Videos
|
National

ଲୋକାଭିମୁଖୀ ବଜେଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି

Smruti Parija
Browse all articles by Smruti Parija
·2 years ago·2 min read
ଲୋକାଭିମୁଖୀ ବଜେଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି

Key Points

-କେନ୍ଦ୍ର ଅନ୍ତରୀଣ ବଜେଟକୁ ସ୍ବାଗତ କଲା ରାଜ୍ୟ ଉଦ୍ୟୋଗଜଗତର ସ୍ବାଗତ
- କହିଲେ ବଜେଟରେ ବିକଶିତ ଭାରତ ଗଠନ ପାଇଁ ରହିଛି ନୂଆ ସମ୍ଭାବନା
- ପର୍ଯ୍ୟଟନ ଓ ରେଳ ଭିତ୍ତିଭୂମି ବିକାଶ ଉପରେ ବଜେଟରେ ଗୁରୁତ୍ବ
- ବିକଶିତ ଭାରତ ବଜେଟରୁ ଓଡ଼ିଶାକୁ ସିଂହଭାଗ ଲାଭ ମିଳିବ କହିଲେ ଧର୍ମେନ୍ଦ୍ର
- ଲୋକାଭିମୁଖୀ ବଜେଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି

ଅର୍ଗସ ବ୍ୟୁରୋ: ଦେଶର ଭବିଷ୍ୟତ ନିର୍ମାଣର ଲକ୍ଷ୍ୟ ରଖି ବଜେଟ ଉପସ୍ଥାପିତ କରିଛନ୍ତି ମୋଦି ସରକାର । 2047 ମସିହାର ଟାର୍ଗେଟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପାଇଁ ଧନ୍ୟବାଦ ଦେଇଛି ବିଜେପି । ଦେଶର 4ଟି ବର୍ଗଙ୍କ ବିକାଶ ପାଇଁ ଏହି ବଜେଟ ଉପସ୍ଥାପିତ କରାଯାଇଛି । ମହିଳା, ଯୁବକ, ଚାଷୀ, ଗରିବଙ୍କ ବିକାଶ ହେଲେ ହିଁ ଦେଶର ବିକାଶ ହେବ । ମଜବୁତ୍ ଭାରତ ପାଇଁ ଗ୍ୟାରେଣ୍ଟି ଏହି ବଜେଟ ରେ ରହିଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି । ସେପଟେ ନିର୍ବାଚନକୁ ଆଖି ଆଗରେ ରଖି ଏହି ବଜେଟ ପ୍ରସ୍ତୁତ ହୋଇଥିବା କହିଛି ବିଜେଡ଼ି। କଂଗ୍ରେସକୁ ବଜେଟ ପସନ୍ଦ ନଆସିବା ତ ସ୍ବାଭାବିକ କଥା। 

ରାଜ୍ୟ ଉଦ୍ୟୋଗ ଜଗତ ମତରେ ପର୍ଯ୍ୟଟନ ଓ ରେଳ ଭିତ୍ତିଭୂମି ବିକାଶ ଉପରେ ବଜଟରେ ଦିଆଯାଇଛି ଗୁରୁତ୍ବ। ଯାହାର ପରିଣାମ ସ୍ବରୂପ ଦେଶରେ ଯୁବ ପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସମ୍ଭାବନା ତିଆରି ହେବ। ଏସଏଚଜି ମହିଳାମାନଙ୍କୁ ଆର୍ଥିକ ସହାୟତା ମିଳିଲେ ସେମାନଙ୍କ ଆର୍ଥିକ ବିକାଶ ହେବା ସହ ମହିଳା ସଶକ୍ତିକରଣ ବହୁଗୁଣିତ ହେବ ବୋଲି କହିଛନ୍ତି ଉତ୍କଳ ଚାମ୍ବର ଅଫ କମର୍ସର ବରିଷ୍ଠ ପଦାଧିକାରୀ। 

ଦେଶବାସୀଙ୍କୁ ନୂଆ ସ୍ୱପ୍ନ ଦେଖିବାର ସୁଯୋଗ ଦେଇଛି ମୋଦି ସରକାରଙ୍କ 2024-25 ଅନ୍ତରୀଣ ବଜେଟ । ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ନିଯୁକ୍ତି, ମହିଳାଙ୍କ ସ୍ବାବଲମ୍ବନ, ସାମରିକ ଶକ୍ତି ବୃଦ୍ଧି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । 

ମଧ୍ୟବର୍ତ୍ତିକାଳୀନ ବଜେଟରେ ବିକଶିତ ଭାରତର ନକ୍ସା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: