Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - CBIକୁ ସାହାଯ୍ୟ କରିବନି ମମତା ସରକାର  !

National

CBIକୁ ସାହାଯ୍ୟ କରିବନି ମମତା ସରକାର  !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
CBIକୁ ସାହାଯ୍ୟ କରିବନି ମମତା ସରକାର  !

Key Points

  • CBIକୁ ସାହାଯ୍ୟ କରିବନି ମମତା ସରକାର  !
  • ମହିଳା ଆନ୍ଦୋଳନକୁ ଦିଦିଙ୍କ ଡ଼ର
  • ମାମଲା ଚପାଇବାରୁ ଉଦ୍ୟମ କରୁଛନ୍ତି ମମତା

ଅର୍ଗସ ବ୍ୟୁରୋ : କୋଲକାତା ଡାକ୍ତର ଦୁଷ୍କର୍ମ ପଛରେ ମମତାଙ୍କ ଦଳର ସଂପୃକ୍ତି ରହିଛି । କେମିତି ମେଡ଼ିକାଲରୁ କୌଣସି ପ୍ରମାଣ ନମିଳେ ସେଇଥି ଲାଗି ପଶ୍ଚିମବଙ୍ଗ ସରକାର ଭରପୁର ପ୍ରୟାସ କରୁଛନ୍ତି । ସେଇଥି ଲାଗି ମାମଲାର ତଦନ୍ତ କରୁଥିବା ସିବିଆଇକୁ ବି ପୋଲିସ ସାହାଯ୍ୟ କରିବନି । କିଛି ଏମିତି କହି ଦିଦିଙ୍କୁ ଘେରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ । ଅଧୀରଙ୍କ ଏମିତି ବିସ୍ଫୋରକ ବୟାନ ଏବଂ ଗତକାଲି ରାତିର ଘଟଣା ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି ମାମଲାକୁ ଚାପି ଦେବାକୁ କେଉଁଠି ନା କେଉଁଠି ଚେଷ୍ଟା କରୁଛନ୍ତି ଦିଦି ।

ପଶ୍ଚିମବଙ୍ଗର ନିଆଁ ପୁରା ଦେଶରେ ଜଳୁଛି । ଆଉ ଏହାରି ଭିତରେ କଂଗ୍ରେସ ବି ଦିଦିଙ୍କୁ ଟାର୍ଗେଟ୍‌ କରିବାକୁ ପଛାଇନାହିଁ । ରୋକଠୋକ ଅଧୀର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବେଙ୍ଗଲ ପୁଲିସ ସିବିଆଇକୁ ସାହାଯ୍ୟ କରିବ ନାହିଁ । ମହିଳା ହୋଇ ମଧ୍ୟ ମହିଳା ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାର ସତ୍ୟାସତ୍ୟ ଯେପରି ପଦାକୁ ନଆସେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଯଥାସମ୍ଭବ ପ୍ରୟାସ ଜାରି ରଖିବେ । କାରଣ ସତ କ'ଣ ତାହା ସାମ୍ନାକୁ ଆସିବାକୁ ବଙ୍ଗ ସରକାର ଚାହୁଁନି । ଏହି ଲୋକମାନେ ଲୋକଙ୍କ ଆଖି ହଟାଇବା ପାଇଁ ବିଭିନ୍ନ କୌଶଳ ଆପଣାଉଛନ୍ତି । ଏମିତିକି ପୁରା ଘଟଣାରେ କୁଆଡେ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଯଚାଯାଇଥିବା ଅଭିଯୋଗ ହୋଇଯାଇଛି । ତେବେ ଏହି ଘଟଣାକୁ ଆହୁରି ଖୋରାକ ଯୋଗାଉଛି ଗତକାଲିର ଘଟଣା ।

