ୟ ପ୍ରକାଶ ପାଇଛି ।
ସୋମନାଥ ମନ୍ଦିର । ହଜାରେ ବର୍ଷର ଅତୁଟ ଆସ୍ଥାର ପ୍ରତୀକ । ସୋମନାଥ ମନ୍ଦିର ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶେଷ ଆଲେଖ୍ୟ ପ୍ରକାଶ ପାଇଛି । ପିଏମ୍ ମୋଦି କହିଛନ୍ତି, କ୍ଷୋଭର କଥା ଏହି ସୋମନାଥ, ଯାହାଙ୍କୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା କରିଆସୁଥିଲେ, ଉପାସନା କରିଆସୁଥିଲେ, ତାହାକୁ ବିଦେଶାଗତ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ । କାରଣ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଏହାକୁ ଧ୍ୱଂସ କରିବା । କେବଳ ଏହି ମନ୍ଦିରର ଉପାସନାକୁ ବନ୍ଦ କରିବା ନୁହେଁ । ସୋମନାଥ ମନ୍ଦିର ନିମନ୍ତେ ବର୍ଷ ୨୦୨୬ଟି ବିଶେଷ ମହତ୍ତ୍ୱ ବହନ କରେ। ଏହି ମହାନ ପୀଠ ଉପରେ ପ୍ରଥମ ଆକ୍ରମଣ ଘଟିବାର ହଜାରେ ବର୍ଷ ପୂରଣ ହୋଇଛି ।

ମୋଦି ଆଉ ମଧ୍ୟ କହିଛନ୍ତି, ୧୦୨୬ ଖ୍ରୀଷ୍ଟାବ୍ଦର ଜାନୁଆରୀ ମାସରେ ଗଜନୀର ମାହମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏବଂ ଆସ୍ଥା ଓ ସଭ୍ୟତାର ଏହି ମହାନ ସଂକେତକୁ ଧ୍ୱଂସ କରିଦେବାକୁ ଚାହିଁଥିଲେ । ଏଥିପାଇଁ ଯେତେ ରକ୍ତପାତ ଓ ବର୍ବର ଆକ୍ରମଣ କରାଯାଇପାରେ, ସେ ତାହା ଆପଣାଇଥିଲେ। ତଥାପି ଏହି ଘଟଣାର ହଜାରେ ବର୍ଷ ପରେ ମଧ୍ୟ ସୋମନାଥ ମନ୍ଦିର ଗୌରବର ସହ ଠିଆ ହୋଇଛି। ମୋଦି ସୋମନାଥ ମନ୍ଦିରର ଗାଥା କହିବାବେଳେ ଅନ୍ୟ ଦେଶମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଯେ, ଭାରତ ସହ ଲାଗିଲେ କାହାକୁ ବି ଛଡ଼ାଯିବନି।
ତଥାପି, ଏହି ଘଟଣାର ଏକ ହଜାର ବର୍ଷ ପରେ ସୁଦ୍ଧା, ସେହି ମନ୍ଦିର ପୂର୍ବ ଗୌରବର ସହିତ ସେଠାରେ ଦଣ୍ଡାୟମାନ, କାରଣ ସୋମନାଥ ମନ୍ଦିରର ଭବ୍ୟତାକୁ ବଜାୟ ରଖିବା ସକାଶେ ଅତୀତରେ ଅସଂଖ୍ୟ ପୁନଃର୍ଗଠନ ପ୍ରୟାସ କରାଯାଇଆସିଛି । ଏଭଳି ଏକ ପ୍ରୟାସର ମାଇଲଖୁଣ୍ଟ ୨୦୨୬ ମସିହାରେ ୭୫ ବର୍ଷ ପୂରଣ କରୁଛି । ସେହିଭଳି ପ୍ରୟାସ ୧୯୫୧ ମସିହା ମେ ୧୧ ତାରିଖ ଦିନ ଏକ ଉତ୍ସବରେ ସଂପାଦନ କରାଯାଇଥିଲା ଏବଂ ତାହା ସଂପାଦନ କରାଯାଇଥିଲା ଭାରତର ତତ୍କାଳୀନ ମହାମହୀମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ôଥତିରେ । ସେଦିନ ଏହି ପୁନଃର୍ବିନ୍ୟାସକୃତ ମନ୍ଦିରର ଦ୍ୱାରକୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଖୋଲାଯାଇଥିଲା ।

