Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Sexual Harassment / ମହିଳାଙ୍କୁ ପୁରୁଷ ବାଥରୁମକୁ ନେଇଗଲେ: ପୀଡିତା କହିଲେ, ମୋ ଶରୀରରେ..

Banajyotshna Ray
Browse all articles by Banajyotshna Ray
·5 months ago·2 min read
ମହିଳାଙ୍କୁ ପୁରୁଷ ବାଥରୁମକୁ ନେଇଗଲେ: ପୀଡିତା କହିଲେ, ମୋ ଶରୀରରେ..
Sexual Harassment

Key Points

ବିମାନବନ୍ଦରରେ ମହିଳାଙ୍କ ସହ ଏ କି ବ୍ୟବହାର
ସାଉଥ୍ କୋରିଆର ମହିଳାଙ୍କୁ ମେଲ୍ ବାଥରୁମକୁ ନେଇଗଲେ ବିମାନ ବନ୍ଦର ଅଧିକାରୀ


ବିମାନବନ୍ଦରରେ ବିଦେଶୀ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗ। ବିମାନ ବନ୍ଦର ଅଧିକାରୀ ମହିଳାଙ୍କୁ ମେଲ ବାଥରୁମକୁ ଟାଣିନେଲେ। ଏଖବର ବର୍ତ୍ତମାନ ସବୁଠି ଭାଇରାଲ ହେବାରେ ଲାଗିଛି। ଜଣେ ବିଦେଶୀ ମହିଳାଙ୍କୁ କିପରି ଭାବରେ ଏମିତି ଆଚରଣ କଲେ ବିମାନ ବନ୍ଦର କର୍ମଚାରୀ ବୋଲି ସାଧାରଣ ପ୍ରଶ୍ନ ଉଠୁଛି। ଘଟଣାଟି ୧୯ ଜାନୁଆରୀ ୨୦୨୬ରେ ଘଟିଥିବା ଜଣାପଡ଼ିଛି। ପୀଡିତାଜଣଙ୍କ ଦକ୍ଷିଣ କୋରିଆର ନାଗରିକ ବୋଲି ପୋଲିସ ସୂଚନା ଦେଇଛି। ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଗୁରୁତର ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବିଦେଶୀ ମହିଳା ବିମାନବନ୍ଦର କର୍ମଚାରୀଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି।

ଘଟଣା ପରେ ତୁରନ୍ତ ପୀଡିତା ବିମାନବନ୍ଦର ସୁରକ୍ଷା କର୍ମୀଙ୍କୁ ସୂଚନା ଦେଇଥିଲେ। ସୁରକ୍ଷା କର୍ମୀମାନେ ତୁରନ୍ତ ଅଭିଯୁକ୍ତକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଆପନ୍ ଆହମଦ୍‌ ବୋଲି ଚିହ୍ନଟ କରି ଗିରଫ କରିଛି ଓ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁଯାୟୀ, ଇମିଗ୍ରେସନ ପ୍ରକ୍ରିୟା ସମାପ୍ତ କରି ପୀଡିତା ନିଜ ଫ୍ଲାଇଟ ଧରିବା ପାଇଁ ଟର୍ମିନାଲ ଭିତରକୁ ଯାଉଥିଲେ। ଏହି ସମୟରେ ଜଣେ ପୁରୁଷ କର୍ମଚାରୀ ତାଙ୍କୁ ଅଟକାଇ ଟିକେଟ ଯାଞ୍ଚ କରିଥିଲେ। ଅଭିଯୁକ୍ତ କହିଥିଲେ ଯେ, ତାଙ୍କ ଚେକ୍-ଇନ୍ ବ୍ୟାଗେଜରୁ ‘ବିପ୍’ ଶବ୍ଦ ଆସିଛି ଓ ସୁରକ୍ଷା ସମସ୍ୟା ହୋଇପାରେ।

ଏଥିସହ ପଢ଼ନ୍ତୁ: ୨୦୦ ଫୁଟ ଗଭୀର ଖାଲକୁ ଖସିପଡ଼ିଲା ସେନାଗାଡ଼ି, ୧୦ ଯବାନ ମୃତ

ପୀଡିତାଙ୍କ କହିବା ଅନୁସାରେ, ସାଧାରଣ ସ୍କ୍ରିନିଂ କାଉଣ୍ଟରକୁ ଫେରିଲେ ବେଶି ସମୟ ଲାଗିବ ଓ ଫ୍ଲାଇଟ ମଧ୍ୟ ମିସ୍ ହୋଇଯାଇପାରେ । ତେଣୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଚେକିଂ ନାଁରେ ଟର୍ମିନାଲର ଏକ ସୁନସାନ ସ୍ଥାନକୁ ନେଇଯାଇଥିଲେ। ସେହି ସ୍ଥାନଟି ପୁରୁଷ ଶୌଚାଳୟ ନିକଟରେ ଥିଲା ବୋଲି ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସେଠାରେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହମତି ବିନା ତାଙ୍କୁ ଖରାପ୍ ଇଙ୍ଗିତ କରିଥିଲେ ଏବଂ ବାରମ୍ବାର ତାଙ୍କ ଶରୀରରେ ହାତ ମାରୁଥିଲେ । ଏଥିସହ ଅସଭ୍ୟ ଆଚରଣ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ବିରୋଧ କରିବା ପରେ ଅଭିଯୁକ୍ତ ତାଙ୍କୁ ଆଲିଙ୍ଗନ କରି ‘ଥ୍ୟାଙ୍କ୍ ୟୁ’ କହି ସେଠାରୁ ଚାଲିଯାଇଥିଲେ। ଘଟଣା ପରେ ପୀଡିତା ମାନସିକ ଭାବେ ଗଭୀର ଆହତ ହୋଇଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sexual Harassment | Man arrested over alleged sexual harassment of foreign national in Kempegowda Airport | Argus News | Argus News