Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେଶବ୍ୟାପୀ 'ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ' ଆନ୍ଦୋଳନ

National

ଦେଶବ୍ୟାପୀ 'ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ' ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦେଶବ୍ୟାପୀ 'ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ' ଆନ୍ଦୋଳନ

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଲକ୍ଷ୍ନୌଠାରେ ଦେଶବ୍ୟାପୀ 'ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ' ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି। ଯାହା ଦ୍ୱାରା ମେଦବହୁଳତା ବିରୋଧରେ ଅଭିଯାନକୁ ଆହୁରି ତୀବ୍ର କରାଯିବ। କେନ୍ଦ୍ରମନ୍ତ୍ରୀଙ୍କ ସହିତ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ଉତ୍ତରପ୍ରଦେଶର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଡକ୍ଟର ମାଣ୍ଡାଭିୟ ମାରିନ୍ ଡ୍ରାଇଭରୁ ସମତା ମୁଲକ ଚୌରାହା ଦେଇ ୧୦୯୦ ଚୌରାହା ପର୍ଯ୍ୟନ୍ତ ୩ କିଲୋମିଟର ସାଇକେଲ ଚଳାଇଛନ୍ତି।

 

ଏ ଅବସରରେ ୪୦୦ରୁ ଅଧିକ ସାଇକେଲ ଚାଳକଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଦବହୁଳତା ବିରୁଦ୍ଧରେ ଲଢ଼ିବା ଏବଂ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ଗ୍ରହଣ କରିବାର ବାର୍ତ୍ତା ପ୍ରଚାର କରିଥିଲେ। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଡେରାଡୁନର ମହାରାଣା ପ୍ରତାପ ସ୍ପୋର୍ଟସ କଲେଜରେ ଫିଟ୍ ଇଣ୍ଡିଆ ରନ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହା ସହିତ ସେ ଅଂଶଗ୍ରହଣକାରୀଙ୍କ ସହିତ ସାମିଲ ହୋଇ ଦୌଡିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sports-minister-mansukh-mandaviya-leads-fit-india-sundays-on-cycle-campaign | Argus News