କଲାମଙ୍କ ସହ କାମ କରିବାକୁ ଚାହୁଁଥିଲେ ସୋଫିଆ କ୍ୟୁରେସୀ

Key Points
ଦୁଇ ଭଉଣୀ ଚାହୁଁଥିଲେ ସେନାରେ କାର୍ଯ୍ୟ କରିବାକୁ
ଦୁଇ ଜଣ ପ୍ରଚେଷ୍ଟା କରିଥିଲେ
ଏବେ ଜଣେ ସେନା ଅଧିକାରୀ ଆଉ ଜଣେ ସମାଜ ସେବୀ
ସେନା ସାମ୍ବାଦିକ ସମ୍ମିଳନୀରେ ଦେଶବାସୀଙ୍କୁ ସୂଚନା ଦେଉଥିବା କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଓ ବ୍ୟୋମିକା ସିଂହଙ୍କୁ ନେଇ ଅଧିକ ଜାଣିବାକୁ ଏବେ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କ କ୍ୟାରିୟର ସହ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଗୁଗଲରେ ମଧ୍ୟ ଅଧିକରୁ ଅଧିକ ଲୋକ ସର୍ଚ୍ଚ କରୁଛନ୍ତି।
ଅପରେସନ ସିନ୍ଦୂରକୁ ନେଇ ସାରା ଦେଶରେ ଏବେ ଆଲୋଚନା ଜୋର ଧରିଛି। ସୋଫିଆଙ୍କର ଆଉ ଜଣେ ଯାଆଁଳା ଭଉଣୀ ରହିଛନ୍ତି। ତାଙ୍କର ନାମ ହେଉଛି ଶୈନା। ସେ ମଧ୍ୟ ସୋଫିଆଙ୍କ ଭଳି ସେନାରେ ଯୋଗଦେବାକୁ ଚେଷ୍ଟା କରି ଆସୁଥିଲେ। ମାତ୍ର ତାହା ପୂରଣ ହୋଇ ପାରିନଥିଲା। ସେ ଏବେ ସମାଜ ସେବା ଓ ପରିବେଶ ସୁରକ୍ଷା ନେଇ କାର୍ଯ୍ୟ କରୁଛନ୍ତି। ଶୈନା ଗଣମାଧ୍ୟମକୁ ଏକ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଭଉଣୀ ସୋଫିଆ ପିଲାଦିନୁ ହିଁ ସେନାରେ କାର୍ଯ୍ୟ କରିବାକୁ ଉତ୍ସାହିତ ଥିଲେ।
📱 Get Argus News App
✨ଦୁଇ ଭଉଣୀ ସେନା ୟୁନିଫର୍ମ ପିନ୍ଧିବାକୁ ସ୍ବପ୍ନ ଦେଖୁଥିଲେ। ଏସଏସବି ଦେଇଥିଲେ। ହେଲେ ସେ ମନୋନୀତ ହୋଇନଥିଲେ। ମାତ୍ର ଭଉଣୀ ସୋଫିଆ DRDO (ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ) ରେ କାମ କରିବାକୁ ଚାହୁଁଥିଲେ। ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ସହିତ କାମ କରିବାକୁ ସୋଫିଆଙ୍କ ଇଚ୍ଛା ଥିଲା।
ଯେତେବେଳେ ସେନାରେ ଝିଅ ମାନଙ୍କୁ ଯୋଗ ଦେବାକୁ ସରକାର ସୁଯୋଗ ଆଣିଥିଲେ ଦୁଇ ଭଉଣୀ ଚେଷ୍ଟା କରିଥିଲେ ସେନାରେ ଯୋଗ ଦେବାକୁ। ସୋଫିଆଙ୍କୁ ସୁଯୋଗ ମିଳିଥିଲା ମାତ୍ର ଶୈନୀଙ୍କୁ ମିଳିନଥିଲା। ସେମାନେ ଦୁଇଜଣ ଲାଇବ୍ରେରୀରେ ଏକାସାଥିରେ ୧୦ ରୁ ୧୨ ଘଣ୍ଟା ବସି ପାଠ ପଢୁଥିଲେ। ଏବେ ଯେତେବେଳେ ଭଉଣୀ ଅପରେସନ ସିନ୍ଦୂର ନେଇ ସୂଚନା ଦେଉଛନ୍ତି ତାଙ୍କୁ ବହୁତ ଗର୍ବ ଲାଗୁଛି ବୋଲି କହୁଛନ୍ତି।