SIR In Uttar Pradesh / ବିରୋଧୀଙ୍କ ଟେନ୍ସନ୍ ବଢ଼ିଲାଣି, SIR ଲାଗିଲେ କ'ଣ କରିବେ ?

Key Points
ଉତ୍ତର ପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବା SIR କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଏହି ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନ୍ୱା । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ନଭେମ୍ବର ୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ମଧ୍ୟରେ ରାଜ୍ୟର ମୋଟ ୧୫.୪୪ କୋଟିରୁ ଅଧିକ ଭୋଟରଙ୍କୁ ତ୍ରୁଟିଶୂନ୍ୟ ତାଲିକା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ମାଧ୍ୟମରେ ଗଣନା ଫର୍ମ ବଣ୍ଟନ କରାଯାଉଛି।
ଭୋଟରମାନେ ନିଜ ତଥ୍ୟ ଯାଞ୍ଚ କରି, ଫର୍ମ ପୂରଣ କରି ଦସ୍ତଖତ କରି BLOsଙ୍କୁ ଫେରାଇ ଦେବାକୁ ଅନୁରୋଧ କରାଯାଇଛି। ରାଜ୍ୟର ୫୦% ରୁ ଅଧିକ ଭୋଟରଙ୍କ ମ୍ୟାପିଙ୍ଗ କାର୍ଯ୍ୟ ସରିଛି ଏବଂ ସଂଶୋଧିତ ଭୋଟର ତାଲିକା ଆସନ୍ତା ଡିସେମ୍ବର ୯ ତାରିଖରେ ରାଜ୍ୟରେ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ନବଦୀପ ରିନ୍ୱା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ, ସଠିକ୍ ଏବଂ ତ୍ରୁଟିମୁକ୍ତ କରିବା।
ତେବେ ବିହାରରେ SIR ଲାଗୁ ହେବା ପରେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକର ଭୋଟ ହ୍ରାସ ପାଇଛି ବୋଲି କୁହାଯାଉଛି । କାରଣ ଅନେକ ଅନୁପ୍ରବେଶକାରୀଙ୍କୁ ଭାରତରେ ବେଆଇନ ଭାବେ ଆଶ୍ରୟ ଦେଇ, ସେମାନଙ୍କର ଭୋଟ ପରିଚୟ ପତ୍ର କରି, ବିରୋଧୀ ଦଳମାନେ ନଜର ପକେଟ ଭୋଟ ପ୍ରସ୍ତୁତ କରିଥିଲା । କିନ୍ତୁ SIR ଲାଗୁ ହେବା ପରେ ସେଭଳି ସମସ୍ତଙ୍କ ନାଁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଠିକ୍ ସେହିଭଳି ଉତ୍ତରପ୍ରଦେଶରେ ବି ସମାନସ୍ଥିତି ଦେଖିବାକୁ ମିଳିଛି । ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳମାନେ SIR ନାଁ ଶୁଣି ମୁଣ୍ଡ ପିଟିବା ଆରମ୍ଭ କଲେଣି ।
ଗତ ଅକ୍ଟୋବରରେ ଭାରତର ନିର୍ବାଚନ ଆୟୋଗ(ECI)ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସମ୍ମିଳନୀ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ(IIIDEM) ଠାରେ ସରିଥିଲା ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ସମ୍ମିଳନୀ । ସେଥିରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ, ଡକ୍ଟର ବିବେକ ଯୋଶୀ ଯୋଗ ଦେଇଥିଲେ । ଏହାସହ ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିଲେ।
ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ସେମାନଙ୍କ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ SIR ଲାଗୁ କରିବାକୁ କୁହାଯାଇଥିଲା। ସେମାନଙ୍କର ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଯଥା ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲେ।
📱 Get Argus News App
✨Related Topics
Explore more stories