Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠାରୁ ସଂସଦରେ ଆରମ୍ଭ ହେବ ସମ୍ବିଧାନ ଉପରେ ସ୍ବତନ୍ତ୍ର ବିତର୍କ

Smruti Parija
Browse all articles by Smruti Parija
·1 year ago·1 min read
ଆଜିଠାରୁ ସଂସଦରେ ଆରମ୍ଭ ହେବ ସମ୍ବିଧାନ ଉପରେ ସ୍ବତନ୍ତ୍ର ବିତର୍କ

ଅର୍ଗସ ବ୍ୟୁରୋ: ଆଜିଠାରୁ ସଂସଦରେ ଆରମ୍ଭ ହେବ ସମ୍ବିଧାନ ଉପରେ ସ୍ବତନ୍ତ୍ର ବିତର୍କ । ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିତର୍କର ଶୁଭାରମ୍ଭ କରିବେ । ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭା ଏବଂ ଡିସେମ୍ବର ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ହେବ ବିତର୍କ । ଏଥିରେ ବିରୋଧୀ ମଣିପୁର ହିଂସା ଓ ଜାତି ଜନଗଣନା ପ୍ରସଙ୍ଗ ଉଠାଇ ସରକାରୀଙ୍କୁ ଘେରିବାକୁ ଯୋଜନା କରିଛନ୍ତି । 

ଅଧିକ ପଢ଼ନ୍ତୁ: ଓ୍ବାନ ନେସନ୍, ଓ୍ବାନ ଇଲେକସନ ବିଲକୁ କ୍ୟାବିନେଟର ମଞ୍ଜୁରୀ

ବିଜେପି ଜର୍ଜ ସୋରସ ପ୍ରସଙ୍ଗ ଉଠାଇ କଂଗ୍ରେସକୁ କାଠଗଡାରେ ଛିଡା କରିପାରେ । ଲୋକସଭାରେ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିବେ । ରାଜ୍ୟସଭାରେ ଅମିତ ଶାହ ୧୭ରେ ବିତର୍କ ଶେଷରେ ବକ୍ତବ୍ୟ ରଖିପାରନ୍ତି ବୋଲି ଜଣାପଡ଼ିଛି । ବିରୋଧୀଙ୍କ ପକ୍ଷରୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରା ଏହି ଡିବେଟରେ ଭାଗ ନେବେ । ଏ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ହୋଇଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special debate on the Constitution to begin in Parliament from today | Argus News