Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Sonia Gandhi / ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍
Sonia Gandhi

Key Points

ପୁଣି ଅଡୁଆରେ ସୋନିଆ
ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍
ନାଗରିକ ହେବା ପୂର୍ବରୁ ଭୋଟର୍ ତାଲିକାରେ ଥିଲା ନାଁ
ମାମଲାର ଶୁଣାଣି କରି ନୋଟିସ୍ ଜାରି କଲେ ଦିଲ୍ଲୀ ହାଇ କୋର୍ଟ

ସୋନିଆ ଗାନ୍ଧୀଙ୍କ ପାଇଁ ବଢ଼ିଲା ଅଡୁଆ । ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍ । ନାଗରିକ ହେବା ପୂର୍ବରୁ ଭୋଟର୍ ତାଲିକାରେ ଥିଲା ନାଁ । ମାମଲାର ଶୁଣାଣି କରି ନୋଟିସ୍ ଜାରି କଲେ ଦିଲ୍ଲୀ ହାଇ କୋର୍ଟ । ପୂର୍ବରୁ ନେସନାଲ ହେରାଲ୍ଡ ମାମଲାରେ ରାହୁଲ ଓ ସୋନିଆଙ୍କ ନାଁରେ ରୁଜୁ ହୋଇଛି FIR ।

ସୂଚନାନୁଯାୟୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି । ରାଉସ ଆଭେନ୍ୟୁ କୋର୍ଟ ନାଗରିକତା ସମ୍ବନ୍ଧରେ ତାଙ୍କୁ ନୋଟିସ ପଠାଇଛନ୍ତି । ଭାରତୀୟ ନାଗରିକ ହେବା ପୂର୍ବରୁ୧୯୮୦ମସିହାରେ ସେ କିପରି ଭୋଟର ଲିଷ୍ଟରେ ସାମିଲ ହେଲେ ସେନେଇ କୋର୍ଟ ପଚାରିଛନ୍ତି ।

ରିପୋର୍ଟ ଅନୁସାରେ, ବିକାଶ ତ୍ରିପାଠୀ ନାମକ ଜଣେ ଆବେଦନକାରୀ ସୋନିଆଙ୍କ ଭୋଟର ତାଲିକାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ସୋନିଆଙ୍କ ନାଁ ୧୯୮୦ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ କ୍ଷେତ୍ରରେ ସାମିଲ ହୋଇଥିଲା । କିନ୍ତୁ ସେ୧୯୮୩ରେ ଭାରତର ନାଗରିକ ହୋଇଥିଲେ । ଭୋଟର ତାଲିକାର ଅନିୟମିତତା ଏବଂ ଫେକ୍ ଡକ୍ୟୁମେଣ୍ଟ୍ ନେଇ ବିକାଶ ପ୍ରଥମେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଥିଲେ ।

ପ୍ରଥମେ କୋର୍ଟ କହିଥିଲେ ଯେ, ଭୋଟର ତାଲିକା ଯାଂଚ୍ କରିବା କୋର୍ଟଙ୍କ ଅଧିକାର ବାହାରେ ରହିଛି । ଏହା ନିର୍ବାଚନ କମିଶନଙ୍କ କାମ । ଏହାପରେ ବିକାଶ ପୁଣି ଥରେ ସମାନ ମାମଲାରେ ଆବେଦନ କରିଥିଲେ । ଯାହାକୁ ନେଇ ସୋନିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନାଗରିକ ନହୋଇ ଭୋଟର ତାଲିକାରେ ନାଁ ଥିବାରୁ ସୋନିଆଙ୍କ ସହ ଦିଲ୍ଲୀ ପୋଲିସକୁ ମଧ୍ୟ ନୋଟିସ ହୋଇଛି ।

ଆବେଦନକାରୀ କହିଛନ୍ତି ଯେ, ସୋନିଆ୧୯୮୩ମସିହା ଏପ୍ରିଲ୩୦ତାରିଖରେ ଭାରତର ନାଗରିକତା ହାସଲ କରିଥିଲେ । କିନ୍ତୁ୧୯୮୦ରେ ତାଙ୍କ ନାଁ ଭୋଟର ଲିଷ୍ଟରେ ସାମିଲ ହୋଇଥିଲା । ପରେ୧୯୮୨ରେ ନାଁକୁ କାଟି ଦିଆଯାଇଥିଲା । ଯଦି ସାମିଲ ହୋଇଥିଲା ତେବେ ନାଁ କାହିଁକି କଟା ଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ୧୯୮୩ରେ ନାଗରିକତା ହାସଲ କରିଥିବା ସୋନିଆ କେଉଁ ଡକ୍ୟୁମେଣ୍ଟ ଆଧାରରେ ଭୋଟର ତାଲିକାରେ ସାମିଲ ହେଲେ ତାହା ମଧ୍ୟ ସେ ପଚାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sonia Gandhi | Court Issues Notice to Sonia Gandhi — What’s the Case About? | Argus News