Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦକ୍ଷିଣ ଭାରତ ବୁଲାବୁଲି; IRCTCର ଚମତ୍କାର ପ୍ୟାକେଜ, ଜାଣନ୍ତୁ କେମିତି କରିବେ ବୁକ ?

National

ଦକ୍ଷିଣ ଭାରତ ବୁଲାବୁଲି; IRCTCର ଚମତ୍କାର ପ୍ୟାକେଜ, ଜାଣନ୍ତୁ କେମିତି କରିବେ ବୁକ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦକ୍ଷିଣ ଭାରତ ବୁଲାବୁଲି; IRCTCର ଚମତ୍କାର ପ୍ୟାକେଜ, ଜାଣନ୍ତୁ କେମିତି କରିବେ ବୁକ ?

Key Points

ଗୋରଖପୁର, ଅଯୋଧ୍ୟା କ୍ୟାଣ୍ଟ, ସୁଲତାନପୁର, ପ୍ରତାପଗଡ଼, ପ୍ରୟାଗ ସଙ୍ଗମ, ରାୟବରେଲି, ଲକ୍ଷ୍ନୌ, କାନପୁର ସେଣ୍ଟ୍ରାଲ, ଓରାଇ, ଭେରଙ୍ଗନା ଲକ୍ଷ୍ମୀବାଇ, ଲଲିତପୁର ଷ୍ଟେସନରୁ ଆରମ୍ଭ ହେବ।

IRCTC ପକ୍ଷରୁ ଏକ ସ୍ବତନ୍ତ୍ର ଟୁର ପ୍ୟାକେଜ ଆରମ୍ଭ ହୋଇଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚା । ଏହାକୁ ଆଇଆରସିଟିସିର  ରାମେଶ୍ୱରମ୍‌ ଟୁର ପ୍ୟାକେଜ ମଧ୍ୟ କୁହାଯାଉଛି । ଯାହାର ଦାମ ଶୁଣିଲେ ଆପଣ ଆଚମ୍ବିତ ହେବେ । ଏହି ଟୁର୍ ପ୍ୟାକେଜ୍ ୧୨ ଦିନ ଏବଂ ୧୧ ରାତି ପାଇଁ ପ୍ରସ୍ତୁତ କରାଯାଇଛି । ଏହି ରାମେଶ୍ୱରମ୍ ଟୁର୍
ପ୍ୟାକେଜ୍ ୭ ଜୁନ୍ ୨୦୨୫ ରୁ ୧୮ ଜୁନ୍ ୨୦୨୫ ପର୍ଯ୍ୟନ୍ତ ରହିବ। ଆପଣ ଏହାକୁ ଅନଲାଇନ ଜରିଆରେ ବୁକ୍ କରିପାରିବେ।

ଏହି ଯାତ୍ରା ଗୋରଖପୁର, ଅଯୋଧ୍ୟା କ୍ୟାଣ୍ଟ, ସୁଲତାନପୁର, ପ୍ରତାପଗଡ଼, ପ୍ରୟାଗ ସଙ୍ଗମ, ରାୟବରେଲି, ଲକ୍ଷ୍ନୌ, କାନପୁର ସେଣ୍ଟ୍ରାଲ, ଓରାଇ, ଭେରଙ୍ଗନା ଲକ୍ଷ୍ମୀବାଇ, ଲଲିତପୁର ଷ୍ଟେସନରୁ ଆରମ୍ଭ ହେବ। ଏହି ପ୍ୟାକେଜରେ ଆପଣ ରାମେଶ୍ୱରମ୍, ମାଦୁରାଇ, କନ୍ୟାକୁମାରୀ, ମଲ୍ଲିକାର୍ଜୁନ, ତିରୁପତି ଭଳି ସମସ୍ତ ସ୍ଥାନ ପରିଦର୍ଶନ କରିପାରିବେ।

କେତେ ଖର୍ଚ ?
ଏହି ଟୁର୍ ପ୍ୟାକେଜର ନାଁ ହେଉଛି ଦକ୍ଷିଣ ଭାରତ ଯାତ୍ରା। ଏହାର କୋଡ୍ ହେଉଛି NZBG58।୧୧ ରାତି ଏବଂ ୧୨ ଦିନର ଏହି ଟୁର୍ ପ୍ୟାକେଜର ମୋଟ ୨୪୬୦୦ ଟଙ୍କା ପଇଠ କରିବାକୁ ପଡିବ । ଏହି ଟୁର୍ ପ୍ୟାକେଜ୍ ୨୪୬୦୦ ଟଙ୍କାରୁ ଆରମ୍ଭ ହୁଏ, ଏହା ବ୍ୟତୀତ ଆପଣଙ୍କ ଆବଶ୍ୟକତା ଅନୁସାରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଏହି ଟୁର୍ ପ୍ୟାକେଜ୍‌ରେ, ଆପଣଙ୍କୁ ରହିବା, ଖାଇବା ଏବଂ ଆଖପାଖ ବୁଲାବୁଲିର ସୁବିଧା ମିଳିବ।
ଟ୍ରେନର କୋଚ୍ ଏବଂ ସୁବିଧା ଅନୁସାରେ ଏହାର ମୂଲ୍ୟ ବୃଦ୍ଧି ପାଇପାରେ।

ଜାଣନ୍ତୁ କେମିତି କରିବେ ବୁକ
ଆପଣ IRCTC ୱେବସାଇଟକୁ ଯାଇ କରିପାରିବେ । ନଚେତ ଏହି ଲିଙ୍କ ରେ କ୍ଲିକ କରନ୍ତୁ । ଆଉ ଖୁବ ସହଜରେ ଯାତ୍ରା ବୁକ କରନ୍ତୁ । ଏଥିପାଇଁ ଆପଣଙ୍କୁ ଆବଶ୍ୟକୀୟ ସୂଚନା ଦେବାକୁ ପଡିବ ଏବଂ ପେମେଣ୍ଟ କରିବା ପରେ ବୁକିଂ ନିଶ୍ଚିତ କରିବାକୁ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
South India Tour; IRCTC's amazing Tour packages, know how to book? | Argus News