Videos
|
National

କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ଖାଉଟି ମନ୍ତ୍ରୀ, ବକେୟା ଅର୍ଥକୁ ନେଇ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ଖାଉଟି ମନ୍ତ୍ରୀ, ବକେୟା ଅର୍ଥକୁ ନେଇ...

ଅର୍ଗସ ବ୍ୟୁରୋ : କେନ୍ଦ୍ର ଖାଦ୍ୟ ଏବଂ ଖାଉଟି  କଲ୍ୟାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ  ଭେଟିଛନ୍ତି ରାଜ୍ୟ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କର ଏହି ବିଭାଗକୁ ଚଳିତ ବର୍ଷ ପାଇଁ ଅଢ଼େଇ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯାହା ଚଳିତ ମାସ ୨୦ କିମ୍ବା ୨୧ ତାରିଖ ସୁଦ୍ଧା ରାଜ୍ୟକୁ ମିଳିଯିବ ।

ଗତ ୯-୧୦ ବର୍ଷ ହେଲା ଯାହା ପୁରୁଣା ବକେୟା ଟଙ୍କା ଅଛି ତାହା ମଧ୍ୟ ଖୁବଶୀଘ୍ର ହିସାବ କରାଯିବ । ପୁରୁଣା ହିସାବରେ କିଛି ଟେକ୍ନିକାଲ ଅସୁବିଧା ଅଛି । ତାକୁ କେନ୍ଦ୍ର ଏବଂ ରାଜ୍ୟର ଅଫିସରମାନେ ସମାଧାନ କରିବେ ।  ଏହା ସହ କେନ୍ଦ୍ରରୁ ଯାହା କିଣାଯିବ ସେ ବାବଦରେ  ମଧ୍ୟ ଆଲୋଚନା  ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ UNESCO Kalinga ପୁରସ୍କାର ପ୍ରସଙ୍ଗରେ କେନ୍ଦ୍ର ସହ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Krushna Chandra Patra | Argus News