Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୨୫ ଏପ୍ରିଲ ପହିଲାରୁ ବଦଳିଲା ବହୁ ନିୟମ, ଆୟକରଠାରୁ ଆରମ୍ଭ କରି ୟୁପିଆଇ, କ୍ରେଡିଟକାର୍ଡ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୨୦୨୫ ଏପ୍ରିଲ ପହିଲାରୁ ବଦଳିଲା ବହୁ ନିୟମ, ଆୟକରଠାରୁ ଆରମ୍ଭ କରି ୟୁପିଆଇ, କ୍ରେଡିଟକାର୍ଡ

Key Points

୨୦୨୫ ଏପ୍ରିଲ ପହିଲାରୁ ବଦଳିଲା ବହୁ ନିୟମ
ଆୟକରଠାରୁ ଆରମ୍ଭ କରି ୟୁପିଆଇ, କ୍ରେଡିଟକାର୍ଡ ପର୍ଯ୍ୟନ୍ତ
ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଦେବାକୁ ପଡିବନି ଆୟକର
ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ବଦଳିଲା
ନିଷ୍କ୍ରିୟ ମୋବାଇଲ ‌ଫୋନ ନମ୍ବରରୁ ୟୁପିଆଇ ସେବା ବନ୍ଦ

ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆୟକରଠାରୁ ଆରମ୍ଭ କରି ଜିଏସ୍‌ଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଥିଲେ। ଏଥିଯୋଗୁ ନୂଆ ଟିକସ ସ୍ଲାବ୍‌ ଏବଂ ହାର ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ। ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ।

ୟୁନାଇଟେଡ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ ତଥା ୟୁପିଆଇର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ କେତେକ ନୂଆ ନିୟମ ଏପ୍ରିଲ 1ରୁ ଲାଗୁ ହୋଇଛି। ଏହାଦ୍ବାରା ନିଷ୍କ୍ରିୟ ମୋବାଇଲ ‌ଫୋନ ନମ୍ବରରୁ ୟୁପିଆଇ ସେବା ବନ୍ଦ ହୋଇଛି। ୟୁପିଆଇ ସହ ସଂଯୋଜିତ ହୋଇଥିବା ନିଷ୍କ୍ରିୟ ନମ୍ବରଗୁଡ଼ିକୁ ବାଦ୍‌ ଦେବା ପାଇଁ ଏନ୍‌ପିସିଆଇ ପକ୍ଷରୁ ବ୍ୟାଙ୍କ ସମେତ ଫୋନ-ପେ, ଗୁଗଲ୍‌-ପେ ଆଦି ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲ।

କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍‌ କାର୍ଡ ନିୟମରେ ହୋଇଛି ପରିବର୍ତ୍ତନ। ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏସବିଆଇ, ଆଇଡିଏଫସି ସେମାନଙ୍କ କ୍ରେଡିଟ୍ କାର୍ଡ ରିଓ୍ବାର୍ଡ ପଏଣ୍ଟରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ୨୦୨୪ ଅଗଷ୍ଟରେ ସରକାର ୟୁପିଏସ୍‌ ତଥା ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌ ଘୋଷଣା କରିଥିଲେ। ଏପ୍ରିଲ ପହିଲାରୁ ପୁରୁଣା ପେନସନ୍‌ ସ୍କିମ୍‌ ବଦଳରେ ୟୁପିଏସ୍‌ ଲାଗୁ ହୋଇଛି। ଏହାର ପ୍ରଭାବ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ। ଏହି ନିୟମ ଅନୁଯାୟୀ, ଅତିକମ୍‌ରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦% ପେନସନ୍‌ ପାଇବେ।

ଏପ୍ରିଲ ପହିଲାରୁ ବଦଳିଗଲା ଜିଏସ୍‌ଟି ନିୟମ। ଜିଏସ୍‌ଟି ପୋର୍ଟାଲରେ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ତଥା ଏମ୍‌ଏଫ୍‌ଏକୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଉତ୍ତମ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍‌ ପାଇଁ ଇ-ୱେବିଲ୍‌ ସୃଷ୍ଟି କରାଯାଇ ପାରିବ।

ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ବିଭିନ୍ନ କ୍ଷେତ୍ର ପାଇଁ ନୂତନ ସର୍ବନିମ୍ନ ବାଲାନ୍ସ ସୀମା ସ୍ଥିର କରାଯିବ। ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
starting-april-1-2025-new-rules-will-change-income-tax-slabs-increase-tds-thresholds-and-implement-the-unified-pension-scheme-ups | Argus News