ଉପଭୋକ୍ତାଙ୍କ ପାଇଁ LIC ଆରମ୍ଭ କରିବ Fintech ସେବା, ଘରେ ବସି ପାଇବେ ସବୁ ସୁବିଧା

ଅର୍ଗସ ବ୍ୟୁରୋ: ଦେଶର ସବୁଠାରୁ ବଡ ଇନସୁରାନ୍ସ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ନିଜର ଡିଜିଟାଲ ସେବାକୁ ଆଗକୁ ବଢ଼ାଇବା ପାଇଁ ଫିଣ୍ଟେକ୍ ଆର୍ମ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଘରେ ବସି ପାଇ ପାରିବେ ସମସ୍ତ ସୁବିଧା । ପଲିସି କିଣିପାରିବେ, ପ୍ରିମିୟମ୍ ଭରିପାରିବେ ଏବଂ ଅନ୍ୟ ସେବା ଗୁଡିକର ଲାଭ ମଧ୍ୟ ପାଇପାରିବେ।
ଉପଭୋକ୍ତାଙ୍କୁ ସର୍ବୋତ୍ତମ ସଞ୍ଚୟ ସେବା ଯୋଗାଇବା ତଥା ଏହାର ବ୍ୟବସାୟକୁ ବଢାଇବା ପାଇଁ ଫିଣ୍ଟେକ୍ ଆର୍ମ ସ୍ଥାପନ କରିବ ଏଲଆଇସି । ଏନେଇ ଏଲଆଇସିର ଚେୟାରମ୍ୟାନ ସିର୍ଦ୍ଧାଥ ମହାନ୍ତି ସୂଚନା ଦେଇଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ବୀମା କମ୍ପାନୀ ଏହି ପ୍ରକଳ୍ପ ନେବାକୁ ଜଣେ ପରାମର୍ଶଦାତା ନିଯୁକ୍ତ କରିଛି ଏବଂ ସମ୍ଭାବ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରୁଛି ।
ଫିଣ୍ଟେକ୍ ଆର୍ମ LICକୁ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବ । ସେମାନଙ୍କୁ ସର୍ବୋତ୍ତମ ଡିଜିଟାଲ୍ ଆଧାରିତ ସେବା ପ୍ରଦାନ କରିବ ଏବଂ ନୂତନ ଉତ୍ପାଦ ଏବଂ ସେବା ବିକାଶ କରିବ । ଫିଣ୍ଟେକ୍ ଆର୍ମ ପ୍ରତିଷ୍ଠା ପରେ ଗ୍ରାହକମାନଙ୍କୁ ଆଉ ଅଫିସ ଆସିବାକୁ ପଡିବନି । ଏବଂ ସମୟ ମଧ୍ୟ ସଞ୍ଚୟ ହେବ । ଘରେ ବସି ମୋବାଇଲରେ ପାଇପାରିବେ LIC ର ସମସ୍ତ ସେବା । ଏହା ବ୍ୟତୀତ ବ୍ୟବସାୟର ସମ୍ପ୍ରସାରଣ ପାଇଁ ଫିଣ୍ଟେକ୍ ର ସମ୍ଭାବନା ମଧ୍ୟ ବ୍ୟବହାର କରାଯିବ ।
📱 Get Argus News App
✨ଉତ୍ପାଦ ବଣ୍ଟନରେ ସହାୟତା କରିବାକୁ LIC ଚଳିତ ବର୍ଷ ତିନୋଟି ଫିଣ୍ଟେକ୍ କମ୍ପାନୀ ସହ ସହଭାଗୀ ହୋଇସାରିଛି । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ 2023-24 ମଧ୍ୟରେ 3-4 ଅତିରିକ୍ତ ଉତ୍ପାଦ ଲଞ୍ଚ କରିବାକୁ ଯୋଜନା କରିଛି ଏଲଆଇସି ।