Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି

National

ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି

ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି । ପୁଣିଥରେ ତୁଷ୍ଟିକରଣର ଟ୍ରିପିଲ ଡୋଜ ବିକ୍ରି କରିବାକୁ ଚାହୁଥିବା ବିରୋଧୀଙ୍କୁ ମୂଳପୋଛ କରିବାକୁ ଉତ୍ତରପ୍ରଦେଶବାସୀ ଏକ ହୋଇଛନ୍ତି । ବିଜେପି ସରକାରର ବିକାଶକୁ ଦେଖି କଂଗ୍ରେସ ଶାହଜାଦେଙ୍କ ପେଟରେ ଦରଦ ହେଉଛି କହି କଟାକ୍ଷ କରିଛନ୍ତି ମୋଦି ।

ନିର୍ବାଚନ ପ୍ରଚାରରେ ବିଜେପି ବିରୋଧରେ ଅପପ୍ରଚାର କରୁଥିବା ବିରୋଧୀ ମେଣ୍ଟ ଭୋଟ ପରେ ସଫା ହୋଇଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରଜ୍ୟରେ ବାରମ୍ବାର ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନୀତି ଆପଣାଇଛି ବିଜେପି  । ରାଜ୍ୟରୁ ମାଫିଆ ରାଜ୍ ର ମୂଳପୋଛ କରିବାକୁ ଯୋଗୀ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ଜନସଭାରେ କହିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
sp and Congress want to run the shop of corruption together: Modi | Argus News