ସାରା ଦେଶ ଦେଖିଲା ବୁଧବାର ମଧ୍ୟ ରାତିରେ କୋଲକାତାର ଭୟାନକ ଦୃଶ୍ୟ । ହଜାର ହଜାର ସଂଖ୍ୟାରେ ଉପଦ୍ରବୀ ମାଡିଆସିଲେ ଆରଜି କର ହସପିଟାଲ ଓ ମେଡିକାଲ କଲେଜ ପରିସରକୁ । ଆଉ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଳକୁ ଧ୍ଵସ୍ତ ବିଧ୍ଵସ୍ତ କରିବା ସହ ହସପିଟାଲ ଭିତରେ କରିଥିଲେ ବ୍ୟାପକ ଭଙ୍ଗାରୁଜା । ଟ୍ରକ୍‌ରେ ଭରି ଉପଦ୍ରବକାରୀଙ୍କ ଅଣାଯାଇଥିଲା ହସପିଟାଲ ନିକଟକୁ । ଇଏ ସେହି ହସପିଟାଲ ଯେଉଁଠାରେ ଆଜିକୁ ୭ ଦିନ ତଳେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ବି ହତ୍ୟା କରାଯାଇଥିଲା । ତେବେ ନ୍ୟାୟର ଏହି ଲଢେଇ ଭିତରେ ଏହି ଉପଦ୍ରବୀମାନେ ଏପରି କାଣ୍ଡ ଘଟାଇଲେ ଯାହାକୁ ନେଇ ପ୍ରଶ୍ନ ଘେରରେ ପଶ୍ଚିମବଙ୍ଗ ପୋଲିସ ଓ ମମତା ସରକାର । କାରଣ ଏବେ ମୁଖ୍ୟ ପ୍ରସଙ୍ଗଠାରୁ ନଜର ହଟି ଏହି ଉପଦ୍ରବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅର୍ଥାତ ସରକାରଙ୍କୁ ଖସିବାକୁ ମିଳିଗଲା ବଡ଼ ମୌକା । ଆଉ ଚାଲାକ୍ ମମତା ବି ନିଜର ଅପାରଗତା ଢାଙ୍କିବାକୁ ଏହି ଉପଦ୍ରବକୁ ବାମ ଓ ରାମ ନାଁ ନେଇ ଖସିବାକୁ କରିଛନ୍ତି ପ୍ରୟାସ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ପୂରା ଘଟଣାର ଯାଞ୍ଚ ଏବେ ସିବିଆଇ କରୁଛି । ଆଉ ପ୍ରତିଦିନ ଚମକାଇଲା ଭଳି ଖୁଲାସା ହେଉଛି । ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ, ମମତା ବାନାର୍ଜୀ ଦୁଷ୍କର୍ମ, ହତ୍ୟା ଓ ଗୁଣ୍ଡାଗର୍ଦୀ ଭିତରେ ରାମଙ୍କୁ କାହିଁକି ଟାଣୁଛନ୍ତି ? ନିଜ ପୋଲିସ ଓ ପ୍ରଶାସନର ଅପାରଗତାକୁ ଢାଙ୍କିବା ପାଇଁ ଏହାକୁ ଧାର୍ମିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି କି ମମତା ? ବାମ ଓ ରାମ କଥା କହି ପ୍ରସଙ୍ଗ ଡାଇଭର୍ଟ କରିବାକୁ ହେଉଛି କି ପ୍ରୟାସ ? ବିଜେପିର ଆଭିଯୋଗ ଏହି ମଧ୍ୟରାତ୍ରିରେ ଉପଦ୍ରବ ପଛରେ ଅଛି ଟିଏମସିର ହାତ। 

ଦର୍ଶକବନ୍ଧୁ ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଯାହାକୁ ନେଇ ନିଇତି ନୂଆ ନୂଆ ଅପଡେଟ୍‌ ଆସୁଛି । ହେଲେ ଏହାରି ଭିତରେ ଦିଦି ଦୋଷୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ଯେଉଁପରି ଭାବରେ ଘଂଟ ଘଉଡାଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
 

Education Next Season 5
Sponsored
kolkata-rape-murder | Argus News