Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  'ଭାରତ ଆମର ସବୁଠାରୁ ବିଶ୍ୱସ୍ତ ବନ୍ଧୁ' : ଶେଖ ହସିନା 

National

 'ଭାରତ ଆମର ସବୁଠାରୁ ବିଶ୍ୱସ୍ତ ବନ୍ଧୁ' : ଶେଖ ହସିନା 

Manini Pattanayak
Browse all articles by Manini Pattanayak
·2 years ago·1 min read
 'ଭାରତ ଆମର ସବୁଠାରୁ ବିଶ୍ୱସ୍ତ ବନ୍ଧୁ' : ଶେଖ ହସିନା 

ନୂଆଦିଲ୍ଲୀ: ଭାରତ ଆମର ସବୁଠାରୁ ବିଶ୍ୱସ୍ତ ବନ୍ଧୁ । ଏପରି  କହି ଭାରତ ପ୍ରତି ସ୍ନେହର ବର୍ଷା କରିଛନ୍ତି ବାଂଲାଦେଶ ର  ପ୍ରଧାନମନ୍ତ୍ରୀ ଶେଖ ହସିନା।  ଏଠି କହିରଖଛୁ ଯେ, ବାଂଲାଦେଶରେ କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି।  ଏହାରି ମଧ୍ୟରେ ଶେଖ୍‌ ହସିନା  ଭାରତ ପ୍ରତି ଭଲ ପାଇବା ଅଜାଡି  ଦେଇଛନ୍ତି। ୧୯୭୧ ରେ  ହୋଇଥିବା ମୁକ୍ତି ସଂଗ୍ରାମର କଥା ମନେ ପକାଇଥିଲେ ଶେଖ ହସିନା।   ଆଉ  ସେହି ସମୟରେ ଭାରତ ପକ୍ଷରୁ କରାଯାଇଥିବା ସାହାଯ୍ୟ କଥା କହିଥିଲେ ବାଂଲାଦେଶ   ପ୍ରଧାନମନ୍ତ୍ରୀ । ଏହି ସମୟରେ ଦୁଇ ପଡୋଶୀ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢି ଉଠିଥିଲା। 

ଏକ ଜାତୀୟ ଗଣମାଧ୍ୟମକୁ ଦେଇ ଥିବା ସାକ୍ଷାତାକାରରେ ଶେଖ୍‌ ଅସିନା କହିଥିଲେ ଆମେ ବହୁତ ଭାଗ୍ୟଶାଳି ଯେ ଆମ ପାଖରେ ଭାରତ ପରି  ବିଶ୍ୱସ୍ତ ବନ୍ଧୁ ଅଛି।  ୧୯୭୫ ପରେ ଆମେ ଯେତେବେଳେ  ଆମର ପୁରା ପରିବାର ହରାଇଥିଲୁ ସେତେବେଳେ ଆମକୁ ଭାରତ ଆଶ୍ରୟ ଦେଇଥିଲା। ତେବେ ଏଠି କହିରଖୁଛୁ ଯେ,  ୧୯୭୫  ହିଂସାରେ ବାଂଲାଦେଶ  ଉପରେ ବିପଦର କଳାବାଦଲ ଢାଙ୍କି ହୋଇଥିଲା।  ଆଉ ସେହି ସମୟରେ  ଶେଖ୍‌ ହସିବା ଭାରତର ଶରଣ ପସିଥିଲେ।  ବର୍ତ୍ତମାନ  ଶେଖ୍‌ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। 
 

ଅଧିକ ପଢନ୍ତୁ  ଭାରତ ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
south asia bangladesh pm sheikh hasina expresses gratitude to india on election day says our trusted friend | Argus News