Videos
|
National

ପ୍ରାଣପ୍ରତିଷ୍ଠାର ସ୍ବନକ୍ଷତ୍ର ଅବସରରେ ରାମମନ୍ଦିରରେ ସ୍ବତନ୍ତ୍ର ପୂଜାର ଆୟୋଜନ

Ritu Das
Browse all articles by Ritu Das
·1 year ago
ପ୍ରାଣପ୍ରତିଷ୍ଠାର ସ୍ବନକ୍ଷତ୍ର ଅବସରରେ ରାମମନ୍ଦିରରେ ସ୍ବତନ୍ତ୍ର ପୂଜାର ଆୟୋଜନ

ଅର୍ଗସ ବ୍ୟୁରୋ: ଅଯୋଧ୍ୟା ରାମନାମରେ ପ୍ରକମ୍ପିତ। ଉଠୁଛି ଭକ୍ତିର ଜୁଆର। ଅଯୋଧ୍ୟାକୁ ଭବ୍ୟ ଭାବେ ସାଜସଜ୍ଜା କରାଯାଇଥିବା ବେଳେ ଲାଗିଛି ଅଗଣିତ ସାଧୁ ସନ୍ଥ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। ସମସ୍ତଙ୍କ ମୁହଁରେ ଜୟ ଶ୍ରୀରାମ। ବର୍ଷକ ତଳେ ଶତାବ୍ଦୀ ଶତାବ୍ଦୀ ଅପେକ୍ଷାର ହୋଇଥିଲା ଅନ୍ତ। ପୌଷ ମାସ ଶୁକ୍ଳପକ୍ଷ ଅଭିଜିତ ମୁହୂର୍ତ୍ତ ମୃଗଶିରା ନକ୍ଷତ୍ର, ୨୦୨୪ ମସିହା ଜାନୁଆରୀ 22 ତାରିଖରେ ଅଯୋଧ୍ୟାର ବିଶାଳ ରାମ ମନ୍ଦିରରେ ହୋଇଥିଲା ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା।


ଏବେ ପୁଣି ସେହି ତିଥିରେ ପ୍ରାଣପ୍ରତିଷ୍ଠାର ସ୍ବନକ୍ଷତ୍ର ଅବସରରେ ରାମମନ୍ଦିରରେ ହୋଇଛି ସ୍ବତନ୍ତ୍ର ପୂଜାର ଆୟୋଜନ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଥିଲେ ରାମଲାଲାଙ୍କ ଅଭିଷେକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Special puja is organized in Ram Mandir on the occasion of Pranapratistha ceremony | Argus News