Sting Operation / କଂଗ୍ରେସର ଚିନ୍ତା ବଢାଇଲା ଷ୍ଟିଙ୍ଗ ଅପରେସନ, ପୁଣି ଥରେ ମୁହାଁମୁହିଁ ହେଲେ ଏହି ଦୁଇ ନେତା
·1 hour ago·2 min read

Key Points
କଂଗ୍ରେସର ଚିନ୍ତା ବଢାଇଲା ଷ୍ଟିଙ୍ଗ ଅପରେସନ
ପୁଣି ଥରେ ମୁହାଁମୁହିଁ ହେଲେ ଶିବକୁମାର ଏବଂ ସିଦ୍ଧରମୈୟା
ମୁଖ୍ୟମନ୍ତ୍ରୀ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ବେଙ୍ଗାଲୁରୁ,୨୫/୧୦: କର୍ଣ୍ଣାଟକରେ ହୋଇଥିବା ଷ୍ଟିଙ୍ଗ୍ ଅପରେସନକୁ ନେଇ ବିବାଦ ଆହୁରି ଘନୀଭୂତ ହୋଇଛି। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଷ୍ଟିଙ୍ଗ ଅପରେସନକୁ ନେଇ ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ସିଦ୍ଧରମୈୟାଙ୍କୁ ନେଇ ଏହି ଷ୍ଟିଙ୍ଗ ଅପରେସନ ହୋଇଥିବା କୁହାଯାଉଛି। କିନ୍ତୁ ଏହାକୁ ଫେକ୍ ବୋଲି କହିଛନ୍ତି ଶିବକୁମାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର। ତାଙ୍କ କହିବା କଥା ବାପାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ପାଇଁ ଏମିତି ହୀନ ପ୍ରୟାସ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ୨୦୨୩ରେ ‘ପାଓ୍ଵାର ଟିଭି’ର ଏମଡି ରାକେଶ ସେଟ୍ଟୀଙ୍କ ଦ୍ଵାରା ପ୍ରସ୍ତୁତ ଏହି କଥିତ ଷ୍ଟିଙ୍ଗ ଅପରେସନ ପଛରେ କିଛି କଂଗ୍ରେସ ନୋତଙ୍କ ମଧ୍ୟ ହାତ ରହିଛି। ତେବେ ଏହି ଘଟଣା କର୍ଣ୍ଣାଟକ ରାଜ୍ୟ କଂଗ୍ରେସର ଚିନ୍ତାକୁ ବଢାଇ ଦେଇଛି।
ଶିବକୁମାରଙ୍କ ଘନିଷ୍ଠ କୁହାଯାଉଥିବା ରାକେଶ ସେଟ୍ଟୀଙ୍କୁ ବେଙ୍ଗାଲୁରୁର ଏକ ସ୍ଥାନୀୟ ଅଦାଲତରୁ ଅନ୍ତରୀଣ ଜାମିନ ମିଳିଛି। କିନ୍ତୁ ଯତୀନ୍ଦ୍ର ଅଭିଯୋଗ କରିଛନ୍ତି ଯେ, କିଛି କଂଗ୍ରେସୀ ଲୋକ ସେଟ୍ଟୀଙ୍କ ସହ ସଂପୃକ୍ତ ଅଛନ୍ତି। ସେ ଜଣେ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆଡ଼କୁ ଇସାରା କରି ଦାବି କରିଛନ୍ତି ଯେ, ମହିଳା ଜଣକ ୨୦୨୩ ବିଧାନସଭା ନିର୍ବାଚନରେ ପୁତ୍ତୁର ସିଟରୁ ଟିକେଟ୍ ଚାହୁଁଥିଲେ। ହେଲେ ଟିକେଟ୍ ନ ମିଳିବାରୁ ବାପା ସିଦ୍ଧରମୈୟାଙ୍କ ବିରୋଧରେ ଏମିତି ଷଡ଼ଯନ୍ତ୍ର ରଚା ଯାଇଛି।
ପଢନ୍ତୁ ଏଡି ଖବର: ମନ୍ କି ବାତ୍ରେ ମନର କଥା କହିଲେ ପିଏମ୍ ମୋଦି, କହିଲେ ଏହା କୌଣସି ତୀର୍ଥଯାତ୍ରା ଠାରୁ କମ୍ ନୁହେଁ
ଯତୀନ୍ଦ୍ର କହିଛନ୍ତି, ଏହି ଘଟଣାକୁ ନେଇ ତାଙ୍କ ବାପା ମଧ୍ୟ ବହୁତ ଚିନ୍ତିତ ଅଛନ୍ତି। ଏହି ଘଟଣାରେ ତାଙ୍କ ଚରିତ୍ରକୁ ମଳିନ କରାଯାଇଛି। ୪୦ ବର୍ଷର ସାର୍ବଜନୀନ ଜୀବନରେ ବାପାଙ୍କ ଉପରେ କୌଣସି ଦାଗ ଲାଗି ନାହିଁ। କିନ୍ତୁ ତାଙ୍କ ରାଜନୈତିକ ଜୀବନର ଶେଷ ପାହାଚରେ ଏମିତି ଅଭାବନୀୟ ଘଟଣା ଘଟିଛି। କିନ୍ତୁ ସତ୍ୟ ଆମ ସହିତ ରହିଛି ଏବଂ ଯେଉଁ ଅଭିଯୋଗ ଲଗାଯାଇଛି ତାର ଯାଞ୍ଚ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories