Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India With Spain / ଭାରତ ସହ ସମ୍ପର୍କ ଲାଭଦାୟକ, ସାରା ବିଶ୍ୱ ଅସ୍ଥିର ଥିବା ବେଳେ ଭାରତ ହିଁ ସ୍ଥିର !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·1 min read
ଭାରତ ସହ ସମ୍ପର୍କ ଲାଭଦାୟକ, ସାରା ବିଶ୍ୱ ଅସ୍ଥିର ଥିବା ବେଳେ ଭାରତ ହିଁ ସ୍ଥିର !
India vs Spain

Key Points

ଡଃ ଜୟଶଙ୍କର ଏବଂ ଆଲବାରେସ୍ ଉଭୟ ଭାରତ ଓ ସ୍ପେନ ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ଏକମତ ହୋଇଛନ୍ତି ।

ଭାରତକୁ ଏକ ବିଶ୍ୱସ୍ତ ବନ୍ଧୁ କହିଲେ ସ୍ପେନ୍ ବୈଦେଶିକ ମନ୍ତ୍ରୀ । ନୂଆଦିଲ୍ଲୀରେ ଭାରତର ବୈଦେଶିକ ମନ୍ତ୍ରୀ ଡ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ସ୍ପେନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ ଭାରତ ପରି ଏକ ବିଶ୍ୱସ୍ତ ଦେଶ ସହ ସମ୍ପର୍କ ବଢ଼ାଇବା ସ୍ପେନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ପେନ ବୈଦେଶିକ ମନ୍ତ୍ରୀ ଜୋସ୍ ମାନୁଏଲ୍ ଆଲବାରେସ୍ ।

ସେ କହିଛନ୍ତି, ବିଶ୍ୱ ଅର୍ଥନୀତି ଏବଂ ରାଜନୀତିରେ ପରିବର୍ତ୍ତନ ଆସୁଥିବା ବେଳେ ଭାରତ ଏକ ସ୍ଥିର ଏବଂ ଭରସାଯୋଗ୍ୟ ଶକ୍ତି ଭାବରେ ଉଭା ହୋଇଛି। ଭାରତ ଯେପରି ଭାବରେ ବିଶ୍ୱ ସ୍ତରରେ ଶାନ୍ତି ଏବଂ ନିୟମକୁ ମାନି ଚଳୁଛି, ତାହାର ସେ ପ୍ରଶଂସା କରିଛନ୍ତି। ଡଃ ଜୟଶଙ୍କର ଏବଂ ଆଲବାରେସ୍ ଉଭୟ ଭାରତ ଓ ସ୍ପେନ ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ଏକମତ ହୋଇଛନ୍ତି ।

ସ୍ପେନ ଏବେ ଭାରତର ଇଣ୍ଡୋ-ପାସିଫିକ ଓସେନ ଇନିସିଏଟିଭରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛି । ଭାରତ ଓ ସ୍ପେନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଅବସରରେ ୨୦୨୬କୁ ଭାରତ-ସ୍ପେନ ଦ୍ୱୈତ ବର୍ଷ ଭାବେ ପାଳନ କରାଯାଉଛି, ଯେଉଁଥିରେ ସଂସ୍କୃତି, ପର୍ଯ୍ୟଟନ ଏବଂ AI ଉପରେ ଗୁରୁତ୍ୱ ଦିଆଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India With Spain | Spain Calls India 'Reliable Global Pillar' Amid Push To Upgrade Bilateral Ties | Argus News