Sonbhadra / ଭୁଶୁଡ଼ିଲା ପଥର ଖଣି, ଚାଲିଗଲା ୧୫ ଜୀବନ ! ଦେଖନ୍ତୁ ଭିଡିଓ...

Key Points
କାହା ନିର୍ଦ୍ଦେଶରେ ବନ୍ଦ କରାଯାଇଥିବା ଖାଦାନ ଚାଲୁଥିଲା ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ଉତ୍ତରପ୍ରଦେଶ ସୋନଭଦ୍ରରେ ବଡ଼ ଅଘଟଣ । ପଥର ଖଣିରେ ଫସିଲେ ୧୫ ଜଣ । ୨ ଜଣଙ୍କର ମୃତଦେହ ଉଦ୍ଧାର । NDRF ଓ SDRF ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି । ଉତ୍ତରପ୍ରଦେଶ ସୋନଭଦ୍ରରେ ଖାଦାନ ଭୁଶୁଡ଼ିବାରୁ ବଡ଼ ଦୁର୍ଘଟଣା ହୋଇଛି । ପଥର ଖଣିରେ ୧୫ ଜଣ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ଜଣଙ୍କର ମୃତଦେହ ଉଦ୍ଧାର । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି NDRF ଟିମ୍ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର ଅଭିଯାନ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର ଅଭିଯାନ ତଦାରଖ କରୁଛି।
ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ୧୦ରୁ ୧୮ ଜଣ ଲୋକେ ମୃତାହତ ହୋଇପାରନ୍ତି । ଏହା ଖୁବ୍ ଦୁର୍ଗମ ଅଞ୍ଚଳ। ଏଠାରେ ପଥର ଖାଦାନ ଚାଲେ। ପଥର ଭାଙ୍ଗି ଚିପ୍ସ ପ୍ରସ୍ତୁତ କରାଯାଏ । ଖୁବ୍ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର ଅଭିଯାନରେ ବାଧା ସୃଷ୍ଟି ହେଉଛି । ମିଳିଥିବା ଖବର ଅନୁସାରେ ସମ୍ପୃକ୍ତ ଅଞ୍ଚଳରେ VVIP କାର୍ଯ୍ୟକ୍ରମ ତିନି ଦିନ ହେଲା ଏହି ପଥର ଖାଦାନ ବନ୍ଦ ଥିଲା। ଖାଦାନ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଖାଦାନ କେମିତି ଚାଲୁଥିଲା ସେନେଇ ପ୍ରଶାସନ ପାଖରେ କୌଣସି ସୂଚନା ନଥିଲା। କାହା ନିର୍ଦ୍ଦେଶରେ ବନ୍ଦ କରାଯାଇଥିବା ଖାଦାନ ଚାଲୁଥିଲା ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
#WATCH | Sonbhadra, UP | Visuals from the spot where around 15 people are feared trapped after a stone mine collapsed yesterday in Sonbhadra. NDRF and SDRF teams are at the spot. One body has been recovered. Rescue operations are underway.
— ANI (@ANI) November 16, 2025
(Source: NDRF) pic.twitter.com/0l7E4JL3kc
📱 Get Argus News App
✨Related Topics
Explore more stories