Indian Army / ଭାରତର ଶକ୍ତି ଦେଖି ଶତ୍ରୁ ପକ୍ଷ ଛାନିଆ ହେଲେଣି

Key Points
ସ୍ଥଳ, ସମୁଦ୍ର ଏବଂ ଆକାଶରୁ ଏହାର ଲଞ୍ଚ କରିବାର କ୍ଷମତା ଏହାକୁ ଆହୁରି ରଣନୈତିକ ଭାବରେ ପ୍ରଭାବଶାଳୀ କରିଛି ।
ବଢ଼ିଲା ଭାରତୀୟ ସେନାର ଶକ୍ତି । ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ବଙ୍ଗୋପସାଗରରେ ସଫଳ ପରୀକ୍ଷଣ କଲା ଭରତୀୟ ସେନା । ଏହାର ସଠିକ୍ ଲକ୍ଷଭେଦ ସହ ବିନାଶକାରୀ ଦକ୍ଷତା ରହିଛି । ସେନାର ଦ୍ରୁତଗାମୀ ଆକ୍ରମଣ କ୍ଷମତାକୁ ମଜଭୁତ କରିଛି । ଏହି କ୍ଷେପଣାସ୍ତ୍ର ସଠିକତାର ସହିତ ଲକ୍ଷ୍ୟଭେଦ କରି ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିଛି ।
ଭାରତ ଏବଂ ରୁଷର ମିଳିତ ପ୍ରଚେଷ୍ଟାରେ ବିକଶିତ ବ୍ରହ୍ମୋସ୍ ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର, ଯାହାକୁ ବିଭିନ୍ନ ପ୍ଲାଟଫର୍ମରୁ ନିକ୍ଷେପ କରାଯାଇପାରିବ। ଅର୍ଥାତ ଜଳ ସ୍ଥଳ ଆକାଶରୁ ଏହାକୁ ଶତ୍ରୁଙ୍କ ପ୍ରତି ନିକ୍ଷେପ କରାଯିବ । ଭାରତ ଏବେ ଏହାକୁ ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକୁ ମଧ୍ୟ ଯୋଗାଇବାକୁ ଯୋଜନା କରୁଛି।
ତେବେ ଭାରତର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ କୂଟନୀତି ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଏକ ଦୃଢ଼ ସ୍ଥିତି ଜାହିର କରିଛି । ବ୍ରହ୍ମୋସ କିଣିବା ପାଇଁ ଅନେକ ଦେଶ ଦୀର୍ଘ ସମୟ ଧରି ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଅପରେସନ୍ ସନ୍ଦୂର ପରେ ବ୍ରହ୍ମୋସର ଚାହିଦା ବଢ଼ିଛି । ପାକିସ୍ତାନକୁ ଧୂଳି ଚଟାଇଥିଲା ବ୍ରହ୍ମୋସ୍ ମିସାଇଲ । ଏହି ଚୁକ୍ତି ଭାରତର ପ୍ରତିରକ୍ଷା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।
ଜାତୀୟ ଗଣାମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ପ୍ରତିଷ୍ଠାନରୁ ମିଳିଥିବା ସୂଚନା ଅନୁସାରେ କ୍ରେତା ଦେଶମାନେ ସାମରିକ ଅଭିଯାନରେ ବ୍ରହ୍ମୋସ ଦ୍ୱାରା ହାସଲ କରାଯାଇଥିବା ଫଳାଫଳକୁ ଅନୁଧ୍ୟାନ କରିଛନ୍ତି ଏବଂ ଏହାର ସଠିକତା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି । ଏହି ପ୍ରଭାବ ଚୁକ୍ତିକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛି । ଆଗାମୀ ମାସଗୁଡ଼ିକରେ ଏକ ସରକାରୀ ହସ୍ତାକ୍ଷର ଆଶା କରାଯାଉଛି । ବ୍ରହ୍ମୋସର ବିଶ୍ୱସନୀୟତା ଏହାର କ୍ଷମତା ପର୍ଯ୍ୟନ୍ତ ସୀମିତ ନୁହେଁ । ସ୍ଥଳ, ସମୁଦ୍ର ଏବଂ ଆକାଶରୁ ଏହାର ଲଞ୍ଚ କରିବାର କ୍ଷମତା ଏହାକୁ ଆହୁରି ରଣନୈତିକ ଭାବରେ ପ୍ରଭାବଶାଳୀ କରିଛି । ଏହି କାରଣରୁ ଭାରତ କେବଳ ଏକ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ନୁହେଁ, ବରଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବାର କ୍ଷମତା ସହିତ ଶକ୍ତିଶାଳୀ ରପ୍ତାନିକାରୀ ଭାବରେ ଉଭା ହେଉଛି ।
ଅପରେସନ ସିନ୍ଦୁରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରତିଷ୍ଠାକୁ ନୂଆ ଶିଖରରେ ପହଞ୍ଚାଇଥିଲା । ଏହି ଅପରେସନରେ ପ୍ରଥମ ଥର ପାଇଁ ବ୍ରହ୍ମୋସକୁ ନିୟୋଜିତ କରାଯାଇଥିଲା। ଭାରତୀୟ ସେନା ଦ୍ୱାରା ବ୍ରହ୍ମୋସ ବ୍ୟବହାର କରି କରାଯାଇଥିବା ଦ୍ରୁତ, ସଠିକ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ଆକ୍ରମଣ ବିଶ୍ୱବ୍ୟାପୀ ରାଜନୈତିକ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅପରେସନ୍ ସିନ୍ଦୂରରେ ବ୍ରହ୍ମୋସର ଶକ୍ତି ସାରା ବିଶ୍ୱକୁ ପାଗଳ କରିଛି ତେଣୁ ତାର ଚାହିଦା ବଢ଼ିଛି ।
📱 Get Argus News App
✨Related Topics
Explore more stories