Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏପର୍ଯ୍ୟନ୍ତ 2000 ଟଙ୍କା ନୋଟ୍ ଫେରସ୍ତ କରିନାହାନ୍ତି କି? ତେବେ ଆରବିଆଇ ଏନେଇ ସୂଚନା ଜାରି କରିଛି

National

ଏପର୍ଯ୍ୟନ୍ତ 2000 ଟଙ୍କା ନୋଟ୍ ଫେରସ୍ତ କରିନାହାନ୍ତି କି? ତେବେ ଆରବିଆଇ ଏନେଇ ସୂଚନା ଜାରି କରିଛି

Ritu Das
Browse all articles by Ritu Das
·2 years ago·1 min read
ଏପର୍ଯ୍ୟନ୍ତ 2000 ଟଙ୍କା ନୋଟ୍ ଫେରସ୍ତ କରିନାହାନ୍ତି କି? ତେବେ ଆରବିଆଇ ଏନେଇ ସୂଚନା ଜାରି କରିଛି

ଅର୍ଗସ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁବାର କହିଛି ଯେ ବିମୁଦ୍ରୀକରଣ ହୋଇଥିବା 2,000 ଟଙ୍କିଆ ନୋଟ୍ର 97.76 ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ବର୍ତ୍ତମାନ କେବଳ 7,961 କୋଟି ଟଙ୍କିଆ ନୋଟ ଜନସାଧାରଣଙ୍କ ପାଖରେ ଅଛି। ଆରବିଆଇ ବିବୃତ୍ତିରେ କହିଛି ଯେ 2023 ମସିହା ମେ' 19 ରେ 2000 ଟଙ୍କା ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିଲା। ଏହି ଦିନ ଶେଷ ସୁଦ୍ଧା ବଜାରରେ ଉପସ୍ଥିତ 2000 ଟଙ୍କିଆ ନୋଟର ମୂଲ୍ୟ ଥିଲା 3.56 ଲକ୍ଷ କୋଟି ଟଙ୍କା। 

ବର୍ତ୍ତମାନ ଏପ୍ରିଲ୍ 30, 2024 ରେ କେବଳ 7,961 କୋଟି ଟଙ୍କା ମୂଲ୍ୟର ନୋଟ୍ ବଜାରରେ ଅଛି। ବ୍ୟାଙ୍କ କହିଛି ଯେ, 2,000 ଟଙ୍କା 97.76 ପ୍ରତିଶତ ଫେରସ୍ତ କରାଯାଇଛି। ତେବେ ଏବେ ଏହି ୨୦୦୦ଟଙ୍କିଆ ନୋଟ ବଜାରରେ ବୈଧ ଅଟେ। ଏବେବି ଏହା ବଜାରରେ ଉପଲବ୍ଧ ଅଛି। 
ଲୋକମାନେ 2000 ଟଙ୍କା ନୋଟ୍ ଜମା କରିପାରିବେ କିମ୍ବା ଦେଶର 19 ଟି ଆରବିଆଇ କାର୍ଯ୍ୟାଳୟରେ ଅନ୍ୟ ନୋଟ ସହ ବଦଳ କରିପାରିବେ। ଲୋକମାନେ ଆରବିଆଇର ଯେ କୌଣସି କାର୍ଯ୍ୟାଳୟକୁ ଇଣ୍ଡିଆନ୍ ପୋଷ୍ଟ ମାଧ୍ୟମରେ 2000 ଟଙ୍କା ନୋଟ୍ ପଠାଇ ପାରିବେ ଏବଂ ସମାନ ପରିମାଣକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଜମା କରିପାରିବେ। ନଭେମ୍ବର 2016 ରେ ଆରବିଆଇ 1000 ଏବଂ 500 ଟଙ୍କିଆ ନୋଟ୍ ବିମୁଦ୍ରୀକରଣ କରିବା ପରେ 2000 ଟଙ୍କିଆ ନୋଟ୍ ଜାରି କରାଯାଇଥିଲା।

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Still haven't | Argus News