Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଙ୍ଗୁଲିଙ୍କ କାର ଆଡ଼କୁ ଯମ ଭଳି ମାଡ଼ି ଆସିଲା ଟ୍ରକ୍‌..!

National

ଗାଙ୍ଗୁଲିଙ୍କ କାର ଆଡ଼କୁ ଯମ ଭଳି ମାଡ଼ି ଆସିଲା ଟ୍ରକ୍‌..!

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଗାଙ୍ଗୁଲିଙ୍କ କାର ଆଡ଼କୁ ଯମ ଭଳି ମାଡ଼ି ଆସିଲା ଟ୍ରକ୍‌..!

ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା । ଟ୍ରକ୍ ପିଟିଦେବାରୁ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାସ୍ତ ହୋଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୌରଭ ଗାଙ୍ଗୁଲି । ବର୍ଦ୍ଧମାନର ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲା
ବେଳେ ଏହି ଅଘଟଣ ଘଟିଥିଲା ।

ଦୁର୍ଗାପୁର ଏକ୍ସପ୍ରେସୱେରେ ତାଙ୍କ କନଭେୟ ଭିତରେ ହଠାତ୍ ଏକ ଟ୍ରକ ମାଡିଯାଇଥିଲା । ଏଥିରେ କାର୍ ନିୟନ୍ତ୍ରଣ ହରାଇ ବସିଥିଲା । ସ୍ଥିତି ସମ୍ଭାଳିବାକୁ ଡ୍ରାଇଭର ତୁରନ୍ତ ବ୍ରେକ୍ ମାରିଥିଲେ । ଏହି କାରଣରୁ କନଭେୟରେ ସାମିଲ ଗାଡିଗୁଡିକ ପରସ୍ପର ସହ ଧକ୍କା ହୋଇଥିଲେ । ହେଲେ କୌଣସି ବଡ ଦୁର୍ଘଟଣା ଘଟିନଥିଲା । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନି । ପୂର୍ବତନ କ୍ରିକେଟର ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ୧୦ ମିନିଟ୍ ପରେ ସେ ପୁଣି ନିଜର ଯାତ୍ରା ଆରମ୍ଭ କରିଥିବା ଜାଣାପଡିଛି ।

୨୦୨୨ରେ ଦିଲ୍ଲୀ-ଡେରାଡୁନ ହାଇୱେରେ କ୍ରିକେଟର ଋଷଭ ପନ୍ତଙ୍କ ବଡ ଦୁର୍ଘଟଣା ଘଟିଥିଲା । ତାଙ୍କର କାର୍, ଡିଭାଇଡରେ ପିଟି ହୋଇଯାଇଥିଲା । ଏହାପରେ କାରରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ପନ୍ତ ଅତି ଗୁରୁତର ହୋଇଥିଲେ । ଦୁଇ ବର୍ଷ ଧରି ହସ୍ପିଟାଲରେ ଚିକିତ୍ସା ପରେ ସେ ସୁସ୍ଥ ହୋଇ କ୍ରିକେଟ ମୈଦାନକୁ ଫେରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sourav Ganguly's car meets with accident on Durgapur Expressway; 'Dada' safe | Argus News