Videos
|
National

ତହବ୍ବୁର ରାଣାକୁ ଆଜି ମାରାଥନ୍ ଜେରା କରିଛି ସ୍ବତନ୍ତ୍ର ଏନଆଇଏ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ତହବ୍ବୁର ରାଣାକୁ ଆଜି ମାରାଥନ୍ ଜେରା କରିଛି ସ୍ବତନ୍ତ୍ର ଏନଆଇଏ

ଆତଙ୍କବାଦୀ ତହବ୍ବୁର ରାଣାକୁ ଆଜି ମାରାଥନ୍ ଜେରା କରିଛି ସ୍ବତନ୍ତ୍ର ଏନଆଇଏ ଟିମ୍। ୧୭ ବର୍ଷ ତଳେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଉପରୁ ପରଦା ହଟାଇବା ପାଇଁ ଏନଆଇଏ ପ୍ରଶ୍ନବାଣରେ ଘାଇଲା କରିଛି ଆତଙ୍କବାଦୀ ତହବ୍ବୁର ରାଣାକୁ । ତହବ୍ବର ମୁହଁରୁ ୧୬୬ ମୃତ୍ୟୁର ହିସାବ ମାଗୁଛି ଜାତୀୟ ତଦନ୍ତକାରୀ ଏଜେନ୍ସି । ମାଷ୍ଟର ମାଇଣ୍ଡ ତହବ୍ବୁର ରାଣା ମୁହଁରୁ ସତ ବାହାର କରିବାକୁ ପ୍ରଶ୍ନର ଲମ୍ବା ତାଲିକା ସଜେଇ ରଖିଛି ଏନଆଇଏ ଟିମ । ତହବ୍ବୁରକୁ ଆମେରିକାର ପ୍ରତ୍ୟର୍ପଣ ପରେ ପାକିସ୍ତାନରେ ଆତଙ୍କବାଦୀ ଶିବିରରେ କମ୍ପନ ସୃଷ୍ଟି ହୋଇଥିବା କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଧ୍ରୁବ କୋଚ୍ଚ । ସାରା ଦୁନିଆକୁ ଆତଙ୍କବାଦୀ ରପ୍ତାନୀ କରୁଥିବା ପାକିସ୍ତାନ ପାଇଁ ଏହା ସବୁଠାରୁ ବଡ଼ ଚେତାବନୀ ବୋଲି ସେ କହିଛନ୍ତି । ସେହିଭଳି ବରିଷ୍ଠ ଆଇନଜୀବୀ ଅନୀଲ ସୋନୀ କହିଛନ୍ତି ୨୬/୧୧ର ଅନ୍ୟତମ ଅଭିଯୁକ୍ତ କସାବ ପରି ତହବ୍ବୁରକୁ ସଜା ଦେବାରେ ନୂଆ ଭାରତ ବିଳମ୍ବ କରିବନି ।



୨୦୧୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆତଙ୍କବାଦୀ ତହବ୍ବର ରାଣାର ଫେରାର ହେବାକୁ ନେଇ ତତ୍କାଳୀନ ଭାରତ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ବାନ ଦେଇଥିଲେ ମୋଦି । ଏବେ ୧୩ ବର୍ଷ ମୋଦିଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ନୂଆ ଭାରତର ଶକ୍ତି ବିଶ୍ବବାସୀଙ୍କୁ ଅଛପା ନାହି ବୋଲି କହିଛନ୍ତି ବିଶେଷଜ୍ଞ । ଆତଙ୍କବାଦୀକୁ ଆମେରିକାରୁ ଦିଲ୍ଲୀ ଅଣାଯିବାକୁ ନେଇ ମୋଦି ସରକାରଙ୍କ ଦୃଢ଼ ବୈଦେଶିକ ନୀତିକୁ ପ୍ରଶଂସା କରିବା ସହ ଆମେରିକାର ପ୍ରତ୍ୟର୍ପଣକୁ ଭାରତର ବଡ଼ କୁଟନୈତିକ ସଫଳତା ବୋଲି କହିଛନ୍ତି ଇସ୍ରାଏଲର ରାଷ୍ଟ୍ରଦୂତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗୁରୁବାର ନୂଆଦିଲ୍ଲୀ ବିମାନବନ୍ଦରରେ ୟୁଏସ ମାର୍ସାଲ ଏନଆଇଏ ଟିମକୁ ତହବ୍ବୁର ରାଣାକୁ ହସ୍ତାନ୍ତର କରିଥିଲେ । ଗିରଫ ପରେ ଏନଆଇଏ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ରିମାଣ୍ଡ ଆବେଦନ ସହ ଜାରି କରିଥିଲା ଆତଙ୍କବାଦୀ ତହବ୍ବୁରର ପ୍ରଥମ ଫଟୋଚିତ୍ର। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଜୀବନ ହରାଇଥିବା ୧୬୬ଜଣଙ୍କ ପରିଜନଙ୍କ ସହ ୨୩୮ଜଣ ଆହତଙ୍କୁ ନ୍ୟାୟ ଦେବାକୁ ଜାରି ରହିଛି ଜାତୀୟ ତଦନ୍ତକାରୀ ଏଜେନ୍ସିର ପ୍ରୟାସ । ଏନଆଇଏ ରିମାଣ୍ଡ ଶେଷ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ମଧ୍ୟ ରିମାଣ୍ଡରେ ନେଇ ତହବ୍ବୁର ମୁହଁରୁ ସତ ବାହାର କରିବାକୁ ଆରମ୍ଭ କରିଛି ନ୍ୟାୟିକ ପ୍ରକ୍ରିୟା ।

Special NIA conducts marathon interrogation of Tahabbur Rana | Argus News