Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୭ ପ୍ରତିଶତ ହ୍ରାସ ପାଇଛି ଜଳ ସଂରକ୍ଷଣ କ୍ଷମତା

Smruti Parija
Browse all articles by Smruti Parija
·2 years ago·1 min read
୧୭ ପ୍ରତିଶତ ହ୍ରାସ ପାଇଛି ଜଳ ସଂରକ୍ଷଣ କ୍ଷମତା

ଅର୍ଗସ ବ୍ୟୁରୋ: ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛି ଜଳସଙ୍କଟ । ଜଳ ସଂରକ୍ଷଣ କ୍ଷମତା ୧୭ ପ୍ରତିଶତ ହ୍ରାସ ପାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ରାଜ୍ୟକୁ ଏଵେ ଜଳ ସଂଙ୍କଟ ଚିନ୍ତା ଘାରିଛି । ଜଳ ସଂରକ୍ଷଣ କ୍ଷମତା 17 ପ୍ରତିଶତ ହ୍ରାସ ପାଇଥିବାରୁ ଗ୍ରୀଷ୍ମ ସମୟରେ ଜଳ କେଉଁଠୁ ଆସିବ ସେ ନେଇ ଚିନ୍ତା ବଢିଛି । ଦକ୍ଷିଣ ଅଞ୍ଚଳରେ 42 ଟି ଜଳଭଣ୍ଡାରରେ ଥିବା ବେଳେ ଏହି ଷ୍ଟୋରେଜରେ ୫୩.୩୩୪ ବିଲିୟନ କ୍ୟୁବ୍ ମିଟର ଜଳ ସଂରକ୍ଷଣର କ୍ଷମତା ରହିଛି । 

ଦକ୍ଷିଣ ଭାରତରେ ଜଳ ସ୍ତର ଜଳଭଣ୍ଡାରର ମାତ୍ର 17 ପ୍ରତିଶତ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ରାଜ୍ୟକୁ ନେଇ ଦକ୍ଷିଣ ଅଞ୍ଚଳ ଜଳ ଭଣ୍ଡାରର ମାତ୍ର 17 ପ୍ରତିଶତ ତୁଳନାରେ ହାରାହାରି ତୁଳନାରେ ଜଳ ସଂରକ୍ଷଣକୁ ହ୍ରାସ ପାଇଛି । ଜଳ ସଂରକ୍ଷଣ ସ୍ତର ଖରାପ ସ୍ଥିତିରେ ଥିବାରୁ ରାଜ୍ୟଗୁଡିକରେ ଜଳସେଚନ, ପାନୀୟ ଜଳ ଯୋଗାଣ ଏବଂ ଜଳ ବିଦ୍ୟୁତ୍ ଉତ୍ପାଦନ କିପରି ହେବ ସେ ନେଇ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି । 

ଅପରପକ୍ଷେ, ଆସାମ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ନେଇ ପୂର୍ବ ଅଞ୍ଚଳ ଗତ ବର୍ଷ ଏବଂ ଦଶ ବର୍ଷର ହାରାହାରି ତୁଳନାରେ ଜଳ ସଂରକ୍ଷଣ ସ୍ତରରେ ସକରାତ୍ମକ ଉନ୍ନତି ପ୍ରଦର୍ଶନ କରିଛି । ଉତ୍ତର କେନ୍ଦ୍ରୀୟ ଅଂଚଳରେ ଜଳସ୍ତର ସଂରକ୍ଷଣ ହ୍ରାସ ପାଉଛି । ବ୍ରହ୍ମପୁତ୍ର, ନର୍ମଦା ଏବଂ ତାପୀ ପରି ନଦୀ ଅବବାହିକା ଗୁଡ଼ିକ ସଂରକ୍ଷଣ ସ୍ତରଠାରୁ ଅଧିକ ଉନ୍ନତ ଥିବାବେଳେ ମହାନଦୀ ପ୍ରବାହିତ ନଦୀଗୁଡିକ ଅତ୍ୟଧିକ ଜଳ ସଂରକ୍ଷଣ ଅଭାବ ହୋଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
south-india-stares-at-severe-water-crisis | Argus News