Videos
|
National

Errors In Sonia Gandhis Book / ସୋନିଆଙ୍କ ବହିରେ ଐତିହାସିକ ଘଟଣାବଳୀ ଓ ବର୍ଷଗୁଡ଼ିକୁ ନେଇ ବଡ଼ ଧରଣର ଭୁଲ୍ ରହିଛି

Bikash Mohanty
Browse all articles by Bikash Mohanty
·2 hours ago·2 min read
ସୋନିଆଙ୍କ ବହିରେ ଐତିହାସିକ ଘଟଣାବଳୀ ଓ ବର୍ଷଗୁଡ଼ିକୁ ନେଇ ବଡ଼ ଧରଣର ଭୁଲ୍ ରହିଛି
Sonia Gandhi

Key Points

ସୋନିଆଙ୍କ ବହିରେ ୧୦୦ ଭୁଲ୍
ଐତିହାସିକ ଘଟଣାବଳୀ ଓ ବର୍ଷଗୁଡ଼ିକୁ ନେଇ ବଡ଼ ଧରଣର ଭୁଲ୍
ରାଜନୈତିକ ସଚିବ ଅହମଦ ପଟେଲଙ୍କ ମୃତ୍ୟୁ ବର୍ଷରେ ଭୁଲ୍
ପ୍ରସିଦ୍ଧ ଆନ୍ନା ହଜାରେ ଆନ୍ଦୋଳନର ବର୍ଷ ଭୁଲ୍ 
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ  ଆତ୍ମଜୀବନୀ
ସୋନିଆ ଗାନ୍ଧୀଙ୍କ  ଆତ୍ମଜୀବନୀ 'ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍'
ଭୂବନେଶ୍ବର,୧୧/୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଆତ୍ମଜୀବନୀ 'ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍'ପ୍ରକାଶ ପାଇବା ପରେ ଏଥିରେ ଏକାଧିକ ତଥ୍ୟଗତ ତ୍ରୁଟି ସାମ୍ନାକୁ ଆସିଛି । ବହିର ପୃଷ୍ଠା ଓଲଟାଇଲେ ଐତିହାସିକ ଘଟଣାବଳୀ ଓ ବର୍ଷଗୁଡ଼ିକୁ ନେଇ ବଡ଼ ଧରଣର ଭୁଲ୍ ରହିଥିବା ଦେଖିବାକୁ ମିଳିଛି ।

ସୋନିଆଙ୍କ ବହିରେ ରାଜନୈତିକ ସଚିବ ଅହମଦ ପଟେଲଙ୍କ ମୃତ୍ୟୁ ବର୍ଷରେ ଭୁଲ୍। ୨୦୨୨ରେ ଅହମଦ ପଟେଲ କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ଉଲ୍ଲେଖ। ବାସ୍ତବରେ ଅହମଦ ପଟେଲ୍ ୨୫ ନଭେମ୍ବର ୨୦୨୦ରେ ଦୁନିଆରୁ ବିଦାୟ ନେଇଥିଲେ। ବହିରେ ପ୍ରସିଦ୍ଧ ଆନ୍ନା ହଜାରେ ଆନ୍ଦୋଳନର ବର୍ଷ ୨୦୧୨ ବୋଲି ଉଲ୍ଲେଖ ରହିଛି। ଆନ୍ନା ଆନ୍ଦୋଳନ ୫ ଏପ୍ରିଲ୍ ୨୦୧୧ରେ ଦିଲ୍ଲୀର ଜନ୍ତର ମନ୍ତରରୁ ଆରମ୍ଭ ହୋଇଥିଲା। ଅଗଷ୍ଟ ୨୦୧୧ରେ ରାମଲୀଳା ମଇଦାନ ଏହାର ମୁଖ୍ୟ କେନ୍ଦ୍ର ପାଲଟିଥିଲା।

ପଢନ୍ତୁ ଏହି ଖବର: ଦୀପାବଳିକୁ ‘ଖୁସିର ଇଦ୍’ କହି ବିବାଦରେ ଖରଗେ, କଂଗ୍ରେସକୁ ଘେରିଲା ବିଜେପି

ଏହି ବହିକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋନିଆଙ୍କ ବହିକୁ ସମାଲୋଚନା କରିଛନ୍ତି । ବିଜେପିର କହିବା ହେଲା ସୋନିଆଙ୍କ ବହିରେ ସଞ୍ଜୟ ଗାନ୍ଧୀଙ୍କୁ ଖଳନାୟକ ଓ ରାଜୀବ ଗାନ୍ଧୀଙ୍କୁ ନାୟକ ଭାବେ ପ୍ରସ୍ତୁତ କରାଯାଇଛି । ଯେତେବେଳେ କି, ସେମାନେ ଆଜି ଜୀବିତ ନାହାନ୍ତି ଏବଂ ଏହାର ପ୍ରତିବାଦ କରିପାରିବେ ନାହିଁ । ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ସୋନିଆ ଜରୁରୀକାଳୀନ ପରିସ୍ଥିତିର ଏତେ ବିରୋଧୀ ଥିଲେ, ତେବେ ୧୯୮୦ ନିର୍ବାଚନରେ ଇନ୍ଦିରା ଗାନ୍ଧୀ କାହିଁକି ରାଜୀବଙ୍କ ବଦଳରେ ସଞ୍ଜୟ ଗାନ୍ଧୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ?


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋନିଆ ଗାନ୍ଧୀ ଭାରତୀୟ ସଂସ୍କୃତି ଓ ପରିବାରିକ ମୂଲ୍ୟବୋଧକୁ ଠିକ୍ ଭାବେ ବୁଝି ନାହାନ୍ତି ବୋଲି ଦର୍ଶାଇଛନ୍ତି ଦୁବେ । ତାଙ୍କ ଅଭିଯୋଗ ହେଲା, ମେନକା ଗାନ୍ଧୀଙ୍କୁ ପରିବାରରୁ ବାହାର କରାଯିବା ସମୟରେ କ'ଣ ସେ ଦୁଃଖ ଅନୁଭବ କରି ନଥିଲେ? ଏହି ବହି କେବଳ ନିଜର ପ୍ରଶଂସା ଓ ଅନ୍ୟକୁ ଭୁଲ୍ ପ୍ରମାଣିତ କରିବାର ଏକ ପ୍ରୟାସ।