Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖସିଲା ଷ୍ଟକ୍ ମାର୍କେଟ୍ , ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ପରେ ଷ୍ଟକ ମାର୍କେଟରେ ବଡ ପ୍ରଭାବ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
 ଖସିଲା ଷ୍ଟକ୍ ମାର୍କେଟ୍ , ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ପରେ ଷ୍ଟକ ମାର୍କେଟରେ ବଡ ପ୍ରଭାବ

ଦୋହଲିଲା ଷ୍ଟକ୍ ମାର୍କେଟ୍ । ଆଜି କାରବାର ଆରମ୍ଭରୁ ଷ୍ଟକ୍ ମାର୍କେଟ୍ ଖସିଛି । ବମ୍ବେ ଷ୍ଟକ୍ ଏକ୍ସଚେଂଜ ସୂଚକାଙ୍କ ୩ହଜାର ପଏଣ୍ଟ ଖସିଥିବା ବେଳେ ଏନଏସଇ ଏକ ହଜାର ପଏଣ୍ଟ ହ୍ରାସ ପାଇଛି । ଏଥିଯୋଗୁଁ ନିବେଶକ ମାନେ ବିପୁଳ ପରିମାଣର କ୍ଷତି ସହିଛନ୍ତି । ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ୩ହଜାର ୩୮୦ ପଏଣ୍ଟ ଖସିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ପରେ ଷ୍ଟକ୍ ମାର୍କେଟରେ ଏହାର ପ୍ରଭାବ ପଡିଛି । ଏସିଆନ୍ ଷ୍ଟକ୍ ମାର୍କେଟ ଧରାଶାୟୀ ହୋଇଛି । ଜାପାନ, ଦକ୍ଷିଣକୋରିଆ, ହଂକଂ ଓ ସିଙ୍ଗାପୁର ସହ ଅଷ୍ଟ୍ରେଲିଆ ଷ୍ଟକ୍ ମାର୍କେଟ୍ ଉପରେ ଏହାର ପ୍ରଭାବ ପଡିଛି ।


ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ପରେ ଆମେରିକାର ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଂଜ ମଧ୍ୟ ପ୍ରଭାବିତ ହୋଇଛି । ସାରା ବିଶ୍ବରେ ନିବେଶକମାନେ ୬ ଟ୍ରିଲିୟନ ଡଲାରରୁ ଅଧିକ କ୍ଷତି ସହିଥିବା ସୂଚନା ମିଳିଛି । ଏହାକୁ ନେଇ ଆମେରିକାରେ ବିଶାଳ ପ୍ରତିବାଦ ସଭା ଦେଖିବାକୁ ମିଳିଥିଲ । ସେପଟେ ଷ୍ଟକ୍ ମାର୍କେଟ କାରବାରକୁ ନେଇ ନିବେଶକ ମାନେ ହତାଶ ହୋଇଥିବା ବେଳେ ଟ୍ରମ୍ପ୍ ଏହାକୁ ତାତ୍ସଲ୍ୟ କରିଛନ୍ତି । ସେ କହିଛନ୍ତି , ବେଳେ ବେଳେ ମେଡିସନ୍ ଦରକାର । ଆଉ ଏବେ ମେଡିସିନ୍ କାମ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stock market falls, big impact on stock market after Trump's tariff hike | Argus News