ଆପଣମାନେ କଳ୍ପନା କରି ପାରିବେ ଯେ ଭାରତ ଉପରେ ଏହା କି ପ୍ରକାର ପ୍ରଭାବ ପକାଇଥିଲା ଏବଂ ଲୋକମାନଙ୍କ ଭାବନାକୁ କେତେ ଆଘାତ ଦେଇଥିଲା । କାହିଁକି ନା, ସୋମନାଥ ସେମାନଙ୍କ ପାଇଁ ଅଚିନ୍ତ୍ୟ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ । ଏହି ତଟ ମଧ୍ୟ ସମାଜକୁ ପର୍ଯ୍ୟାପ୍ତ ଆର୍ଥିକ ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଆସୁଥିଲା । ଏହି ସମୁଦ୍ର ଦେଇ ବଣିକମାନେ, ନାବିକମାନେ ଭାରତର ଭବ୍ୟ ଗାଥାକୁ ଦୂର ଦୂରାନ୍ତକୁ ବହନ କରି ନେଉଥିଲେ ।
ତଥାପି, ମୁଁ ଗର୍ବର ସହିତ ଏବଂ ବିନା ଦ୍ୱିଧାରେ ଏକଥା କହିବାକୁ ଚାହେଁ ଯେ ସୋମନାଥଙ୍କ ଗାଥା, ଏହା ଉପରେ ବିଦେଶୀ ଲୁଣ୍ଠନକାରୀଙ୍କ ଆକ୍ରମଣର ଏକ ହଜାର ବର୍ଷ ବିତି ସାରିଥିଲେ ସୁଦ୍ଧା, ସେହି ଧ୍ୱଂସ ଦ୍ୱାରା ଏହାର ସଂଜ୍ଞା ନିରୂପିତ ହୁଏନାହିଁ । ଭାରତ ମାତାଙ୍କ କୋଟି କୋଟି ସନ୍ତାନଙ୍କ ଅତୁଟ ସାହସ ଦ୍ୱାରା ହିଁ ଏହାର ସଂଜ୍ଞା ନିରୂପିତ ।

କାହିଁ କେଉଁ ଅସୁମାରି ଅତୀତଠାରୁ ସୋମନାଥ ବିଭିନ୍ନ ବର୍ଗର ଲୋକମାନଙ୍କୁ ଏକତ୍ରିତ କରିଛି । ଆଜକୁ ଶହ ଶହ ବର୍ଷ ପୂର୍ବେ, କଳିକାଳ ସର୍ବାଙ୍ଗ ହେମଚନ୍ଦ୍ରାଚାର୍ଯ୍ୟ ନାମକ ଜନୈକ ଜୈନ ମୁନି, ସୋମନାଥ ମନ୍ଦିରକୁ ଆସିଥିଲେ । କୁହାଯାଏ ଯେ ସେଠାରେ ପ୍ରାର୍ଥନା କରିବା ପରେ, ସେ ଗାନ କରିଥିଲେ, “ଭବବୀଜାଙ୍କୁଜନନାରାଗାଦାଃ କ୍ଷୟମୁପଗତା ଯସ୍ୟ’ । ଏହାର ଅର୍ଥ ହେଲା – ସେହି ଶକ୍ତିଙ୍କୁ ନମସ୍କାର, ଯାହାଙ୍କୁ ଦର୍ଶନ ମାତ୍ରେ ସକଳ ପ୍ରକାର ଜାଗତିକ ବୀଜର ବିନାଶ ଘଟେ, ଯାହାଙ୍କ କରୁଣାରୁ ସକଳ ପ୍ରକାର ସାଂସାରିକ ବନ୍ଧନ ଓ ଲୋଭ ମନରୁ ଉଭେଇଯାଏ ।’ ଆଜି ସୁଦ୍ଧା, ସୋମନାଥ ସେହି ସାମର୍ଥ୍ୟକୁ ବହନ କରିଛି ଏବଂ ଆମମାନଙ୍କ ମନ ଓ ଆତ୍ମା ଭିତରେ ଏକ ଦିବ୍ୟ ଓ ବିରାଟ ଜାଗରଣ ସୃଷ୍ଟି କରୁଛି ।

ଯଦି ସୋମନାଥ ମନ୍ଦିର, ଯାହା ଆଜକୁ ଏକ ହଜାର ବର୍ଷ ପୂର୍ବେ ଏକଦା ଆକ୍ରମଣର ଶିକାର ହୋଇଥିଲା ଏବଂ ଏହା ପରେ ବାରମ୍ୱାର ଆକ୍ରମଣକୁ ଅଙ୍ଗେ ନିଭାଇଥିଲା, ତାହା ଯଦି ପୁଣି ଥରେ ମୁଣ୍ଡ ଟେକି ଠିଆ ହୋଇପାରେ, ତେବେ ଆମେମାନେ ଆମର ମହାନ ରାଷ୍ଟ୍ରକୁ ମଧ୍ୟ ଗୌରବଶାଳୀ କରି ପୁଣି ଥରେ ଠିଆ କରାଇ ପାରିବା, ଯାହା ଆଜକୁ ହଜାର ହଜାର ବର୍ଷ ପୂର୍ବେ ଆମଠାରେ ଥିଲା । ଶ୍ରୀ ସୋମନାଥ ମହାଦେବଙ୍କ ଆଶୀର୍ବାଦ ସହିତ, ଆମେ ଆଗକୁ ପୁନଃସଂକଳ୍ପର ସହିତ ଅଗ୍ରସର ହେବା ଏବଂ ବିକଶିତ ଭାରତ ନିର୍ମାଣ କରିବା, ଯେଉଁଠାରେ ଆମ ସଭ୍ୟତାର ପ୍ରଜ୍ଞା ଆମକୁ ମାର୍ଗ ପ୍ରଦର୍ଶନ କରିବ ଏବଂ ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ସହାୟକ ହେବ । ଜୟ ସୋମନାଥ!
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Somnath Temple: PM Modi’s Historic Narrative on Faith, Struggle and Revival | Argus News