Videos
|
National

ବିବାହ ପରେ ସୋନମ ରାଜାଙ୍କୁ ନେଇ ଏପରି ପ୍ରତିଶ୍ରୁତି ଦେଇଥିଲେ ହେଲେ ପରେ ଏମିତି କଣ ହେଲା

Ritu Das
Browse all articles by Ritu Das
·1 year ago·2 min read
ବିବାହ ପରେ ସୋନମ ରାଜାଙ୍କୁ ନେଇ ଏପରି ପ୍ରତିଶ୍ରୁତି ଦେଇଥିଲେ ହେଲେ ପରେ ଏମିତି କଣ ହେଲା

Key Points

ବିବାହ ପରେ ରାଜା ଏପରି କରିଥିଲେ

ସୋନମଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

ପୁଣି ୧୨ ଦିନରେ ଏତେ ଘୃଣା କେଉଁଠୁ ଆସିଲା ?

ମେଘାଳୟ ପୋଲିସ ପ୍ରକାଶ କରିଛି ଯେ ଯେତେବେଳେ ଅଭିଯୁକ୍ତମାନେ ରାଜାଙ୍କ ଉପରେ ଆକ୍ରମଣ କରୁଥିଲେ, ସେତେବେଳେ ସୋନମ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ। ଏହି ସମୟରେ ସୋନମ ଓ ରାଜାଙ୍କର ଅନେକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଗୁଡ଼ିକ ବିବାହ ସମୟରେ ରେକର୍ଡ ହୋଇଥିଲା। ଏକ ଭିଡିଓରେ କାର୍ଯ୍ୟକ୍ରମର ହୋଷ୍ଟ ଉଭୟଙ୍କୁ ଶପଥ ପାଠ କରାଉଛନ୍ତି। ପ୍ରଥମେ ଉଭୟେ ପରସ୍ପର ବିପରୀତରେ ବସି ହାତରେ ଚପଲ ଧରି ସମ୍ମତି ଜଣାଇଛନ୍ତି। ପରେ ଉଭୟଙ୍କୁ ଛିଡ଼ା କରାଇ ଶପଥ ପାଠ କରାଯାଇଛି। ଶପଥ ସମୟରେ ସୋନମ ରଘୁବଂଶୀ ରାଜା ରଘୁବଂଶୀଙ୍କୁ ନେଇ ଗମ୍ଭୀର ଦେଖାଯାଉଛନ୍ତି। ରାଜାଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ ସମ୍ମତି ଦେଉ ନାହାନ୍ତି। ଶପଥ ସମୟରେ ଆଙ୍କର ସୋନମଙ୍କୁ ଶପଥ ପାଠ କରାଉଛନ୍ତି ଯେ ଯଦି ରାଜା ବିବାହ ପରେ ବନ୍ଧୁମାନଙ୍କ ସହ ପାର୍ଟି କରନ୍ତି, ତେବେ ମୁଁ କିଛି କହିବି ନାହିଁ। ଏହା ଉପରେ ସୋନମ କହୁଛନ୍ତି ଯେ ମୁଁ କହିବି। ଯଦି ରାଜା ବିଳମ୍ବରେ ଫେରନ୍ତି, ତେବେ ମୁଁ ପଚାରିବି ନାହିଁ ଯେ ସେ କୁଆଡେ ଥିଲେ। ଏହା ଉପରେ ମଧ୍ୟ ସୋନମ ସମ୍ମତି ଦେଉ ନାହାନ୍ତି। ପରବର୍ତୀ ପ୍ରଶ୍ନ ଥାଏ ଯେ ବିବାହ ପରେ ରାଜା କୁଆଡୁ ମୁହଁ କଳା କରି ଆସିଲେ ମଧ୍ୟ ମୁଁ କିଛି କହିବି ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ଉପରେ ସୋନମ କିଛି ଅସହଜ ହୁଅନ୍ତି ଏବଂ କହନ୍ତି ଯେ ନା। ଭାଇରାଲ ଭିଡିଓରେ ସ୍ପଷ୍ଟ ହେଉଛି ଯେ ସୋନମ ତିନୋଟି ପ୍ରତିଜ୍ଞା ଉପରେ ସମ୍ମତି ଦେଉ ନାହାନ୍ତି। ଏହି ଭିଡିଓ ଦେଖି ଲାଗୁଛି ଯେ ଉଭୟେ ପରସ୍ପର ସହ ସମ୍ପର୍କକୁ ନେଇ କେତେ ଗମ୍ଭୀର ଥିଲେ। ଭିଡିଓ ଦେଖି କେବେ ଜଣା ପଡ଼ିବ ନାହିଁ ଯେ ସୋନମଙ୍କ ମନରେ ରାଜାଙ୍କ ପ୍ରତି ଏତେ ଘୃଣା ଭରି ରହିଥିଲା। ଏହି ବିଷୟରେ କାହାରି ମନରେ ଦୂର ଦୂର ପର୍ଯ୍ୟନ୍ତ କୌଣସି ସନ୍ଦେହ ନଥିଲା। ଭିଡିଓରେ ସୋନମ ବହୁତ ଖୁସି ଦେଖାଯାଉଛନ୍ତି। ଏହି ଭିଡିଓଗୁଡ଼ିକୁ ନେଇ ଏହି ପ୍ରଶ୍ନ ଉଠୁଛି ଯେ ଯଦି ଏହି ଦମ୍ପତି ବିବାହ ସମୟରେ ଏତେ ଖୁସି ଥିଲେ, ତେବେ ୧୨ ଦିନରେ ସବୁ କିଛି କିପରି ଖରାପ ହେଲା। ସୋନମଙ୍କ ମନରେ ଏତେ ଘୃଣା କିପରି ଭରିଗଲା ଯେ ସେ ୧୨ ଦିନରେ ରାଜାଙ୍କ ହତ୍ୟା ଯୋଜନା କରି ଦେଇଥିଲେ। ନା କି ସୋନମ କେବଳ ଦେଖାଣିଆ ପାଇଁ ଏସବୁ କରୁଥିଲେ? ମେଘାଳୟ ପୋଲିସ ତାଙ୍କର ତଦନ୍ତରେ ଏହି ଦିଗକୁ ମଧ୍ୟ ଦେଖୁଛି ଯେ ସୋନମଙ୍କ ମନରେ ରାଜାଙ୍କ ପ୍ରତି ଏତେ ଘୃଣା କିପରି ଆସିଲା। ମେଘାଳୟର ଡ଼ିଜିପି ଇଦାଶିଶା ନୋଙ୍ଗରାଙ୍ଗ ମଧ୍ୟ ପିଟିଆଇକୁ କହିଛନ୍ତି ଯେ ଆମେ ତଦନ୍ତ କରୁଛୁ ଯେ ଏହି ମାମଲାରେ ଆଉ କିଛି ଦିଗ ଥାଇପାରେ କି ନାହିଁ। ଏହା ଏକ ଅସାଧାରଣ ଘଟଣା ଯେ ବିବାହର କିଛି ଦିନ ମଧ୍ୟରେ ସେ (ସୋନମ) ତାଙ୍କ ସ୍ୱାମୀଙ୍କ ପ୍ରତି ଏତେ ଶତ୍ରୁତା ରଖିବାକୁ ବସିଥିଲେ।

sonam-made-such-a-promise-to-her-husband-after-marriage-but-then-this-happened | Argus News