Videos
|
National

ରେଳ ଟିକେଟ୍ ନିୟମରେ ବଡ଼ ପରିବର୍ତ୍ତନ:  ମାତ୍ର 60 ଦିନ ପୂର୍ବରୁ ଟିକେଟ ବୁକିଂ  

Manini Pattanayak
Browse all articles by Manini Pattanayak
·1 year ago·1 min read
ରେଳ ଟିକେଟ୍ ନିୟମରେ ବଡ଼ ପରିବର୍ତ୍ତନ:  ମାତ୍ର 60 ଦିନ ପୂର୍ବରୁ ଟିକେଟ ବୁକିଂ  

ନୂଆଦିଲ୍ଲୀ:  ରେଳ ସଂରକ୍ଷଣ ଟିକେଟ୍ ନିୟମରେ ବଡ଼ ପରିବର୍ତ୍ତନ। ଭାରତୀୟ ରେଳବାଇ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ବୁକିଂ ୧୨୦ ଦିନ ପୂର୍ବରୁ କରାଯାଉଥିବା ବେଳେ ଏବେ ମାତ୍ର 60 ଦିନ ପୂର୍ବରୁ ହିଁ ଟିକେଟ ବୁକିଂ କରିହେବ। ୨୦୨୪ ନଭେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ କରାଯାଇଥିବା ସଂରକ୍ଷଣ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ୨୦୨୪ ନଭେମ୍ବର ପହିଲାରୁ ଆଗୁଆ ରିଜର୍ଭ ଅବଧି ୬୦ ଦିନ ରହିବ ଯେଉଁଥିରୁ ଯାତ୍ରା ଦିନକୁ ବାଦ୍ ଦିଆଯାଇଛି।

ତେବେ ୧୨୦ ଦିନର ଆଗୁଆ ରିଜର୍ଭ ଅବଧି ଅଧୀନରେ ୩୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ବୁକିଂ ବଳବତ୍ତର ରହିବ। ତେବେ ୬୦ ଦିନର ଆଗୁଆ ରିଜର୍ଭ ଅବଧି ପରେ ହୋଇଥିବା ବୁକିଂ କୁ ବାତିଲ କରିବାକୁ ଅନୁମତି ମିଳିବ। ଏଥିସହ ଯେଉଁ ଟ୍ରେନର ଆଗୁଆ ରିଜର୍ଭ ଅବଧି ପୂର୍ବରୁ କମ୍ ରହିଛି, ସେମାନେ ପ୍ରଭାବିତ ହେବେ ନାହିଁ। ଏଭଳି ଟ୍ରେନ୍ ମଧ୍ୟରେ ଗୋମତୀ ଏକ୍ସପ୍ରେସ୍ ଓ ତାଜ୍ ଏକ୍ସପ୍ରେସ୍ ଭଳି ଟ୍ରେନ୍ ରହିଛି। ବର୍ତ୍ତମାନ ଏହି ଟ୍ରେନଗୁଡିକରେ ଆଗୁଆ ସଂରକ୍ଷଣ ପାଇଁ କମ୍ ସମୟ ସୀମା ଲାଗୁ ହୋଇସାରିଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୩୬୫ ଦିନର ସୀମାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored