Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ପୁଞ୍ଜିବଜାରରେ ଉତ୍ସାହ : ଷ୍ଟକ ମାର୍କେଟ୍‌ରେ ସନ୍ଧ୍ୟା ୬ରୁ ୭ଟା ପର୍ଯ୍ୟନ୍ତ ମହୁରତ ଟ୍ରେଡିଂ

National

 ପୁଞ୍ଜିବଜାରରେ ଉତ୍ସାହ : ଷ୍ଟକ ମାର୍କେଟ୍‌ରେ ସନ୍ଧ୍ୟା ୬ରୁ ୭ଟା ପର୍ଯ୍ୟନ୍ତ ମହୁରତ ଟ୍ରେଡିଂ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
 ପୁଞ୍ଜିବଜାରରେ ଉତ୍ସାହ : ଷ୍ଟକ ମାର୍କେଟ୍‌ରେ ସନ୍ଧ୍ୟା ୬ରୁ ୭ଟା ପର୍ଯ୍ୟନ୍ତ ମହୁରତ ଟ୍ରେଡିଂ

ଅର୍ଗସ ବ୍ୟୁରୋ: ପୁଞ୍ଜିବଜାରରେ ଉତ୍ସାହ । ଷ୍ଟକ ମାର୍କେଟ୍‌ରେ ଆଜି ସନ୍ଧ୍ୟା ୬ରୁ ୭ଟା ପର୍ଯ୍ୟନ୍ତ ହେବ ମହୁରତ ଟ୍ରେଡିଂ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଏକ ଘଣ୍ଟା ପାଇଁ ଏକ ସ୍ବତନ୍ତ୍ର ଟ୍ରେଡିଂ ଅଧିବେଶନର ଆୟୋଜନ କରାଯିବ । ବିଶ୍ବାସ ରହିଛି ଏହି ଶୁଭ ମୁହୂର୍ତ୍ତରେ ବ୍ୟବସାୟ କରିବା ଦ୍ବାରା ନିବେଶକଙ୍କ ପାଇଁ ସମୃଦ୍ଧି ଏବଂ ଆର୍ଥିକ ଅଭିବୃଦ୍ଧି ହୋଇଥାଏ । ଦୀପାବଳିରେ ନିୟମିତ ବଜାର ବନ୍ଦ ରହିବ, କିନ୍ତୁ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ସ୍ବତନ୍ତ୍ର ଟ୍ରେଡିଂ ୱିଣ୍ଡୋ ଖୋଲା ରହିବ ।

ଏ ବର୍ଷ ଦୀପାବଳିକୁ ନେଇ ଦ୍ବନ୍ଦ୍ବ ଜାରି ରହିଥିବାବେଳେ ଦେଶର କେତେକ ଅଂଚଳରେ ଅକ୍ଟୋବର ୩୧ ରେ ଦୀପାବଳି ପାଳନ କରିଛନ୍ତି । ତେବେ କେତେକ ଆଜି ଦୀପାବଳୀ ପାଳନ କରୁଥିବା ବେଳେ ଷ୍ଟକ ବଜାରରେ ଆଜି ଦୀପାବଳି ଓ ସ୍ବତନ୍ତ୍ର ମହୁରତ ଟ୍ରେଡିଂ ସେସନ ଆୟୋଜନ କରାଯିବ । ବଜାର ଖୋଲିବା ପୂର୍ବରୁ ପ୍ରି-ଓପନିଂ ଅଧିବେଶନ ସନ୍ଧ୍ୟା ୫ଟା ୪୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ ବୋଲି ସେୟାର ମାର୍କେଟ ଘୋଷଣା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Check Muhurat Trading timing | Argus News