Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାହିତ୍ୟରେ ନୋବେଲ ପାଇବେ ଦକ୍ଷିଣ କୋରିଆର ହାନ କାଙ୍ଗ୍

National

ସାହିତ୍ୟରେ ନୋବେଲ ପାଇବେ ଦକ୍ଷିଣ କୋରିଆର ହାନ କାଙ୍ଗ୍

Smruti Parija
Browse all articles by Smruti Parija
·1 year ago
ସାହିତ୍ୟରେ ନୋବେଲ ପାଇବେ ଦକ୍ଷିଣ କୋରିଆର ହାନ କାଙ୍ଗ୍

ଅର୍ଗସ ବ୍ୟୁରୋ: ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ଦକ୍ଷିଣ କୋରିଆର ସାହିତ୍ୟିକା ହାନକାଙ୍ଗ୍ ପାଇବେ ନୋବେଲ ପୁରସ୍କାର । 1970 ମସିହା ଦକ୍ଷିଣ କୋରିଆର ଗୁଆଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିଲେ ହାନକାଙ୍ଗ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଔପନାସିକ ଥିବାବେଳେ ସେ ଲେଖା ବ୍ୟତୀତ, ନିଜକୁ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଉତ୍ସର୍ଗ କରିଛନ୍ତି । 

୨୦୨୪ ନୋବେଲ ପୁରସ୍କାର ପାଇଁ ଗତ ସୋମବାରଠାରୁ ଘୋଷଣା ଆରମ୍ଭ ହୋଇଛି ଏବଂ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ମେଡିସିନ୍ ପୁରସ୍କାର ଜିତିଛନ୍ତି। ମେସିନ୍ ଲର୍ଣ୍ଣିଂର ଦୁଇ ପ୍ରତିଷ୍ଠାତା ଜନ୍ ହପ୍‌ଫିଲ୍ଡ ଓ ଜେଫ୍ରି ହିଣ୍ଟନ୍ ପଦାର୍ଥବିଜ୍ଞାନ ପୁରସ୍କାର ଜିତିଛନ୍ତି। ଆସନ୍ତାକାଲି ନୋବେଲ ଶାନ୍ତି ପୁରସ୍କାର ଏବଂ ଅକ୍ଟୋବର ୧୪ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
South Korean author Han Kang has won the 2024 Nobel Prize in literature | Argus News