Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାନ୍ୟବର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ସାଉଥ ସୁପରଷ୍ଟାର ରାମଚରଣ

National

ମାନ୍ୟବର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ସାଉଥ ସୁପରଷ୍ଟାର ରାମଚରଣ

Arpita Mohanty
Browse all articles by Arpita Mohanty
·2 years ago·1 min read
ମାନ୍ୟବର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ସାଉଥ ସୁପରଷ୍ଟାର ରାମଚରଣ

ଅର୍ଗସ ବ୍ୟୁରୋ : ମାନ୍ୟବର ଆଜିକାଲି ଯୁବପିଢୀଙ୍କ ପ୍ରଥମ ପସନ୍ଦ। ବାହାଘର ସିଜିନ କଥା କହିଲେ ପ୍ରଥମ ଚଏସରେ ଆସେ ମାନ୍ୟବରର କଲେକ୍ସନ। ତେବେ ଭାରତର ଏହି ନାମୀଦାମୀ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ସାଉଥ ସୁପରଷ୍ଟାର ରାମଚରଣ । ଏ ସମ୍ପର୍କରେ ବେଦାନ୍ତ ଫ୍ୟାସନ ଲିମିଟେଡର ମୁଖ୍ୟ ରାଜସ୍ଵ ଅଧିକାରୀ ବେଦାନ୍ତ ମୋଦି କହିଛନ୍ତି,ରାମ ଚରଣଙ୍କୁ ମାନ୍ୟବର ପରିବାର ସ୍ଵାଗତ କରୁଛି ଓ ଆମ ପାଇଁ ଏହା ଏକ ଗୌରବର ବିଷୟ ହୋଇଥିବାବେଳେ ତାଙ୍କ ସହ ଦର୍ଶକଙ୍କର ମଧ୍ୟ ଏକ ଅବିସ୍ମରଣୀୟ ସମ୍ପର୍କ ରହିବ ।

ସେହିଭଳି ରାମ ଚରଣ କହିଛନ୍ତି, ମୁଁ ମାନ୍ୟବର ସହ ଜଡିତ ହୋଇ ବହୁତ ଆନନ୍ଦିତ ଅଛି । ଏହାର ଫ୍ୟାଶନ ଷ୍ଟାଇଲ ଯୁବକ ମାନଙ୍କୁ ବେଶ ଆକର୍ଷିତ କରୁଛି । ଏହା ସହ ଯୋଡିହେବା ମୋ ପାଇଁ ସ୍ବତନ୍ତ୍ର ଏବଂ ବେଶ ଆନନ୍ଦଦାୟକ। ଏହି ଫ୍ୟାଶନ ବ୍ରାଣ୍ଡ ଆଗକୁ ସମସ୍ତଙ୍କ ପାଇଁ ଗୌରବର ବିଷୟ ହେବ ବୋଲି ମୁଁ ଆଶା କରୁଛି। 
ତେବେ ଚଳିତ ବର୍ଷ ଏହି ବ୍ରାଣ୍ଡର ଥିମ ରହିଛି 'ତୟାର ହୋ କର ଆୟେ' । ଏବେ ଉତ୍ସବ ତଥା ପାର୍ବଣର ସିଜିନ ଚାଲିଥିବା ବେଳେ ଏହି ଥିମକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଏହି ଅଭିଯାନକୁ ଶ୍ରେୟାଂଶ ଇନୋଭେସନ ଦ୍ଵାରା ପରିକଳ୍ପିତ ଓ କାର୍ଯ୍ୟକାରୀ କରାଯାଉଛି। ପ୍ରତିଷ୍ଠାତା ଶ୍ରେୟାଂଶ ବୈଦ ପିତା ପୁତ୍ରଙ୍କ ସମ୍ପର୍କକୁ ଆଲୋକିତ କରି ତୟାର ହୋକର ଆୟେ ବାର୍ତ୍ତାକୁ ଅଧିକ ଜୀବନ୍ତ କରିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manyavar | Argus News