ନୃଶଂସ ପୁଅର ଜଘନ୍ୟ ହତ୍ୟାକାଣ୍ଡ ; ଯିଏ ଜନ୍ମ ଦେଇଥିଲା ଶେଷରେ ତାକୁ....

ଅର୍ଗସ ବ୍ୟୁରୋ: ନୃଶଂସ ପୁଅର ଜଘନ୍ୟ ହତ୍ୟାକାଣ୍ଡ । ମାଆର ହତ୍ୟା କଲା ପୁଅ । ହତ୍ୟା କରି ଏକ ପ୍ଲାଷ୍ଟିକ ଜରିରେ ପୁରାଇ ଫିଙ୍ଗିଲା । ମହେଶତାଲା ୧୯ ନମ୍ବର ୱାର୍ଡର ଆକ୍ରା ଜଗନ୍ନାଥ ନଗର ପଶ୍ଚିମ ପୁକୁରପଡା ଅଞ୍ଚଳରେ ଘଟିଛି ଏହି ନୃଶଂସ ଘଟଣା । ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ପୁଅ ଓ ବୋହୁ ମା’ ତାଙ୍କ ମା’ଙ୍କୁ ହତ୍ୟା କରି ଘରେ ପ୍ଲାଷ୍ଟିକ ମଧ୍ୟରେ ଗୁଡ଼ାଇ ରଖିଥିଲେ ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ । ଗନ୍ଧ ହେବାରୁ ପୋଡଶୀ ଜାଣିପାରିଥିଲେ । ଧିରେ ଧିରେ ଏଇ ଖବର ପୁରା ଅଞ୍ଚଳରେ ନିଆଁ ପରି ବ୍ୟାପିଥିଲା । ଏହାପରେ ମହେଶତାଲା ପୋଲିସ ଖବର ପାଇ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।
ପୁଲିସ ବେହାଲାର ବିଦ୍ୟାସାଗର ଡାକ୍ତରଖାନାକୁ ପଠାଇବା ସହିତ ପୁଅ ଏବଂ ବୋହୁ ମା’ଙ୍କୁ ଗିରଫ କରି ଥାନାକୁ ନେଇଛି । ସ୍ଥାନୀୟ ସୂତ୍ର ଅନୁଯାୟୀ, ପ୍ରଭା ନାଥ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ଘରେ ରହୁଥିଲେ । ତାଙ୍କ ପୁଅ ବିଜୟ ନାଥଙ୍କ ବିବାହ ପରେ ଅଶାନ୍ତି ଆରମ୍ଭ ହୋଇଥିଲା । ମା ଓ ଭଉଣୀକୁ ମାରଧର କରୁଥିଲେ ପୁଅ-ବୋହୂ । ଭଉଣୀ ପଠାରେ ଟଙ୍କା ଖର୍ଚ୍ଚ ହେଉଥିବାରୁ ତାହା ମଧ୍ୟ ଭାଇ ପାଇଁ ମୁଣ୍ଡ ବ୍ୟଥାର ଖବର ପାଲଟିଥିଲା । ଶେଷରେ ଜମି ଜମା ପାଇଁ ମଧ୍ୟ ବିବାଦ ଲାଗି ରହିଥିଲା । ପଡୋଶୀଙ୍କ କହିବାନୁଯାୟୀ ଜମି ପାଇଁ ପୁଅ ମାର ହତ୍ୟାକରିଥାଇପାରେ । ତେବେ ପୁଲିସ ଘଟଣାର ତଦନ୍ତ କରୁଛି ।
📱 Get Argus News App
✨