Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାସ୍ତାକଡ ଦୋକାନରେ ଦୋସା ତିଆରି କଲେ ସୋନୁ , ଭାଇରାଲ ହେଲା ଭିଡିଓ

National

ରାସ୍ତାକଡ ଦୋକାନରେ ଦୋସା ତିଆରି କଲେ ସୋନୁ , ଭାଇରାଲ ହେଲା ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ରାସ୍ତାକଡ ଦୋକାନରେ ଦୋସା ତିଆରି କଲେ ସୋନୁ , ଭାଇରାଲ ହେଲା ଭିଡିଓ

ରାସ୍ତାକଡ ଦୋକାନରେ ଦୋସା ତିଆରି କଲେ ସୋନୁ ସୁଦ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଲିଉଡ ଅଭିନେତା ସୋଲୁ ସୁଦ ନିଜର ମାନବିକତା କାର୍ଯ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି । କରୋନା ସମୟରେ ଅନେକ ପରିବାରକୁ ସାହାଯ୍ୟ କରିଥିଲେ ସୋନୁ ସୁଦ୍ । ବର୍ତ୍ତମାନ ଚେନ୍ନାଇର ଏକ ରାସ୍ତାକଡରେ ଥିବା ଷ୍ଟ୍ରିଟଫୁଡ ଦୋକାନରେ ଦୋସା ତିଆରି କରିଥିଲେ ।

ରାସ୍ତାକଡରେ ଥିବା ଦୋକାନଗୁଡିକୁ ଲୋକଲୋଚନକୁ ଆଣିବା ସହ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ଏପରି ପ୍ରୟାସ କରିଛନ୍ତି ସୋନୁ । ନିଜର ଏହି ଭିଡିଓକୁ ସୋସିଆଳ ମିଡିଆରେ ଶେୟାର କରିବା ସହ ଲେଖିଥିଲେ, ମୋ ଇଡଲି, ସମ୍ବର ଦୋକାନ । ଭିଡିଓରେ ସୋନୁ ଚେନ୍ନାଇର ରାସ୍ତାକଡରେ ଇଡିଲି, ଦୋସା, ସମ୍ବର ବିକ୍ରି କରୁଥିବା ଜଣେ ମହିଳାଙ୍କ ଦୋକାନରେ ନିଜେ ଦୋସା ପ୍ରସ୍ତୁତ କରିଥିଲେ ।
ସୋନ ସେହି ମହିଳା ଜଣକୁ ଇଡଲି ପ୍ଲେଟ କେତେ ବୋଲି ପଚାରିଥିଲେ । ଆଉ ମହିଳାଜଣକ ୩୫ କହିବାରୁ ସୋନୁ ତାଙ୍କୁ ମଜାରେ ୩୦ରେ ଡିସକାଉଣ୍ଟ ଦେବାପାଇଁ କହିଥିଲେ । ଆଉ ପରେ ଦୋସା ନିଜେ ପ୍ରସ୍ତୁତ କରି ଗ୍ରାହକଙ୍କୁ ବାଣ୍ଟିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଭିଡିଓକୁ ଏବେଯାଏଁ ୩ ମିଲିୟନ ଲୋକ ଦେଖି ସାରିଛନ୍ତି । ଏବଂ ୨ ଲକ୍ଷ ଲୋକ ଲାଇକ କରିଛନ୍ତି । ଜଣେ ଲେଖିଛନ୍ତି, ସୋନୁ ପ୍ରକୃତରେ ଜଣେ ଭଲ ମଣିଷ । ସେହିପରି ଆଉଜଣେ ଲେଖିଛନ୍ତି, ଆନ୍ନା, ଗୋଟେ ମସଲା ଦୋସା ପାର୍ସଲ ଦିଅନ୍ତୁ ।"

ଏହା ପୂର୍ବରୁ ମଧ୍ୟ ସୋନୁ ସୁଦ ହାଇଦ୍ରାବାଦର ଏକ ଆଣ୍ଟିଙ୍କ ଖାଦ୍ୟ ଦୋକାନକୁ ଯାଇଥିଲେ । ସେଠାରେ ତାଙ୍କ କାମକୁ ପ୍ରଶଂସା କରିବା ସହ ତାଙ୍କର କଠିନ ପରିଶ୍ରମ, ଏବଂ ନିଷ୍ଠାର ସହ କାମକୁ ଦେଖି ତାଙ୍କୁ ଉତ୍ସାହିତ କରିଥିଲେ ।

Argus Whatsapp Channel Mobile Top
Sponsored
Sonu sood made dosa in a roadside shop, the video went viral | Argus News